Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ଆଜମ ଖାନଙ୍କୁ ବଡ ଝଟକା – ଏହି କାରଣରୁ ପୁଅ ଅବୁଦଲାଙ୍କର ନିର୍ବାଚନ ରଦ୍ଦ ହେଲା

16/12/2019 at 2:32 PM

ଆହ୍ଲାବାଦ ୧୬।୧୨: ସମାଜବାଦୀ ପାର୍ଟି ସାଂସଦ ଆଜମ ଖାନଙ୍କୁ ଆହ୍ଲାବାଦ ହାଇକୋର୍ଟଙ୍କ ବଡ ଝଟକା । ହାଇକୋର୍ଟ ଆଜମ ଖାନଙ୍କ ପୁଅ ଅବ୍‌ଦୁଲ ଆଜମଙ୍କ ନିର୍ବାଚନ ରଦ୍ଦ କରିଛନ୍ତି । ଜାଲ୍ ଜନ୍ମପ୍ରମାଣ ପତ୍ର ବ୍ୟବହାର କରି ଅବ୍‌ଦୁଲ ଆଜମ ନିର୍ବାଚନ ଲଢିଥିବା ନେଇ ଅଭିଯୋଗ ହୋଇଥିଲା । ଯେଉଁ ସମୟରେ ସେ ନିର୍ବାଚନ ଲଢିଥିଲେ, ସେତେବେଳେ ତାଙ୍କୁ ନିର୍ବାଚନ ଲଢିବା ପାଇଁ ଉପଯୁକ୍ତ ବୟସ ହୋଇନଥିଲା । ତେବେ ଏହି ମାମଲାରେ ହାଇକୋର୍ଟ ଶୁଣାଣି କରି ସୋମବାର ରାୟ ପ୍ରକାଶ କରିଛନ୍ତି ।  

ସୂଚନାଯୋଗ୍ୟ ଯେ, ୨୦୧୭ରେ ହୋଇଥିବା ବିଧାନସଭା ନିର୍ବାଚନରେ ଅବ୍‌ଦୁଲ ଆଜମ ସମାଜବାଦୀ ପାର୍ଟି ଟିକେଟରେ ଲଢି ନିର୍ବାଚନ ଜିତିଥିଲେ । କିନ୍ତୁ ତାଙ୍କ ବିପକ୍ଷରେ ନିର୍ବାଚନ ଲଢୁଥିବା ବହୁଜନ ସମାଜବାଦୀ ପାର୍ଟିର ନେତା ନବାବ କାଜିମ ଅଲ୍ଲି ଖାଁ ଆଜମଙ୍କ ପ୍ରାର୍ଥୀପତ୍ରରେ ଉଲ୍ଲେଖ ତଥ୍ୟକୁ ନେଇ ଆପତ୍ତି ଉଠାଇଥିଲେ । ଆଜମ ନିର୍ବାଚନ ଲଢିବାକୁ ଉପଯୁକ୍ତ ବୟସ ହୋଇନାହିଁ ବୋଲି ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ  ନବାବ କାଜିମ । ନିର୍ବାଚନ ସମୟରେ ଅବ୍‌ଦୁଲାଙ୍କ ବୟସ ୨୫ବର୍ଷରୁ କମ୍ ଥିଲା,  ତେଣୁ ସେ ଏଥିପାଇଁ ନିର୍ବାଚନ ଲଢିପାରିବେ ନାହିଁ ବୋଲି କାଜିମ କହିଥିଲେ। କିନ୍ତୁ ନିର୍ବାଚନ ଅଧିକାରୀଙ୍କ ନିକଟରେ କାଜିମଙ୍କ ଆପତ୍ତି ଖାରଜ ହୋଇଯାଇଥିଲା , ପରେ ନିର୍ବାଚନ ପରିମାଣ ଆସିବା ପରେ ଅବଦୁଲ୍ ଆଜମ ବିଜୟୀ ହୋଇଥିଲେ ।

ତେବେ ଆଜମଙ୍କ ମିଛ ଜନ୍ମପ୍ରମାଣ ପତ୍ରକୁ ନେଇ  ନେଇ ଆହ୍ଲାବାଦ ହାଇକୋର୍ଟରେ ଆବଦେନ କରିଥିଲେ ନବାବ କାଜିମ । ୨୪ ଅପ୍ରେଲ ୨୦୧୭ରେ ହାଇକୋର୍ଟରେ ଦାୟର ହୋଇଥିବା ଆବେଦନ ସଂଖ୍ୟା ୮ରେ କାଜମି ଅଲ୍ଲୀ ଖାନ ଆଜମଙ୍କ ସିବିଏସଇ ବୋର୍ଡ ହାଇସ୍କୁଲ ପରୀକ୍ଷାର ମାର୍କସିଟ ଦାଖଲ କରିଥିଲେ । ଯେଉଁଥିରେ ଅବ୍‌ଦୁଲା ଆଜମଙ୍କ ଜନ୍ମ ତାରିଖ ୦୧।୦୧।୧୯୯୩ ଅଛି । ଏହାକୁ ହିସାବକୁ ଆଣିଲେ ସେ ନିର୍ବାଚନ ଲଢିବା ପାଇଁ ଉପଯୁକ୍ତ ବୟସ ହୋଇନଥିଲା ।  ନିର୍ବାଚନ ଦସ୍ତାବିଜରେ ଅବ୍‌ଦୁଲା ୩୦।୦୯।୧୯୯୦ ଜନ୍ମ ତାରିଖ ବୋଲି ନଗର ନିଗମର ଦେଇଥିବା ପ୍ରମାଣ ପତ୍ରକୁ ରଦ୍ଧ କରିବା ସହ ସ୍ବର ନିର୍ବାଚନକୁ ଅବୈଦ୍ଧ ଘୋଷଣା କରିବାକୁ ଦାବି ହୋଇଥିଲା । ହାଇକୋର୍ଟ ଏହି ମାମଲାର ଶୁଣାଣି କରି ଆଜମଙ୍କ ବିଧାୟକ ପଦ ରଦ୍ଧ କରିଛନ୍ତି ।

   Related Posts