ମହାରାଷ୍ଟ୍ରରେ ପୁଣି ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଅଜିତ ପାଓ୍ୱାର, ଆଜି ହେଲା ମନ୍ତ୍ରୀମଣ୍ଡଳର ବିସ୍ତାର

Published By : Prameya-News7 Bureau | December 30, 2019 IST

ମୁମ୍ବଇ ୩୦।୧୨ - ମହାରାଷ୍ଟ୍ରରେ ପୁଣି ମନ୍ତ୍ରୀମଣ୍ଡଳର ବିସ୍ତାର ହୋଇଛି । ଅଜିତ ପାଓ୍ୱାର ପୁଣିଥରେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଶିବସେନା, କଂଗ୍ରେସ ଓ ଏନ୍‌ସିପର ମୋଟ୍‌ ୩୬ ଜଣ ମନ୍ତ୍ରୀ ଆଜି ଶପଥ ଗ୍ରହଣ କରିଛନ୍ତି । ଆଦିତ୍ୟ ଠାକରେ ବି କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ସେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଦାୟୀତ୍ୱରେ ରହିବେ । ଆଦିତ୍ୟ ଠାକେରଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବାକୁ ଏହା ଏକ ବଡ ପଦକ୍ଷେପ ବୋଲି ଚର୍ଚ୍ଚା ହେଉଛି ।

wp:core-embed/twitter {"url":"https://twitter.com/ANI/status/1211554250410483712?s=20","type":"rich","providerNameSlug":"twitter","className":""}
https://twitter.com/ANI/status/1211554250410483712?s=20
/wp:core-embed/twitter

ଏନ୍‌ସିପିର ନେତା ଧନଞ୍ଜ ମୁଣ୍ଡେ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ସେ ଗୋପୀନାଥ ମୁଣ୍ଡେଙ୍କର ପୁତୁରା । କଂଗ୍ରେସ ନେତା ଅଶୋତ ଚହ୍ୱାନ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ସେ ରାଜ୍ୟର ପୂର୍ବ ସିଏମ୍‌ ଶଙ୍କର ରାଓ ଚହ୍ୱାନଙ୍କର ପୁଅ । ସେ ପୂର୍ବରୁ ମହାରାଷ୍ଟ୍ରର ସିଏମ୍‌ବି ରହିଥିଲେ ।

ପ୍ରଥମେ ଅଜିତ ପାଓ୍ୱାର ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ଏହା ପୂର୍ବରୁ ସେ ବିଜେପିର ସରକାର ଗଠନ ସମୟରେ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.