Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୫ ମୃତ, ଅନେକ ଆହତ ହୋଇଛନ୍ତି, କ୍ଷତିପୂରଣ ଘୋଷଣା କଲେ ସିଏମ
  • ||
  • ଆସୁଛି ଲଘୁଚାପ, ୨୮ରୁ ୩ ଦିନ ବର୍ଷିବ: ଦକ୍ଷିଣରେ ହାଲକା ବର୍ଷା ସମ୍ଭାବନା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୫୮୫ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୯ କୋଭିଡ୍ ପଜିଟିଭ୍
  • ||
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ପ୍ରଥମେ ପୁଅ, ଆଉ ଏବେ ମାଆ ; ଦିବଙ୍ଗତ କଂଗ୍ରେସ ନେତା ଅଜିତ ମଙ୍ଗରାଜଙ୍କ ମାଆଙ୍କ ପରଲୋକ, କୋଭିଡ଼ରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ..

17/04/2021 at 8:48 AM

ଭୁବନେଶ୍ୱର ୧୭।୦୪: ପ୍ରଥମେ ପୁଅ, ଆଉ ଏବେ ମାଆ । ଦୁଃଖର ଆଉ ଏକ ପାହାଡ଼ ପଡିଛି ଦିବଙ୍ଗତ କଂଗ୍ରେସ ନେତା ଅଜିତ ମଙ୍ଗରାଜଙ୍କ ପରିବାରରେ । କିଛି ଦିନ ତଳେ ଅଜିତ ମଙ୍ଗରାଜଙ୍କ ପରୋଲୋକ ହୋଇଥିଲା । ଆଉ ଏବେ ତାଙ୍କ ମାଆଙ୍କ ପରଲୋକ ହୋଇଯାଇଛି । ଭୁବନେଶ୍ୱର ସ୍ଥିତ ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଯାଇଛି ।

ପିପିଲି କଂଗ୍ରେସ ପ୍ରାର୍ଥୀ ସ୍ବର୍ଗତ ଅଜିତ ମଙ୍ଗରାଜଙ୍କ କରୋନାରେ ଆରପାରିରେ ଯିବାର ଦୁଇ ଦିନ ପରେ ତାଙ୍କ ମାଆ ମଧ୍ୟ କୋଭିଡରେ ମୃତ୍ୟୁବର କରିଛନ୍ତି ।  ୭୦ ବୟସରେ କ୍ଷେତ୍ରମଣି ମଙ୍ଗରାଜ କୋଭିଡରେ ଆକ୍ରାନ୍ତ ହେବା ପରେ ଭୁବନେଶ୍ୱରର ଏକ ଘରୋଇ ମେଡ଼ିକାଲରେ ଚିକିତ୍ସିତ ହେଉଥିଲେ । ତେବେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଘରୋଇ ମେଡିକାଲ କତ୍ତୃପକ୍ଷଙ୍କ ସହ ପରିବାର ଲୋକେ ଖବର ପାଇଥିଲେ ।  ଅଜିତଙ୍କ କୋଭିଡ ଯୋଗୁଁ ଚାଲିଯାଇଥିଲା ଜୀବନ ଆଉ ଏବେ ତାଙ୍କ ମାଆଙ୍କ ଜୀବନ ଯିବା ପରେ ଦୁଃଖରେ ଭାଙ୍ଗିପଡିଛନ୍ତି ପୁରା ପରିବାର । କୋଭିଡ ଗାଇଡ଼ଲାଇନ ମାନି ଶବ ସତ୍କାର କରାଯିବ ।

   Related Posts