Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ପୂର୍ବରୁ ଗାଳି ଏବେ ମିଳୁଛି ତାଳି: ପୁନୀତ ରାଜକୁମାରଙ୍କ ପାଇଁ ‘କନ୍ନଡ’ରେ ଗୀତ ଗାଇ ପ୍ରଶଂସା ସାଉଁଟୁଛନ୍ତି ଲାହୋର ଯୁବକ

3/11/2021 at 8:06 PM

ଲାହୋର ୦୩/୧୧:  କନ୍ନଡ ସୁପରଷ୍ଟାର ପୁନୀତ ରାଜକୁମାରଙ୍କ ପରଲୋକ ପରେ ପୂରା ଫିଲ୍ମ ଇଣ୍ଡଷ୍ଟ୍ରି ସ୍ତବ୍ଧ ହୋଇଯାଇଛି । ତାଙ୍କର ସୁକର୍ମ ସମ୍ପର୍କରେ ଯେତେ କହିଲେ ବି କମ୍‌ ପଡ଼ୁଛି । ଦେଶ ପ୍ରତି ତାଙ୍କର ଅବଦାନ ଅତୁଳନୀୟ ବୋଲି କେହି କହୁଥିବା ବେଳେ ତାଙ୍କର ବିୟୋଗ ଏକ ଅପୂରଣୀୟ କ୍ଷତି । ପୁନୀତଙ୍କ ବିୟୋଗରେ କେବଳ ଭାରତ ନୁହେଁ ପଡ଼ୋଶୀ ଦେଶ ପାକିସ୍ତାନରେ ମଧ୍ୟ ଶୋକର ଛାୟା ଖେଳିଯାଇଛି । ଜଣେ ଲାହୋର ଯୁବକ ପୁନୀତଙ୍କୁ କନ୍ନଡ ଗୀତ ଗାଇ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି।

ଏହି ଗୀତ ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଛି। ଲାହୋରର ଜଣେ ମେକାନିକ୍‌ ଆଜମଲ ମୁଗଲ ପୁନୀତଙ୍କ ଅଭିନୀତ ଫିଲ୍ମର ଏକ ଗୀତ ଗାଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଆଜମଲ ପ୍ରାୟ ୧୦ ବର୍ଷ ହେଲା କନ୍ନଡ ଗୀତ ଗାଇଆସୁଛନ୍ତି। କିନ୍ତୁ ସବୁବେଳେ ତାଙ୍କୁ ଦୁର୍ବ୍ୟବହାର ଏବଂ ଅପଶବ୍ଦର ଶିକାର ହେବାକୁ ପଡ଼ୁଥିଲା। ବର୍ତ୍ତମାନ ପୁନୀତଙ୍କ ପାଇଁ ଆଜମଲଙ୍କୁ ପ୍ରଶଂସାର ସୁଅ ଛୁଟିଛି। ଏନେଇ ଖୋଦ ଆଜମଲ ଇଣ୍ଡିଆନ ଏକ୍ସପ୍ରେସ୍‌କୁ ଫୋନ୍‌ରେ କହିଛନ୍ତି।

ସେ କହିଛନ୍ତି, ‘ମୁଁ କନ୍ନଡ ଗୀତ ଶୁଣିବାକୁ ଭଲ ପାଏ। ମୁଁ ଶୁଣିଲି ପୁନୀତ ରାଜକୁମାରଙ୍କ ମୃତ୍ୟୁ ହୋଇଯାଇଛି। ସେ କେବଳ ଜଣେ ଭଲ ଅଭିନେତା ଥିଲେ ତାହା ନୁହେଁ ସେ ଜଣେ ଭଲ ମଣିଷ ମଧ୍ୟ ଥିଲେ। ପୁନୀତ ରାଜକୁମାରଙ୍କ ପରଲୋକ ଖବର ଶୁଣି ବିଶ୍ବର କନ୍ନଡ ଲୋକଙ୍କ ଭଳି ମୁଁ ମଧ୍ୟ ବିଚଳିତ ହୋଇଥିଲି।’ 

ଏହା ବ୍ୟତୀତ ଆଜମଲ କହିଛନ୍ତି ଯେ ସେ ୨୦୧୨ରୁ କନ୍ନଡ ଗୀତ ଗାନ କରିବା ସହ ତାହାକୁ ଅପଲୋଡ୍‌ ମଧ୍ୟ କରୁଥିଲେ। ଏଥିପାଇଁ ଅନେକ ସୋସିଆଲ ମିଡିଆ ୟୁଜର ଗାଳି କରୁଥିଲେ। ଅନେକ ଥର ଲୋକେ ଖରାପ ଭାଷାର ପ୍ରୟୋଗ କରୁଥିଲେ ବୋଲି ମଧ୍ୟ ସେ କହିଛନ୍ତି। କିନ୍ତୁ ପୁନୀତ ରାଜକୁମାରଙ୍କ ଉଦ୍ଦେଶ୍ୟରେ ଗୀତ ଗାଇବା ପରଠୁ ପ୍ରଶଂସା ମିଳୁଛି ବୋଲି ଆଜମଲ ମୁଗଲ କହିଛନ୍ତି ।

   Related Posts