ଘାଟିରେ ସ୍ଥିତି ସ୍ବାଭାବିକ : ଆଉ ୮ହଜାର ଫୋର୍ସ ପଠାଇବାକୁ କେନ୍ଦ୍ର ନିକଟରେ ପ୍ରସ୍ତାବ ରଖିଛନ୍ତି ଡୋଭାଲ

Published By : Prameya-News7 Bureau | August 06, 2019 IST

ନୂଆଦିଲ୍ଲୀ ୬/୮: ଧାରା ୩୭୦ଉଚ୍ଛେଦ ନେଇ ରାଜ୍ୟସଭାରେ ବିଲ୍‌ ପାସ୍‌ ହେବା ଜାମ୍ମୁ ଓ କାଶ୍ମୀର ସ୍ଥିତି ଉପରେ ସତର୍କ ନଜର ରହିଛି। ଶ୍ରୀନଗରରେ ଏବେବି ୧୪୪ ଧାରା ଲାଗୁ କରାଯାଇଛି। ଜାତୀୟ ସୁରକ୍ଷା ପରାମର୍ଶ ଦାତା ଅଜିତ ଡୋଭାଲ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଛନ୍ତି ।

{"id":141613}

ଘାଟିରେ ସ୍ଥିତି ସ୍ବାଭାବିକ । ଚାରିଆଡ଼େ ସୁରକ୍ଷା ବାହିନୀ ଚପ ଚପା ପଇଁତରା ମାରୁଛନ୍ତି। ତେବେ ଲୋକଙ୍କ ଭିତରେ ଶାନ୍ତି ବଜାୟ ରହିଛି ।  ଧାରା ୩୭୦ ଉଚ୍ଛେଦ ପରେ ଶ୍ରୀନଗରରେ ପହଞ୍ଚି ଗ୍ରାଉଣ୍ଡ ସ୍ଥିତି ସମୀକ୍ଷା କରିଥିଲେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ।

{"id":141614}

ନିଜେ ଲୋକଙ୍କ ସହ ମିଶି କଥା ବି ହୋଇଛନ୍ତି ।  ପରେପରେ ବରିଷ୍ଠ ସେନା, ସେନା  ଅଧିକାରୀ ଓ ଅର୍ଦ୍ଧ ସାମରୀକ ବାହୀନର ଅଧିକାରୀଙ୍କ ସହ ବୈଠକରେ ଆଲୋଚନା କରିଛନ୍ତି।  ଜାମ୍ମୁକାଶ୍ମୀରେ ବର୍ତ୍ତମାନ ପଚାଶ ହଜାର ଅତିରିକ୍ତ କେନ୍ଦ୍ରୀୟ ଫୋର୍ସ ମୁତୟନ ଅଛନ୍ତି । ସ୍ବାଭାବିକ ସ୍ଥିତି ଫେରିବା ଯାଏ ଆଉ ୮ହଜାର  ଫୋର୍ସ ପଠାଇବାକୁ କେନ୍ଦ୍ର ନିକଟରେ ପ୍ରସ୍ତାବ ରଖିଛନ୍ତି ଡୋଭାଲ ।ସେପଟେ ଇଣ୍ଟରନେଟ ଓ ଟେଲିଫୋନ ସେବା  ବନ୍ଦ ହେବା ସତ୍ତ୍ବେ ବି କାଁ ଭାଁ ଲୋକେ ବାହାରକୁ ଆସୁଛନ୍ତି।

{"id":141615}

ଶ୍ରୀନଗରେ ଗ୍ରାଉଣ୍ଡ ସ୍ଥିତି ପରଖିବା ପରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ରିପୋର୍ଟ ପ୍ରଦାନ କରିଛନ୍ତି ଜାତୀୟ ପରାମର୍ଶ ଦାତା ଅଜିତ  ଢୋଭାଲ । ରିପୋର୍ଟରେ ଡୋଭାଲ ଲେଖିଛନ୍ତି ୧- ଜମ୍ମୁ-କଶ୍ମୀରରେ ବର୍ତ୍ତମାନ ସ୍ଥିତି ଶାନ୍ତ ହୋଇଛି ,୨-ସମ୍ପୂର୍ଣ ଶାନ୍ତି ଫେରିବା ପରେ ପୁଣି ଜମ୍ମୁ-କାଶ୍ମୀରକୁ ରାଜ୍ୟ ମାନ୍ୟତା  ମିଳିବ । ନିଜେ ଗୃହମନ୍ତ୍ରୀ ଏହା ଘୋଷଣା କରିଥିବାରୁ କାଶ୍ମୀର ବାସୀ ଖୁସୀ ଅଛନ୍ତି । ୩-ବିଛିନ୍ନତାବାଦୀଙ୍କ କଥାରେ ନଯାଇ ଜାମ୍ମୁକାଶ୍ମୀର ବାସିନ୍ଦା ୩୭୦ଧାରା ଉଚ୍ଛେଦ ଓ ରାଜ୍ୟକୁ ଦୁଇଭାଗରେ ବିଭାଜକକୁ  ସମର୍ଥନ ଜଣାଇଛନ୍ତି । ୪- ସୁରକ୍ଷାକର୍ମୀ ମାନଙ୍କୁ ବିରୋଧ ନକରି ଲୋକେ ସହଯୋଗ କରିଥିବାରୁ ଡୋଭାଲ ସେମାନଙ୍କୁ  ଧନ୍ୟବାଦ ଦେଇଛନ୍ତି । ୫ କେନ୍ଦ୍ର ସରକାର ଜମ୍ମୁ-କାଶ୍ମୀରର ବିକାଶକୁ ଗୁରୁତ୍ବ ଦେଉଥିବା ଲୋକେ ବୁଝିଛନ୍ତି । ରାଜ୍ୟ ବିଭାଜନ ପରେ ଅନେକ ସ୍ଥାନରେ ଲୋକେ ଖୁସିରେ ଉତ୍ସବ ମନାଇଛନ୍ତି ।   ୬- ତଥାପି କଶ୍ମୀର ବିଚ୍ଛିନ୍ନତାବାଦୀ ଓ ରାଜନେତାମାନେ ସାଧାରଣ ଲୋକଙ୍କୁ  କେନ୍ଦ୍ର ବିରୋଧରେ ଉସକାଇବାକୁ ଚେଷ୍ଟା କରୁଥିବା ଡୋଭାଲ ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି ।  ଗତ ୨୪ଘଣ୍ଟା ମଧ୍ୟରେ ଜାମ୍ମୁକାଶ୍ମୀରେ କୌଣସି ବଡ  ଅଘଟଣ ଘଟିନଥିବା ବେଳେ ଲୋକେ ସ୍ବଛନ୍ଦରେ ସେମାନଙ୍କ ଜରୁରୀ କାର୍ଯ୍ୟରେ ବାହାରକୁ ଯାଇପାରୁଛନ୍ତି ।

{"id":141616}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.