Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ପିପିଲି ଉପନିର୍ବାଚନ : ଅଜିତ ମଙ୍ଗରାଜଙ୍କ ପତ୍ନୀ ହେବେ କଂଗ୍ରେସ ପ୍ରାର୍ଥୀ ! ସୁରଙ୍କ ବୟାନକୁ ନେଇ ଚର୍ଚ୍ଚା ଜୋରଦାର୍

19/04/2021 at 10:24 AM

ଭୁବନେଶ୍ୱର/ଡେଲାଙ୍ଗ,୧୯/୦୪: ଥମିନି ପିପିଲି ରାଜନୀତି । କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ପରଲୋକ ପରେ ପିପିଲି ଉପନିର୍ବାଚନ ସ୍ଥଗିତ ହୋଇଥିଲେ ମଧ୍ୟ ନୂଆ ତାରିଖ ଘୋଷଣା କରାଯାଇଛି । ମେ’ ୧୩ ତାରିଖରେ ଏହି ଉପନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ କରାଯିବା ସହ ୧୬ ତାରିଖରେ ହେବ ଭୋଟ୍‌ ଗଣତି । ତେବେ ଅଜିତ୍‌ଙ୍କ ପରେ କଂଗ୍ରେସ କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ଜୋରସୋର ଚର୍ଚ୍ଚା ଆରମ୍ଭ ହୋଇଛି । ଏନେଇ ଦଳ ତରଫରୁ କିଛି ଘୋଷଣା କରାଯାଇ ନଥିଲେ ମଧ୍ୟ ଜଟଣୀ ବିଧାୟକ ସୁରେଶ ରାଉତରାୟ କିନ୍ତୁ ଅଜିତଙ୍କ ପତ୍ନୀ ବନ୍ଦନାଙ୍କ ସପକ୍ଷରେ ମୁହଁ ଖୋଲିଛନ୍ତି । ଖୋଲାଖୋଲି ଭାବେ ତାଙ୍କୁ ପ୍ରାର୍ଥୀ କଲେ ଦଳ ଭଲ କରିବ ବୋଲି କହିଛନ୍ତି ସୁର ।

ସୁର ରବିବାର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଦଳରେ ୫ ଜଣ ଆଶାୟୀ ପ୍ରାର୍ଥୀ ରହିଛନ୍ତି । ତେବେ ସ୍ୱର୍ଗତ ଅଜିତଙ୍କ ପତ୍ନୀ ବନ୍ଦନା ଯଦି ରାଜି ହୁଅନ୍ତି, ତା’ହେଲେ ବହୁତ ଭଲ ହୁଅନ୍ତା । ତେବେ ବନ୍ଦନା କଂଗ୍ରେସର ପ୍ରାର୍ଥୀ ହେବା ନେଇ ଚୂଡାନ୍ତ ହୋଇନଥିଲେ ମଧ୍ୟ ଏବେଠୁ ଅନୁକମ୍ପା ଭୋଟ୍‌ କୁଆଡେ ଯିବ ସେନେଇ ଚର୍ଚ୍ଚା ଜୋର ଧରିଛି । ବନ୍ଦନା ବର୍ତ୍ତମାନ ସ୍ୱାମୀ ଓ ଶାଶୂଙ୍କୁ ହରାଇଥିବାବେଳେ ବାପାଙ୍କୁ ହରାଇଛନ୍ତି ରୁଦ୍ର । ବନ୍ଦନା ପ୍ରାର୍ଥୀ ହେଲେ ପିପିଲି ଓ ଡେଲାଙ୍ଗର ଅନୁକମ୍ପା ଭୋଟ୍‌ କାହା ଆଡ଼କୁ ଯିବ । ବନ୍ଦନା ବାଜି ମାରିବେ ନା ରୁଦ୍ର ବାପାଙ୍କ ଆସନକୁ ଧରି ରଖିବେ ସେ ନେଇ ପିପିଲି ନିର୍ବାଚନମଣ୍ଡଳୀରେ ପାନ ଦୋକାନଠୁ ଆରମ୍ଭ କରି ଛକ ଛକରେ ହେଉଥିବା ଖଟିରେ ଆଲୋଚନା ଜୋର ଧରିଛି ।

