Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ସାହାଯ୍ୟ କରିବାକୁ ଆମେରିକା ରାଜି ହେବା ପରେ ଚର୍ଚ୍ଚାରେ ଡୋଭାଲ୍‌, ‘ଜେମ୍ସ ବଣ୍ଡ’ ବୋଲି କହିଲେ ଟ୍ବିଟର ୟୁଜର୍ସ

26/04/2021 at 4:30 PM

ନୂଆଦିଲ୍ଲୀ ୨୬/୪: ଦେଶରେ କରୋନା ମହାମାରୀର ଦ୍ବିତୀୟ ଲହର ତାଣ୍ଡବ ରଚିଛି। ସଙ୍କଟ ସମୟରେ ପ୍ରଥମେ ରୋକ ଲଗାଇଥିବା ବେଳେ ଏବେ ଭ୍ୟାକସିନ୍‌ ଉତ୍ପାଦନ ପାଇଁ କଞ୍ଚାମାଲ୍‌ ଯୋଗାଇବାକୁ ରାଜି ହୋଇଛି ଆମେରିକା। ଆମେରିକା ଭାରତକୁ ସାହାଯ୍ୟ କରିବାକୁ ରାଜି ହେବା ପଛରେ ଅଜିତ ଡୋଭାଲଙ୍କ ହାତ ଥିବା କୁହାଯାଉଛି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ତାଙ୍କ ସମକକ୍ଷ ଆମେରିକାର ଜ୍ୟାକ୍‌ ସୁଲିବାନଙ୍କ ସହ ଆଲୋଚନା ପରେ କଞ୍ଚାମାଲ୍‌ ଯୋଗାଇବାକୁ ଆଶ୍ବସନା ଦେଇଛି ଆମେରିକା।

ଏହାପରେ ଟ୍ବିଟ୍‌ରରେ ଟ୍ରେଣ୍ଡ କରୁଛନ୍ତି ଅଜିତ ଡୋଭାଲ। ଅଜିତ ଡୋଭାଲ ନିଜର ଆମେରିକୀୟ ସମକକ୍ଷଙ୍କ ସହ ଫୋନ୍‌ରେ ଆଲୋଚନା କରିଥିଲେ। ଏହା ପରେ ଆମେରିକାର ପ୍ରତିରକ୍ଷା ପରାମର୍ଶଦାତା ଏବଂ ରାଷ୍ଟ୍ରପତି ଜୋ ବାଇଡେନ୍‌ କୋଭିସିଲ୍ଡ ଟିକା ଉତ୍ପାଦନ ପାଇଁ ଆବଶ୍ୟକ କଞ୍ଚାମାଲ୍‌ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ହ୍ବାଇଟ୍‌ ହାଉସ୍‌ର ରାଷ୍ଟ୍ରୀୟ ସୁରକ୍ଷା ପରିଷଦର ପ୍ରବକ୍ତା ଏମିଲି ହର୍ନ କହିଛନ୍ତି, ‘ଆମେରିକା ପ୍ରାରମ୍ଭିକ ପର୍ଯ୍ୟାୟରେ କରୋନା ଭାଇରସ୍‌ ସହ ଲଢ଼ୁଥିବା ବେଳେ ଭାରତର ସହୟତା କରିଥିଲା। ଠିକ ସେହିଭଳି ଆମେରିକା ଭାରତକୁ ସହାୟତା କରିବା ପାଇଁ ପ୍ରତିବଦ୍ଧ।’

କୋଭିସିଲ୍ଡ ଉତ୍ପାଦନ ପାଇଁ କଞ୍ଚାମାଲ୍‌ ଦେବାକୁ ଆମେରିକାକୁ ଅନୁରୋଧ କରିଥିଲା ଭାରତ । ଏହା ପରେ ଏମିଲି କହିଛନ୍ତି, ଭାରତକୁ ପ୍ରାଥମିକତା ଭିତ୍ତିରେ ସହାୟତା କରାଯିବ। କୋଭିଡ ଯାଞ୍ଚ କିଟ୍‌, ଭେଣ୍ଟିଲେଣ୍ଟର ଏବଂ ପିପିଇ କିଟ୍‌ ଏବଂ ଅନ୍ୟାନ୍ୟ ଉପକରଣ ଉପଲବ୍ଧ କରାଇବା ପାଇଁ ଆମେରିକା ନିଷ୍ପତ୍ତି ନେଇଥିବା ସେ କହିଛନ୍ତି। ଆମେରିକା ପକ୍ଷରୁ ଭାରତକୁ ସହାୟତା ପାଇଁ ପ୍ରତିଶ୍ରୁତି ମିଳିବା ପରେ ଅଜିତ ଡୋଭାଲ୍‌ ଟ୍ବିଟ୍‌ରରେ ଟ୍ରେଣ୍ଡ କରୁଛନ୍ତି। କିଛି ଟ୍ବିଟ୍‌ର ୟୁଜର୍ସଙ୍କ କହିବା କଥା, ଯେଉଁଠି ଡୋଭାଲ ଅଛନ୍ତି ସେଠି ଆଶା ଅଛି। ଅଜିତ ଡୋଭାଲଙ୍କୁ ଖୁବ ପ୍ରଶଂସା କରାଯାଉଥିବା ବେଳେ କିଛି ୟୁଜର୍ସ ଲେଖିଛନ୍ତି, ‘ ଭାରତର ଜେମ୍ସ ବଣ୍ଡ ପୁଣି ଥରେ କରି ଦେଖାଇଲେ।’

   Related Posts