CAA ବିରୋଧ ବାହାନାରେ ଦିଲ୍ଲୀ ଜାଳିବା ଥିଲା ଉଦ୍ଦେଶ୍ୟ, ହେଲେ କରାଇ ଦେଲେନି ଡୋଭଲ

Published By : Prameya-News7 Bureau | December 21, 2019 IST

ନୂଆଦିଲ୍ଲୀ ୨୧।୧୨ :  ନାଗରିକତା (ସଂଶୋଧନ) ଆଇନ (ସିଏଏ) ବାହାନାରେ ଜାତୀୟ ରାଜଧାନୀ ଦିଲ୍ଲୀକୁ ଛାରଖାର କରିବା ଥିଲା ଅସଲ ଉଦ୍ଦେଶ୍ୟ। ହେଲେ ପୁଣିଥରେ ଉଦ୍ୟମ ବିଫଳ କରିଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ)  ଅଜିତ ଡୋଭଲ। ଯେ କୌଣସି ଉପାୟରେ ଦେଶରେ ଅଶାନ୍ତି ସୃଷ୍ଟି ଲାଗି ଉଦ୍ୟମ କରୁଥିବା ଲୋକଙ୍କ ଉପରେ ବରାବର ନଜର ରଖିଥିବା ଡୋଭାଲ ହିଁ  ରାଜଧାନୀ ଦିଲ୍ଲୀକୁ ବଡ ବିପଦରୁ ପୁଣି ବଞ୍ଚାଇ ଦେଇଥିବା ଜଣାପଡିଛି।

{"id":200751,"width":579,"height":371,"sizeSlug":"large"}

ଆଇନ ହେଉ କି ଯେ କୌଣସି ନୂଆ ନୀତିକୁ ବିରୋଧ ଦେଶରେ ସ୍ୱଭାବିକ ଘଟଣା। ହେଲେ ସିଏଏକୁ ବିରୋଧ ନାମରେ ରାଷ୍ଟ୍ରୀୟ ରାଜଧାନୀରେ ଯାହା ହେବାକୁ ଯାଉଥିଲା ସେ ନେଇ ବିରୋଧୀ ରାଜନୈତିକ ଦଳ ଦୂରର କଥା ଦିଲ୍ଲୀ ପୋଲିସ ଗୁଇନ୍ଦାକୁ ବି  ଅଭାସ ନଥିଲା। ଏଣୁ ପୋଲିସ ବିଭାଗ ନୂଆ ଆଇନକୁ ବିରୋଧ ଭାବି ରାଜଧାନୀରେ ଯେପରି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା କଥା କରିଥିଲା। ହେଲେ ବିରୋଧ ନାମରେ ଥିବା ଲଗାତାର ଉପଦ୍ରବ ଯୋଜନାକୁ ଏବେ ଏଡି ଦିଆଯାଇପାରିଛି। 

{"id":200752,"sizeSlug":"large"}

ସଂସଦରେ ସିଏଏ ଗୃହୀତ ହେବା ସହ ଦେଶରେ ବଡ ଧରଣର ହିଂସାର ସୂତ୍ରପାତ ଲାଗି ସେପଟେ ପ୍ରସ୍ତୁତି ସରିଥିଲା। ଜାମିଆ ବିଶ୍ୱବିଦ୍ୟାଳୟରେ ଆଇନକୁ ବିରୋଧ କରି ଛାତ୍ରଙ୍କ ପ୍ରଦର୍ଶନ ସ୍ୱଭାବିକ୍ ଘଟଣା ଭାବି ପୋଲିସ ସେହି ଅନୁସାରେ କାର୍ଯ୍ୟାନୁଷ୍ଠାନ  କରିଥିଲା। ଏଣୁ ନୂଆ ଆଇନ ଲାଗି ଜାତୀୟ ରାଜଧାନୀରେ ଦିନଦିନ ଧରି ହେବାକୁ ଥିବା ବିରୋଧ ଓ ବିକ୍ଷୋଭ ଆଦି ନିୟନ୍ତ୍ରଣ ନିମନ୍ତେ ଦିଲ୍ଲୀ ପୋଲିସ କମିଶନର ଅମୂଲ୍ୟ ପଟ୍ଟନାୟକ ଓ ତାଙ୍କ  ଅଧିକାରୀମାନେ ଯୋଜନା ପ୍ରସ୍ତୁତିରେ ବ୍ୟସ୍ତ ଥିବା ବେଳେ ଡକାଇଥିଲେ ଏନଏସଏ ।ଏଣୁ ଅଚାନକ ସତର୍କ ହୋଇଉଠିଥିଲା ପୋଲିସ।

