ଅଜିତ ଯୋଗୀଙ୍କ ଅବସ୍ଥା ଅତି ଗୁରୁତର : ଅଡିଓ ଥେରାପି ଆରମ୍ଭ କଲେ ଡାକ୍ତର, ତାଙ୍କୁ ଶୁଣାଉଛନ୍ତି ପସନ୍ଦର ଗୀତ

Published By : Prameya-News7 Bureau | May 12, 2020 IST

ରାୟପୁର ୧୨|୦୫:   ଅଜିତ ଯୋଗୀ ଅବସ୍ଥା ଗୁରୁତର ହୋଇଛି । ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର । ନାରାୟଣ ମେଡିକାଲରେ ତାଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଛି । ଗତ ୯ତାରିଖରୁ ଅଜିତ ଯୋଗୀ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏବଂ ତାଙ୍କ ଅବସ୍ଥା ଧୀରେ ଧୀରେ ଅତି ଖରାପ ହୋଇଚାଲିଛି । ତେଣୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି ବୋଲି ଡାକ୍ତର ସୂଚନା ଦେଇଛନ୍ତି ।

ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ବର୍ତ୍ତମାନ କୋମାରେ ରହିଛନ୍ତି । ଡାକ୍ତରମାନେ "ଅଡିଓ ଥେରାପି" ଆରମ୍ଭ କରିଦେଇଛନ୍ତି । ଯୋଗୀଙ୍କୁ ହେଡଫୋନ୍‌ ମାଧ୍ୟମରେ ତାଙ୍କ ପ୍ରିୟର ଗୀତ ଶୁଣିବାକୁ ଦିଆଯାଉଛି ବୋଲି ଡାକ୍ତରମାନେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଶନିବାର ସକାଳେ ଅଜିତ ଜଳଖିଆ କରୁଥିବା ବେଳେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା । ଏହାପରେ ତାଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି । ହସ୍ପିଟାଲରେ ଅଜିତଙ୍କ ପନ୍ତୀ ଓ ଅନେକ କର୍ମୀ ଉପସ୍ଥିତ ଅଛନ୍ତି । ନାରାୟଣ ମେଡିକାଲର ଡାକ୍ତରମାନେ ନିମୟିତ ଭାବେ ତାଙ୍କର ଯାଂଚ କରୁଛନ୍ତି । ଏବେ ବି ତାଙ୍କର ସ୍ଥିତି ସଙ୍ଗୀନ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.