କଂଗ୍ରେସରେ କେବଳ ସେ ନୁହନ୍ତି, ଅଧିକାଂଶ ଦଳୀୟ କର୍ମୀଙ୍କ ମତ ଅଜିତଙ୍କ ପତ୍ନୀ ବନ୍ଦନାଙ୍କ ସପକ୍ଷରେ ଥିବା ସୁର ଯୁକ୍ତି ବାଢ଼ିଛନ୍ତି । ସେପଟେ ପ୍ରଚାର ବନ୍ଦ ସତ୍ତେ୍ୱ ଲୋକଙ୍କ ପାଖରେ ପହଞ୍ଚୁଥିବା ବିଜେପି ଓ ବିଜେଡି କହିଛନ୍ତି । ଭୋଟ୍‌ ବିଳମ୍ବ ହେଲେ ବି ଜନମତ ପ୍ରଭାବିତ ହେବନାହିଁ । ପିପିଲି ପାଇଁ କଂଗ୍ରେସର ପ୍ରାର୍ଥୀ ହୋଇପାରନ୍ତି ବନ୍ଦନା । ତାଙ୍କୁ ପ୍ରାର୍ଥୀ କରିବା ନେଇ କଂଗ୍ରେସ କସରତ ଆରମ୍ଭ କରିଛି । ସୁରଙ୍କ କହିବା ଅନୁସାରେ, ଦଳ ଭିତରେ ବନ୍ଦନାଙ୍କ ପାଇଁ ସମର୍ଥନ ବଢୁଛି । ବନ୍ଦନା ପ୍ରାର୍ଥୀ ହେଲେ କଂଗ୍ରେସ କର୍ମୀ ନିଜ ହାତରୁ ଉପନିର୍ବାଚନ ପାଇଁ ଖର୍ଚ୍ଚ କରିବେ । ରାହୁଲ ଗାନ୍ଧୀ ବି ଏନେଇ ବନ୍ଦନାଙ୍କ ସହ କଥା ହେବା ସମୟରେ ପରୋକ୍ଷ ସୂଚନା ଦେଇଥିବା ଜଣାପଡିଛି ।

ବନ୍ଦନାଙ୍କ ସଙ୍ଗଠନ ଭଲ ଓ ଲୋକଙ୍କ ସହାନୁଭୂତି ମିଳିବ ବୋଲି ବହୁ କଂଗ୍ରେସ ନେତା କହୁଛନ୍ତି । ସେପଟେ ଭାଟ୍‌ ଗ୍ରହଣ ବିଳମ୍ବ ହେଲେ ବି ଜନମତ ପ୍ରଭାବିତ ହେବନାହିଁ ବାଲି ଅନ୍ୟ ଦଳ ପ୍ରାର୍ଥୀ କହିଛନ୍ତି । ପ୍ରଚାର ବନ୍ଦ ଅଛି ହେଲେ ଗାଁ, ୱାର୍ଡ ଓ ପଞ୍ଚାୟତର ଦଳୀୟ ଶିବିରରେ ନେତା ଏବଂ କର୍ମୀ ବସାଉଠା କରୁଛନ୍ତି । ଲୋକଙ୍କ ପାଖକୁ ଯାଇ ସମସ୍ୟା ବୁଝୁଛନ୍ତି । ଏହା ବିଜୟ ପଥକୁ ସୁଗମ କରିବ ବାଲି ବିଜେଡି ଦାବି କରିଛି । ସେପଟେ ପ୍ରତି ଗାଁରେ ଦଳର କର୍ମୀ ଥିବା ବିଜେପି କହିଛି । ଯାହା ପରିବର୍ତ୍ତନ ଆଣିବ ବାଲି ଦଳୀୟ ନେତା ଆକଳନ କରିଛନ୍ତି । ତେବେ ଚୂଡ଼ାନ୍ତ ମତ ପିପିଲି-ଡେଲାଙ୍ଗ ଜନସାଧାରଣ ଦେବେ ।

   Related Posts