Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ବରଗଡ : ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
  • ||
  • ଭୁବନେଶ୍ବର : ସାଲିଆ ସାହିରୁ ୫ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ, ୯ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୬ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ବହ୍ମପୁର : ବୋଲେରୋ ଧକ୍କାରେ ଜଣେ ମୃତ
  • ||

ଶ୍ରୀଲଙ୍କାରେ NSA ଅଜିତ ଡୋଭାଲ: ସମୁଦ୍ର ସୁରକ୍ଷାକୁ ନେଇ ହେବ ତ୍ରିପାକ୍ଷିକ ଆଲୋଚନା

27/11/2020 at 8:44 PM

ନୂଆଦିଲ୍ଲୀ ୨୭/୧୧ : ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଶ୍ରୀଲଙ୍କା ଗସ୍ତ କରିଛନ୍ତି । ଭାରତ, ଶ୍ରୀଲଙ୍କା ଏବଂ ମାଳଦ୍ବୀପ ମଧ୍ୟରେ ସମୁଦ୍ରୀ ସୁରକ୍ଷାକୁ ନେଇ ଆଲୋଚନା ହେବ । ସେଥିପାଇଁ ଅଜିତ ଡୋଭାଲ ଶୁକ୍ରବାର ଶ୍ରୀଲଙ୍କାର କଲମ୍ବୋ ଗସ୍ତ କରିଛନ୍ତି । ଏହି ଦୁଇ ଦିନିଆ ଗସ୍ତରେ ସମୁଦ୍ର ସୁରକ୍ଷାକୁ ନେଇ ୩ ଦେଶ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହେବ ।

ତେବେ ୬ ବର୍ଷ ପରେ ପୁଣି ଥରେ ଏହି ବୈଠକ ଆୟୋଜନ ହେଉଛି । ଏହା ପୂର୍ବରୁ ୨୦୧୪ରେ ନୂଆଦିଲ୍ଲୀରେ ସମୁଦ୍ର ସୁରକ୍ଷାକୁ ନେଇ ଏହି ୩ ଦେଶ ମଧ୍ୟରେ ଆଲୋଚନା ହୋଇଥିଲା । କଲମ୍ବୋରେ ଥିବା ଭାରତ ଦୂତାବାସ ଟ୍ବିଟ୍ କରି କହିଛି ଯେ, ଭାରତ-ଶ୍ରୀଲଙ୍କା-ମାଳଦ୍ବୀପ ମଧ୍ୟରେ ସମୁଦ୍ର ସୁରକ୍ଷାକୁ ସହଯୋଗକୁ ନେଇ ଆଲୋଚନା ପାଇଁ ଏନଏସଏ ଅଜିତ ଡୋଭାଲ କଲମ୍ବୋ ପହଞ୍ଚି ସାରିଛନ୍ତି । ଶ୍ରୀଲଙ୍କାର ସେନା କମାଣ୍ଡର ସିଲଭା ଶବେଂନ୍ଦ୍ର ଅଜି ଡୋଭାଲଙ୍କୁ ସ୍ବାଗତ କରିଛନ୍ତି । ଶ୍ରୀଲଙ୍କା ସେନା କହିଛି ଯେ, ଡୋଭାଲ ଏବଂ ମାଳଦ୍ବୀପର ପ୍ରତିରକ୍ଷା ମନ୍ତ୍ରୀ ମାରିୟା ଦିଦି ଆଲୋଚନାରେ ନିଜ ନିଜ ଦେଶର ନେତୃତ୍ବ ନେବେ​‌ । ତେବେ ଏହି ବୈଠକରେ ବାଂଲାଦେଶ, ମରିସସ୍ ଏବଂ ସେଚେଲ୍ସର ପର୍ଯ୍ୟବେକ୍ଷକମାନେ ମଧ୍ୟ ଉପସ୍ଥିତ ରହିବେ ।

ହିନ୍ଦ ମହାସାଗର କ୍ଷେତ୍ରରେ ସମନ୍ବିତ କାର୍ଯ୍ୟାନୁଷ୍ଠାନ, ସୁରକ୍ଷା ଏବଂ ବଞ୍ଚାଇବା ଅଭିଯାନ ପ୍ରଶିକ୍ଷଣ, ସମୁଦ୍ରରେ ବଢୁଥିବା ପ୍ରଦୂଷଣକୁ ରୋକିବାକୁ ପଦକ୍ଷେପ, ଶତ୍ରୁ ପ୍ରବେଶ, ମାଦକଦ୍ରବ୍ୟ ଚୋରା ଚାଲାଣ ଇତ୍ୟାଦିକୁ ଲଗାମ ଲଗାଇବା ଭଳି ଗୁରୁତ୍ବପୁର୍ଣ୍ଣ ବିଷୟରେ ଆଲୋଚନା ହେବ । ବିଦେଶ ମନ୍ତ୍ରାଳୟ ଗୁରୁବାର କହିଥିଲା ଯେ, ଏନଏସଏ ସ୍ତରରେ ତ୍ରିପାକ୍ଷିକ ଆଲୋଚନା ହିନ୍ଦ ମହାସାଗର ଦେଶମାନଙ୍କ ମଧ୍ୟରେ ସହଯୋଗ ବଢାଇବାକୁ ଏଖ ପ୍ରଭାବି ମଞ୍ଚ । ଚଳିତ ବର୍ଷ ଡୋଭାଲଙ୍କର ଏହା ଦ୍ବିତୀୟ ଶ୍ରୀଲଙ୍କା ଗସ୍ତ । ଏହା ପୂର୍ବରୁ ଜାନୁୟାର ମାସରେ ଅଜିତ ଡୋଭାଲ ଶ୍ରୀଲଙ୍କା ଏବଂ ଭାରତ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା କରିଥିଲେ ।

   Related Posts