Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ରାମ ମନ୍ଦିର ଜମି ଦୁର୍ନୀତି ଅଭିଯୋଗରେ ସଫେଇ ଦେଲା ଟ୍ରଷ୍ଟ୍, କହିଲା- ‘ଅଭିଯୋଗ ରାଜନୈତିକ ଉଦେଶ୍ୟ ପ୍ରଣୋଦିତ’

14/06/2021 at 9:35 AM

ଅଯୋଧ୍ୟା, ୧୪/୦୬:  ଅଯୋଧ୍ୟାରେ ନିର୍ବାଣ ହେଉଥିବା ଶ୍ରୀରାମ ମନ୍ଦିର ପାଇଁ ଜମିକିଣାରେ ଦୁର୍ନୀତି ହୋଇଥିବା ଅଭିଯୋଗ ଆସିଥିଲା । ଏହା ଉପରେ ସଫେଇ ଦେଇଛନ୍ତି ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରର ସଚିବ ଚମ୍ପତ ରାୟ । ସେ କହିଛନ୍ତି ଯେ, ଯେଉଁ ସବୁ ଅଭିଯୋଗ ଆସୁଛି ତାହା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ । ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ ଏପରି କରାଯାଉଛି ।  ସେ କହିଛନ୍ତି ଯେ, ମନ୍ଦିର ପାଇଁ ଯେଉଁ ଜମି କିଣାଯାଇଛି ତାହା ବଜାର ମୂଲ୍ୟରୁ କମ୍ ଅଟେ ।

ସେ ଆହୁରି କହିଛନ୍ତି ଯେ, ନଭେମ୍ବର ୨୦୧୯ରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଆସିଲା ପରେ ଜମି କିଣିବା ପାଇଁ ଅନେକ ସଂଖ୍ୟାରେ ଲୋକ ଅଯୋଧ୍ୟା ପହଁଚିଥିଲେ । ଯେଉଁ ଆପାର୍ଟମେଣ୍ଟ ବାବଦରେ ଖବର କାଗଜରେ ଚର୍ଚ୍ଚା ହେଉଛି ତାହା ରେଳ ଷ୍ଟେସନ ପାଖରେ ଅବସ୍ଥିତ । ତାହା ବହୁତ ମହତ୍ତୱ ମଧ୍ୟ ରଖିଥାଏ । ଜମି କିଣାବିକା ଆପୋଷ ଆଲୋଚନାରେ ହିଁ ହୋଇଥାଏ । ଜମି ବିକ୍ରେତା ସହମତି ପ୍ରକାଶ କରିବା ପରେ ସହମତି ପତ୍ରରେ ଦସ୍ତଖତ କରିଥାନ୍ତି । ଏଥିରେ କୋର୍ଟ ଫି ଓ ଷ୍ଟାମ୍ପ ଡ୍ୟୁଟି ଅନଲାଇନରେ କ୍ରୟ ହୋଇଥାଏ । ଜମିର ମୂଲ୍ୟକୁ ବିକ୍ରେତାଙ୍କ ଖାତାରେ ଅନଲାଇନ୍ ଡିପୋଜିଟ୍ କରାଯାଏ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, କିଛି ରାଜନୈତିକ ଦଳ ସାଧାରଣ ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି । ସେମାନେ ସମାଜକୁ ଭୂଆଁ ବୁଲାଇବାକୁ ଉଦ୍ୟମ କରୁଛନ୍ତି । ସୂଚନାଯୋଗ୍ୟ, ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସଞ୍ଜୟ ସିଂ ରାମ ମନ୍ଦିର ଜମି କିଣାରେ ଅନିୟମିତତା ହୋଇଥିବା ଅଭିଯୋଗ କରିଥିଲେ । ୨ କୋଟିର ଜମିକୁ ୧୮ କୋଟିରେ କିଣା ଯାଇଥିବା ସେ କହିଥିଲେ ।

ଆପ୍ ନେତା ନିଜର ଏକ ଟ୍ୱିଟରେ କହିଥିଲେ ଯେ, ରବି ମୋହନ ତିଓ୍ୱାରୀ ଓ ସୁଲତାନ ଅନସାରୀ ସନ୍ଧ୍ୟା ୭ଟା ୧୫ରେ ଜମିକୁ ୨ କୋଟି ଟଙ୍କାରେ କିଣିଥିଲେ । ସେମାନଙ୍କଠାରୁ ଏହାକୁ ରାମ ଜନ୍ମଭୂମି ଟ୍ରଷ୍ଟର ସଚିବ ୧୮.୫ କୋଟିରେ କିଣିଥିଲେ । ସମାଜବାଦୀ ପାର୍ଟି ନେତା ତେଜ୍ ନାରାୟଣ ପାଣ୍ଡେ ଏହି ମାମଲାରେ ସିବିଆଇ ତଦନ୍ତ ଦାବି କରିଛନ୍ତି ।

   Related Posts