ସ୍ବାମୀକୁ ଫସାଇବା ପାଇଁ ପ୍ରେମିକ ସହ ମିଶି ସ୍ତ୍ରୀ ରଚିଥିଲା ଷଡ଼ଯନ୍ତ୍ର : ତା’ପରେ କ’ଣ ହେଲା ଜାଣନ୍ତୁ

Published By : Prameya-News7 Bureau | September 01, 2019 IST

ରାୟପୁର ୧/୯: ଛତିଶଗଡ଼ର ରାଜନାନ୍ଦଗାଁର ଜଣେ ମହିଳା ନିଜ ଷଡ଼ଯନ୍ତ୍ରର ନିଜେ ଶିକାର ହୋଇଛି। ପ୍ରେମିକ ସହ ମିଶି କରିଥିବା ଏହି ଷଡ଼ଯନ୍ତ୍ରରେ ସେ ନିଜେ ଶିକାର ହୋଇଛି। ଏହି ଷଡ଼ଯନ୍ତ୍ରରେ ମହିଳାର ପ୍ରେମିକର ଜଣେ ବନ୍ଧୁ ସାମିଲ ଥିଲା। ପୋଲିସ୍ ୩ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତା ମହିଳା ପ୍ରେମିକ ସହ ମିଶି ନିଜ ସ୍ବାମୀକୁ ନକ୍ସଲ ପ୍ରମାଣିତ କରିବା ପାଇଁ ଷଡ଼ଯନ୍ତ୍ର ରଚିଥିଲା। କିନ୍ତୁ ସେ ତା’ର ଷଡ଼ଯନ୍ତ୍ରରେ ସଫଳ ହୋଇପାରିନଥିଲା। ପୋଲିସ୍ ଦୁହିଁଙ୍କ ସମେତ ତାଙ୍କ ବନ୍ଧୁକୁ ମଧ୍ୟ ଗିରଫ କରିଛି। ଅଭିଯୁକ୍ତମାନେ ପୋଲିସ୍ ଆଗରେ ନିଜ ଅପରାଧ ମାନିଛନ୍ତି।

{"id":151715}

ଏହି ଘଟଣାଟି ଘଟିଛି ଡୋଙ୍ଗରଗାଁର କବିରାଜଟୋଲା ଗାଁର। କବିରାଜଟୋଲା ବାସିନ୍ଦା ପବନ ଜ୍ଞାନଚନ୍ଦାନୀଙ୍କ ପତ୍ନୀ ନିର୍ମଳା ଜ୍ଞାନଚନ୍ଦାନୀ ମଧ୍ୟରେ କିଛି ଦିନ ହେବ ବିବାଦ ଚାଲିଥିଲା। ଏଥିପାଇଁ ଦୁହେଁ ଅଲଗା ରହୁଥିଲେ। ନିର୍ମଳା ନିଜ ପ୍ରେମିକ ଇମାନବେଲ(୩୦)ସହ ପେଣ୍ଡି ସ୍ଥିତ ଅଟଳ ଆବାସରେ ରହୁଥିଲା। ସ୍ବାମୀଙ୍କଠୁ ପ୍ରତିଶୋଧ ନେବା ପାଇଁ ନିଜ ପ୍ରେମିକ ସହ ମିଶି ଷଡ଼ଯନ୍ତ୍ର ରଚିଥିଲା।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.