Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ରହିବେ ଅଜିତ ଡୋଭାଲ : ମିଳିଲା କ୍ୟାବିନେଟ ପାହ୍ୟା

3/06/2019 at 2:48 PM

ନୂଆଦିଲ୍ଲୀ ୩/୬ : ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଥମ କାର୍ଯ୍ୟକାଳରେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ଅଜିତ ଡୋଭାଲ ମୋଦି ସରକାରଙ୍କ ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକାଳରେ ମଧ୍ୟ ସୁରକ୍ଷା ପରାମର୍ଶଦାତା ରହିବେ । ତାଙ୍କୁ ମୋଦି ସରକାରଙ୍କ କ୍ୟାବିନେଟରେ ମନ୍ତ୍ରୀ ପାହ୍ୟା ମିଳିଛି । ଅଜିତ ଡୋଭାଲଙ୍କ କାମ ପାଇଁ ମୋଦି ତାଙ୍କୁ ଏହି ପଦୋନ୍ନୋତି ଦେଇଛନ୍ତି । ୫ ବର୍ଷ ପାଇଁ ତାଙ୍କ ନିଯୁକ୍ତି ହୋଇଛି ।

ପାକିସ୍ତାନ ଵାଲାକୋଟରେ ଜୈସେ-ଏ-ମହମ୍ମଦ ଆତଙ୍କବାଦୀ ଶିବିର ଉପରେ ଅଜିତ ଡୋଭାଲଙ୍କ ନେତୃତ୍ୱରେ ଏୟାର ଷ୍ଟ୍ରାଇକ ହୋଇଥିଲା । ଏନେଇ ସେ ନିଜେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସୂଚନା ଦେଇଥିଲେ । ୨୦୧୬ ମସିହା ସେପ୍ଟେମ୍ବର ମାସରେ ପାକିସ୍ତାନ ବିରୋଧରେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକ ପରେ ସେ ଚର୍ଚ୍ଚାକୁ ଆସିଥିଲେ ।

ମୋଦି ସରକାରଙ୍କ ପ୍ରଥମ କାର୍ଯ୍ୟକାଳ ସମୟରେ ସେ ମୁଖ୍ୟ ସୁରକ୍ଷା ପରାମର୍ଶଦାତା ସହ ରଣନୀତି ନୀତି ସମୂହ, ଷ୍ଟ୍ରାଟେଜିକ୍ ପଲିସି ଗ୍ରୁପର ସଚିବ ମଧ୍ୟ ଥିଲେ ।

ଅଜିତ ଡୋଭାଲ ପାକିସ୍ତାନର ଲାହୋରରେ ନିଜ ଦେଶର ସୁରକ୍ଷା ପାଇଁ ୭ ବର୍ଷ ପର୍ଯ୍ୟନ୍ତ ମୁସଲମାନ ହୋଇ ରହିଥିଲେ । ତାଙ୍କୁ ଭାରତର ସାମରିକ ସମ୍ମାନ କୀର୍ତ୍ତି ଚକ୍ର ସମ୍ମାନରେ ସମ୍ମାନିତ କରାଯାଇଛି । ସେ ପ୍ରଥମ ଅଫିସର ଯିଏ ଏହି ସମ୍ମାନ ପାଇଛନ୍ତି ।

୧୯୬୮ କେରଳ ବ୍ୟାଚ ଆଇପିଏସ୍ ଅଫିସର ଅଜିତ ଡୋଭାଲ ନିଯୁକ୍ତିର ୪ ବର୍ଷ ପରେ ୧୯୭୨ ମସିହାରେ ଗୁଇନ୍ଦା ବିଭାଗ ସହ ଯୋଡି ହୋଇଯାଇଥିଲେ । ସେ ନିଜ କ୍ୟାରିଅରର ଅଧିକାଂଶ ସମୟ ଗୁଇନ୍ଦା ବିଭାଗରେ କାମ କରିଛନ୍ତି । ୨୦୧୪ ମେ ୩୦ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ଅଜିତ ଡୋଭାଲଙ୍କୁ ଦେଶର ପଞ୍ଚମ ସୁରକ୍ଷା ପରାମର୍ଶଦାତା ଭାବେ ନିଯୁକ୍ତ କରିଥିଲେ ।

   Related Posts