Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ବରଗଡ : ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
  • ||
  • ଭୁବନେଶ୍ବର : ସାଲିଆ ସାହିରୁ ୫ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ, ୯ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୬ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||

ଅଜିଙ୍କ୍ୟ ରାହେଣ ଶେୟାର କଲେ ପୁଅର ପ୍ରଥମ ଫଟୋ, ତେନ୍ଦୁଲକର ଲେଖିଲେ ‘ରାତିରେ ଉଜାଗର ରହି ଡାଇପର ବଦଳାଇବାର ଆନନ୍ଦ ନିଅ’

7/10/2019 at 7:35 PM

ନୂଆଦିଲ୍ଲୀ୭|୧୦: ଭାରତୀୟ ଟେଷ୍ଟ ମ୍ୟାଚର ଉପ-ଅଧିନାୟକ ଅଜିଙ୍କ୍ୟ ରାହାଣେଙ୍କ ଘରେ ଏବେ ଖୁସିର ମାହୋଲ। ତାଙ୍କ ପତ୍ନୀ ରାଧିକା ଗତ ଅକ୍ଟୋବର ୫ ତାରିଖରେର ମା’ ହୋଇଛନ୍ତି। ଆଜିଙ୍କ୍ୟଙ୍କ ଘରେ ଏକ ପୁତ୍ର ସନ୍ତାନ ଜନ୍ମ ହେବା ପରିବାରରେ ଖୁସିରେ ଭରି ଉଠିଛି। ଆଜିଙ୍କ୍ୟ ଏବେ ବିଶାଖାପାଟଣାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚାଲିଥିବା ଟେଷ୍ଟସିରିଜର ପ୍ରଥମ ମ୍ୟାଚରେ ଖେଳୁଥିବା ସମୟରେ ରାଧିକା ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ତାଙ୍କ ଘରେ ନୂଆ ଅତିଥିଙ୍କ ଆଗମନ ନେଇ ଆଜିଙ୍କ୍ୟଙ୍କୁ ଟିମ ଇଣ୍ଡିଆର ଷ୍ଟାର ସ୍ପିନର ହରଭଜନ ସିଂହ ସୂଚନା ଦେବା ସହ ଶୁଭେଚ୍ଛା ମଧ୍ୟ ଜଣାଥିଲେ।ଏବେ ଅଜିଙ୍କ୍ୟ ରାହାଣେ ପତ୍ନୀଙ୍କ ନିକଟକୁ ଫେରିବା ସହ ଖୁସି ହୋଇ ନିଜ ପୁଅ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି।

ଭାରତୀୟ କ୍ରିକେଟ ଟିମର ପୂର୍ବତନ ଖେଳାଳୀ ସଚିନ ତେନ୍ଦୁଲକର ଟ୍ବିଟକରି ଅଜିଙ୍କ୍ୟ ରାହେଣ ଓ ତାଙ୍କ ପତ୍ନୀ ରାଧିକାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ବାପା-ମାଆ ହେବାର ପ୍ରଥମ ଖୁସି ଅତୁଳନୀୟ ଅଟେ। ତେଣୁ ଏହି ଖୁସିର ପୂରା ଆନନ୍ଦ ଉଠାଇବା ପାଇଁ ସଚିନ ଟ୍ବିଟକରି ଲେଖିଛନ୍ତି। ଏହାସହ ଏକ ମଜାଳିଆ କଥା ମଧ୍ୟ ଲେଖିଛନ୍ତି ଯେ ରାତିରେ ଉଜାଗର ରହି ଡାଇପର ବଦଳାଇବାର ଆନନ୍ଦ ନିଅ

ଶନିବାର ଇଣ୍ଡିଆ ଟିମର ଅଫ୍‌ ସ୍ପିନର ହରଭଜନ ସିଂହ ସୋସିଆଲ ମିଡିଆରେ ଅଜଙ୍କ୍ୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସୋସିଆଲ ମିଡିଆରେ ହରଭଜନ ଲେଖିଛନ୍ତି ନୂଆ ନୂଆ ବାପା ହୋଇଥିବା ଅଜିଙ୍କ୍ୟ ରାହେଣଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।୨୦୧୪ ମସିହାରେ ଅଜଙ୍କ୍ୟ ତାଙ୍କ ପିଲାଦିନର ସାