Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||
  • ଷ୍ଟୋକ୍ସଙ୍କ ଧୂଆଁଧାର ଶତକ ଓ ସଞ୍ଜୁଙ୍କ ଦମଦାର ଫିଫ୍ଟି: ୮ ଓ୍ବିକେଟ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଲା ରାଜସ୍ଥାନ ରୟାଲ୍ସ
  • ||

ଭିକାରୁଣୀଙ୍କ ଶେଷ ଇଚ୍ଛା ହେଲା ପୂରଣ : ସହିଦଙ୍କ ପରିବାରକୁ ଦେଲେ ୬ଲକ୍ଷ ଟଙ୍କା

21/02/2019 at 3:32 PM

ଆଜମେର ୨୧/୨: ଛକରେ ଭିକ ମାଗି ନିଜ ଗୁଜୁରାଣ ମେଣ୍ଟାଉଥିବା ଭିକାରୁଣୀ ନିଜ ମୃତ୍ୟୁ ପୂର୍ବରୁ ଏପରି କିଛି କାମ କରିଯାଇଥିଲେ ଯାହାକୁ ଏକ ଉଦାହରଣ ଭାବରେ ନିଆଯିବ। ପୁଲଓ୍ବାମା ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କ ପରିବାରକୁ ସାହାଯ୍ୟ କରିବା ପାଇଁ ସାରା ଦେଶର ଲୋକେ ହାତ ବଢ଼ାଇଛନ୍ତି। ଏହି ତାଲିକାରେ ଅମିତାଭ ବଚ୍ଚନ,ସଲମାନ ଖାନଙ୍କଠୁ ନେଇ ବଡ଼ ବଡ଼ ଉଦ୍ୟୋଗପତି ଏବଂ ଖେଳାଳି ସାମିଲ ଅଛନ୍ତି। କିନ୍ତୁ ଏବେ ରାଜସ୍ଥାନର ଜଣେ ଭିକାରୁଣୀଙ୍କ ଶେଷ ଇଚ୍ଛା ପୂରଣ କରିବା ପାଇଁ ପାଖାପାଖି ୬ଲକ୍ଷ ୬୧ହଜାର ୬୦୦ଟଙ୍କା ସହିଦଙ୍କ ପରିବାରକୁ ଦିଆଯାଇଛି।

ମହିଳାଙ୍କ ନାଁ ଦେବକୀ ଶର୍ମା ଥିଲା। ୬ମାସ ପୂର୍ବରୁ ତାଙ୍କ ଦେହାନ୍ତ ହୋଇଯାଇଛି। ଆଜମେରର ବଜରଙ୍ଗ ଗଡ଼ର ଛକରେ ଥିବା ମାତାଙ୍କ ମନ୍ଦିର ପାଖରେ ବସି ଏହି ଭିକାରୁଣୀ କିଛି ବର୍ଷ ଧରି ଭିକ ମାଗୁଥିଲେ ଏବଂ ଟଙ୍କା ସଞ୍ଚୟ କରିଥିଲେ। ପ୍ରତିଦିନ ମନ୍ଦିରରୁ ମିଳୁଥିବା ଟଙ୍କା ମନ୍ଦିର କମିଟିର ସଦସ୍ୟଙ୍କୁ ଦେଉଥିଲେ । ମନ୍ଦିର କମିଟିର ସଦସ୍ୟ ବୟସ୍କା ମହିଳାଙ୍କ ଏକ ବ୍ୟାଙ୍କ ଆକାଉଣ୍ଟ ଖୋଲି ଦେଇଥିଲେ। ମହିଳା ନିଜ ଅନ୍ତିମ ସମୟରେ ଏହା କହି ପ୍ରାଣ ତ୍ୟାଗ କରିଥିଲେ ଯେ ଏହି ଟଙ୍କାକୁ କୈାଣସି ଭଲ କାମରେ ଲଗାଯିବ।

ମନ୍ଦିର କମିଟିର ସଚିବଙ୍କ କହିବାନୁସାରେ ପୁଲଓ୍ବାମାରେ ସହିଦ ହୋଇଥିବା ଯବାନଙ୍କ ପରିବାରକୁ ଏହି ଟଙ୍କା ସାହାଯ୍ୟ ହିସାବରେ ଦେଲେ ଏହା ପୁଣ୍ୟ କାମ ହେବ। ମନ୍ଦିର କମିଟିର ସଦସ୍ୟ ଏହି ଟଙ୍କାକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରେ ଜମା କରିଥିଲେ। ସେମାନେ କହିଛନ୍ତି ଯେ ଏହି ଟଙ୍କାର ଡ୍ରାଫ୍ଟ ପ୍ରସ୍ତୁତ କରି ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି।

   Related Posts