ଜଷ୍ଟିସ୍ ଅଜିତ ସିଂ ହେବେ ଓଡ଼ିଶାର ପ୍ରଥମ ଲୋକାୟୁକ୍ତ ଅଧ୍ୟକ୍ଷ

Published By : Prameya-News7 Bureau | March 03, 2019 IST

ଭୁବନେଶ୍ବର ୩/୩: ଗୌହାଟୀ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ୍ ଅଜିତ ସିଂ ହେବେ ଓଡିଶାର ପ୍ରଥମ ଲୋକାୟୁକ୍ତ ଅଧ୍ୟକ୍ଷ । ଚୟନ କମିଟିର ସୁପାରିଶ କ୍ରମେ ତାଙ୍କ ନିଯୁକ୍ତିକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଅନୁମୋଦନ କରିଛନ୍ତି । ଓଡ଼ିଶା ଲୋକାୟୁକ୍ତ ଆଇନ-୨୦୧୫ ଲାଗୁ ହେବା ପରେ ପ୍ରଥମ ଥର ପାଇଁ ଲୋକାଯୁକ୍ତ ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି । ତେଣୁ ଏନେଇ   ଖୁବଶୀଘ୍ର  ବିଜ୍ଞପ୍ତି ପ୍ରକାଶ କରିବେ ରାଜ୍ୟ ସରକାର ।

{"id":90216,"width":595,"height":387}

ମଧ୍ୟପ୍ରଦେଶର ଜବଲପୁର ହାଇକୋର୍ଟରେ ଆଇନଜୀବୀ ଭାବେ କାର୍ଯ୍ୟ ଆରମ୍ଭ କରିଥିବା ଜଷ୍ଟିସ୍ ସିଂ ୨୦୦୨ରେ ମଧ୍ୟପ୍ରଦେଶ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ । ପରେ ସେ ରାଜସ୍ଥାନ, ଆସାମ, ଅରୁଣାଚଳ ପ୍ରଦେଶ ଓ ନାଗାଲାଣ୍ଡ ହାଇକୋର୍ଟରେ ବିଚାରପତି ଭାବେ କାମ କରିବା ସହ ଗୌହାଟୀ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଅବସର ଗ୍ରହଣ କରିଥିଲେ  । ପୂର୍ବରୁ ଗତମାସ ୧୧ ତାରିଖିରେ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରି ମାର୍ଚ୍ଚ ୩୧ ସୁଦ୍ଧା ଲୋକାୟୁକ୍ତ ନିଯୁକ୍ତି ପାଇଁ ଚୟନ ପ୍ରକ୍ରିୟା ଶେଷ ହେବ ବୋଲି ଜଣାଇଥିଲେ ।   

{"id":90219,"width":595,"height":670}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.