{"id":200753,"sizeSlug":"large"}

ସିଏଏକୁ ବିରୋଧ ନାମରେ ହରିୟାଣାର ମେବାତ୍ ଅଞ୍ଚଳରୁ ହଜାର ହଜାର ଲୋକଙ୍କୁ ନୂଆ ଆଇନ ସମ୍ପର୍କରେ ଭ୍ରମିତ କରି ଦିଲ୍ଲୀ ଅଣାଯାଉଥିବା ଏନଏସଏଙ୍କୁ ସୂଚନା ମିଳିସାରିଥିଲା। ସେମାନେ ୨ ଦିନିଆ ଟାସ୍କ ନେଇ ଦିଲ୍ଲୀ ଆସୁଥିବା ପୋଲିସ କମିଶନରଙ୍କୁ କହିଥିଲେ ଏନଏସଏ । ସେମାନେ ଗୁରୁବାର ରାଜଧାନୀରେ କାଁଭାଁ ହିଂସା ଭିଆଇଥାନ୍ତେ କିନ୍ତୁ ଶୁକ୍ରବାର ନମାଜ ପରେ ରାଜଧାନୀରେ ବଡ ଧରଣର ପୋଡାଜଳା କରିବା ଥିଲା ସେମାନଙ୍କ ଉଦ୍ଦେଶ୍ୟ । ଏ ସମ୍ପର୍କରେ ଦିଲ୍ଲୀ ପୋଲିସ କମିଶନର ଏନଏସଏଙ୍କଠାରୁ  ଜାଣିବା ପରେ ପ୍ରସ୍ତୁତି କରିଥିଲେ ନୂଆ ରଣନୀତି।

{"id":200754,"sizeSlug":"large"}

ଏନଏସଙ୍କ ବୈଠକ ବୈଳକୁ ବୁଧବାର ଅଧରାତି ହୋଇସାରିଥିଲା। ଏଣୁ ରାତାରାତ ପ୍ରସ୍ତୁତି କରିଥିବା ପୋଲିସ ।ଗୁରୁବାର ସକାଳ ହେବା ପୂର୍ବରୁ ଦିଲ୍ଲୀ ବାହାରେ ହିଁ ମେବାତରୁ ଆସୁଥିବା ଉପଦ୍ରବୀଙ୍କୁ ଅଟକାଇବା ନିମନ୍ତେ ସମ୍ପୂର୍ଣ୍ଣ ରଣ କୌଶଳ ଅବଲମ୍ବନ କରାଯାଇଥିଲା। ରାସ୍ତାରେ ପୋଲିସ ଯାଞ୍ଚ ଆଶଙ୍କା ଥିବାରୁ ଉପଦ୍ରବୀ ସହରକୁ ଆସିବା ଲାଗି ମେଟ୍ରୋର ସାହାରା ନେଇପାରନ୍ତି  ଅନୁମାନ କରିନେଇଥିଲା ପୋଲିସ। ଏଣୁ ଦିଲ୍ଲୀ-ଗୁରଗାଓଁ ରାସ୍ତାରେ ମେଟ୍ରୋ ଷ୍ଟେସନ ଗୁଡିକୁ ଅଚଳ କରାଯାଇଥିଲା। ଯାଞ୍ଚ ଯୋଗୁ ଗୁରୁଗ୍ରାମ-ଦିଲ୍ଲୀ ରାସ୍ତାରେ ଟ୍ରାଫିକ ସମସ୍ୟା ଉପୁଜିଥିଲା ସତ ହେଲେ  ରାଜଧାନୀକୁ ଆସୁଥିବା ବିପଦ ବାଟ କାଟି ଚାଲିଯାଇଥିଲା। 

{"id":200755,"sizeSlug":"large"}

ହେଲେ ଉଦ୍ଦେଶ୍ୟ ସଫଳ ନ ହେବାରୁ ରାଜଧାନୀରେ ରହି ନୀତି ନିର୍ଦ୍ଧାରଣ କରୁଥିବା ଲୋକେ ନିଜ ଉଦ୍ୟମରେ କିଛି କରିବାକୁ ଚେଷ୍ଟା କରିଥିଲେ ହେଁ ଏଥିରେ ସଫଳ ହୋଇନାହାନ୍ତି। ଏବେ ସେମାନଙ୍କ ଗିରଫଦାରୀ ଆରମ୍ଭ ହୋଇଥିବା ବେଳେ ସେମାନେ ରାଜଧାନୀ ଛାଡି ପଳାଇଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.