ପୁଣି ଅଯୋଧ୍ୟା ଅଶାନ୍ତ : ରାମ ମନ୍ଦିର ନିର୍ମାଣ ପାଇଁ ଜୋର ଧରିଲାଣି ଦାବି
25/11/2018 at 11:03 AM

ଉତ୍ତରପ୍ରଦେଶ ୨୫/୧୧: ପୁଣି ଅଯୋଧ୍ୟା ଅଶାନ୍ତ । ରାମ ମନ୍ଦିର ନିର୍ମାଣ ପାଇଁ ଜୋର ଧରିଲାଣି ଦାବି। । ତୁରନ୍ତ ଅଧ୍ୟାଦେଶ ଆଣି ରାମ ମନ୍ଦିର ବାଟ ସଫା କରିବାଲାଗି ବିଶ୍ବ ହିନ୍ଦୁ ପରିଷଦ,ଆରଏସଏସ,ଶିବସେନା ସମେତ ସାଧୁସନ୍ଥମାନେ ଜୋରଦାର ଦାବି କରିଛନ୍ତି। ସଂସଦର ଶୀତ ଅଧିବେଶନରେ ସରକାର ଅଧ୍ୟାଦେଶ ଆଣିବାକୁ ସେମାନେ ସ୍ବର ଉଠାଇଛନ୍ତି। ଆଜି ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ବିଶାଳ ଧର୍ମସଭାର ଆୟୋଜନ କରାଯାଉଛି। ଏହି କାର୍ଯ୍ୟକ୍ରମରେ ଯୋଗଦେବାପାଇଁ ଅଯୋଧ୍ୟାରେ ୨ ଲକ୍ଷ ଲୋକଙ୍କ ସମାଗମ ହୋଇଛି। ଏମାନଙ୍କ ମଧ୍ୟରେ ୧ ଲକ୍ଷ ଆରଏସଏସ,୧ଲକ୍ଷ ଭିଏଚପି,ଓ ପ୍ରାୟ ୫ ହଜାର ଶିବସେନା କର୍ମୀ ଅଛନ୍ତି। ଆଇନଶୃଙ୍ଖଳା ପରିସ୍ଥିତି ଆଶଙ୍କା କରି ଅଯୋଧ୍ୟାରେ ୧୪୪ ଧାରା ଜାରି କରାଯାଇଛି। ୧୯୯୨ ଡିସେମ୍ବର୬ରେ ଅଯୋଧ୍ୟାରେ ଯେମିତି ସ୍ଥିତି ଦେଖିବାକୁ ମିଳିଥିଲା ସେହିଭଳି ସ୍ଥିତି ଉପୁଜିଛି । ରାମ ମନ୍ଦିର ନିର୍ମାଣ ଦାବିରେ ଗତକାଲିଠୁ ଅଯୋଧ୍ୟାରେ ପହଞ୍ଚିଛନ୍ତି ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ। ଆଜି ସେ ରାମମନ୍ଦିର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ରାମମନ୍ଦିର ନିର୍ମାଣ ପ୍ରସଙ୍ଗରେ ମୋଦି ସରକାରଙ୍କୁ ଘେରିଛନ୍ତି ଉଦ୍ଧବ। ବିଜେପି ରାମ ମନ୍ଦିର ନିର୍ମାଣ ନେଇ ନାନା ବୟାନବାଜି କରୁଛି। କୁମ୍ଭକର୍ଣ୍ଣ ନିଦ୍ରାରୁ ଉଠି ନିର୍ମାଣ ତାରିଖ ଘୋଷଣା କରିବାକୁ ସେ ଆହ୍ବାନ ଦେଇଛନ୍ତି।