ଦେବେନ୍ଦ୍ର କହିଲେ ଅଜିତ ପାଓ୍ବାରଙ୍କ ସହ କାହିଁକି ନେଇଥିଲେ ଶପଥ

Published By : Prameya-News7 Bureau | December 08, 2019 IST

ମୁମ୍ବାଇ ୦୮।୧୨: ଭାରତୀୟ ଜନତା ପାର୍ଟି (ବିଜେପି) ନେତା ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ୨୩ ନଭେମ୍ବରକୁ ଅଚାନକ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ସହ ଏନସିପି ନେତା ଅଜିତ ପାଓ୍ବାର ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ସମସ୍ତଙ୍କୁ ଚକିତ କରିଥିଲା ।  କିନ୍ତୁ ବହୁମତ ସାବ୍ୟସ୍ତ ପୂର୍ବରୁ ସଂଖ୍ୟା ଗରିଷ୍ଠତା ପାଇଁ ଆବଶ୍ୟକ ବିଧାୟକ ସଂଖ୍ୟା ନହେବାରୁ ଉଭୟ ଫଡନାଭିସ ଓ ଅଜିତ ନିଜ ନିଜ ପଦରୁ ଇସ୍ତଫା ଦେଇଥିଲେ ।  ଦୁଇ ଜଣଙ୍କ ଇସ୍ତଫା ପରେ , ଏନସିପି-କଂଗ୍ରେସ-ଶିବସେନା ଉଦ୍ଧବ ଠାକରେଙ୍କ ନେତୃତ୍ୟରେ ସରକାର ଗଠନ କରିଛନ୍ତି ।

{"id":195150,"sizeSlug":"large"}

ମହାରାଷ୍ଟ୍ର ବହୁମତ ପାଇଁ ସଂଖ୍ୟା ନଥିବା ସତ୍ତ୍ବେ ଅଚାନକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପ୍ରସଙ୍ଗରେ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ କହିଛନ୍ତି ଯେ, ଏନସିପି ନେତା ଅଜିତ ପାଓ୍ବାର ରାଜ୍ୟରେ ସରକାର ଗଠନ ପାଇଁ ଯୋଗାଯୋଗ କରିବା ସହ ୫୪ଜଣ ଏନିସିପି ବିଧାୟକଙ୍କ ସମର୍ଥନର ଆଶ୍ବାସନା ମଧ୍ୟ ଦେଇଥିଲେ,  ଅଜିତ ମୋ ସହ କିଛି ବିଧାୟକଙ୍କ କଥା ମଧ୍ୟ କରାଇଥିଲେ । ବିଜେପି ସହିତ ମିଶି ସରକାର ଗଢିବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଥିଲେ । ରାଜ୍ୟରେ ସରକାର ନେଇ ଗଠନ ଅଜିତ ପାର୍ଟି ମୁଖ୍ୟ ଶରଦ ପାଓ୍ବାରଙ୍କ ସହ କଥା ହୋଇଛନ୍ତି ବୋଲି ଜଣାଇଥିଲେ । ରାଜ୍ୟରେ ଶିବସେନା-କଂଗ୍ରେସ-ଏନସିପି ଦଳ ମିଶି ସରକାର ଚଳାଇପାରିବେ ନାହିଁ  ।ରାଜ୍ୟରେ ସ୍ଥିର ସରକାର ପାଇଁ ଆମେ ବିଜେପି ସହିତ ଯିବା ପାଇଁ ପ୍ରସ୍ତୁତ ଅଛୁ ବୋଲି ଅଜିତ ପାଓ୍ବାର କହିଥିବା ନେଇ ଦେବେନ୍ଦ୍ର ଫଡନାଭିସ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.