Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୬୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୦୯ କରୋନା ସଂକ୍ରମିତ, ୩୨୦୮୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଯାଜପୁର : ରାସ୍ତା ନିର୍ମାଣକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୭ ଆହତ
  • ||
  • ବୁର୍ଲା ଭୀମସାରରେ ଅଘଟଣ, ବିଦ୍ୟୁତ ତାର ଛିଣ୍ଡି ପୋଡିଗଲା ରକ୍ତ ଭଣ୍ଡାର ଓ ପ୍ଲାଜମା ବ୍ୟାଙ୍କର ୫ଟି ଫ୍ରିଜର
  • ||
  • ଯୁକ୍ତ ୨ କଲେଜ୍ ଖୋଲିବାକୁ ପ୍ରସ୍ତୁତି ! ବିଶୋଧନ ଓ ସଫା କରି କ୍ଲାସ୍ ରୁମ୍ ପ୍ରସ୍ତୁତ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||

୩ ପଦ ୪ ଆବେଦନକାରୀ: ଟିମ୍ ଇଣ୍ଡିଆର ଚୟନକର୍ତ୍ତା ଦୌଡରେ ଅଛନ୍ତି ଅଜିତ୍ ଅଗରକର, ଚେତନ ଶର୍ମାଙ୍କ ସହିତ ଓଡିଶାର ଶିବ ସୁନ୍ଦର ଦାସ

15/11/2020 at 8:03 PM

ନୂଆଦିଲ୍ଲୀ ୧୫।୧୧: ଭାରତୀୟ ପୁରୁଷ ଜାତୀୟ କ୍ରିକେଟ୍ ଦଳର ୩ ଚୟନକର୍ତ୍ତା ପାଇଁ ଆବେଦନ କରିବାର ଅନ୍ତିମ ତାରିଖ ଆଜି ରହିଛି। ଏ ପର୍ଯ୍ୟନ୍ତ ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଅଜିତ ଅଗରକର ଓ ଚେତନ ଶର୍ମାଙ୍କ ବ୍ୟତୀତ ପୂର୍ବତନ ବାମହାତୀ ସ୍ପିନର ମନିନ୍ଦର ସିଂହ ଓ ଓପନର ଶିବସୁନ୍ଦର ଦାସ ଏହି ପଦ ପାଇଁ ଆବେଦନ କରିଛନ୍ତି। ଏହି ଚାରି ଜଣ ହିଁ ଚୟନକର୍ତ୍ତା ପାଇଁ ସବୁଠୁ ବଡ ଦାବିଦାର ଅଛନ୍ତି।

ଏହି ବିଷୟରେ ମନିନ୍ଦର ସିଂହ କହିଛନ୍ତି, ମୁଁ ଶେଷ ମୁହୂର୍ତ୍ତରେ ଆବେଦନ କରିଛି। ବିସିସିଆଇ ତରଫରୁ କୌଣସି ଆଲୋଚନା ହୋଇ ନାହିଁ। ଯେଉଁ ତିନି ଚୟନକର୍ତ୍ତାଙ୍କ କାର୍ଯ୍ୟକାଳ ପୂରଣ ହେଉଛନ୍ତି ସେମାନେ ହେଲେ ଦେବାଙ୍ଗ ଗାନ୍ଧୀ(ପୂର୍ବାଞ୍ଚଳ), ସରନଦୀପ ସିଂହ(ଉତ୍ତରାଞ୍ଚଳ) ଓ ଜତିନ ପରାନଜପେ(ପଶ୍ଚିମାଞ୍ଚଳ)। ବିସିସିଆଇ ଆନୁଷ୍ଠାନିକ ଭାବେ ଏହି କ୍ଷେତ୍ରୀୟ ନୀତିକୁ ସମାପ୍ତ କରିଛି। କିନ୍ତୁ ପରମ୍ପରା ରହିଛି ଯେ, ସମାନ କ୍ଷେତ୍ରର ବ୍ୟକ୍ତି ନିଜ କ୍ଷେତ୍ରର ବ୍ୟକ୍ତିଙ୍କ ସ୍ଥାନ ନେଇ ପାରିବେ। ନିକଟରେ ସୁନିଲ ଯୋଶୀ(ଦକ୍ଷିଣାଞ୍ଚଳ) ଏମଏସକେ ପ୍ରସାଦଙ୍କ ଜାଗା ନେଇଥିଲେ। ଯୋଶୀ ହେଉଛନ୍ତି ଚୟନ କମିଟିର ସଭାପତି।

ଉଲ୍ଲେଖନୀୟ ଚୟନକର୍ତ୍ତା ପଦ ପାଇଁ ସର୍ବନିମ୍ନ ଯୋଗ୍ୟତା ୩୦ ପ୍ରଥମ ଶ୍ରେଣୀ ମ୍ୟାଚ୍ ରହିଥିବା ବେଳେ ସର୍ବାଧିକ ବୟସ ସୀମା ୬୦ ବର୍ଷ ରହିଛି। ଆବେଦନ ଦେବାର ସମୟ ସୀମା ରବିବାର ନଭେମ୍ବର ୧୫ ରହିଛି। ଏଥିରେ କୌଣସି ସନ୍ଦେହ ନାହିଁ ଯେ, ଅନ୍ତରାଷ୍ଟ୍ରୀୟ ଅନୁଭବ ଯେପରି ସାତୋଟି ଟେଷ୍ଟ କିମ୍ଵା ୧୦ ଏକଦିବସୀୟ ଅନ୍ତରାଷ୍ଟ୍ରୀୟ ଏବଂ ୨୦ ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳିଥିବା ଆବେଦକଙ୍କୁ ହିଁ ପ୍ରାଥମିକତା ଦିଆଯିବ। ଅଭିଜ୍ଞତାକୁ ଦୃଷ୍ଟିରେ ଦେଖିଲେ ଅଜିତ୍ ଅଗରକର ଚୟନକର୍ତ୍ତା ହେବାର ଯଥେଷ୍ଟ ସମ୍ଭାବନା ରହିଛି।

ଉଲ୍ଲେଖନୀୟ ଶିବ ସୁନ୍ଦର ଦାସ ଓଡିଶାରୁ ତୃତୀୟ ଖେଳାଳି ଭାବେ ଭାରତୀୟ କ୍ରିକେଟ୍ ଦଳର ପ୍ରତିନିଧିତ୍ଵ କରିଛନ୍ତି। ସେ ଭାରତ ପକ୍ଷରୁ ୨୩ଟି ଟେଷ୍ଟ ଏବଂ ୪ଟି ଏକଦିବସୀୟ ମ୍ୟାଚ୍‌ ଖେଳିଛନ୍ତି। ତାଙ୍କ ପାଖରେ ୧୮୦ଟି ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳିବାର ଅନୁଭବ ରହିଛି।

   Related Posts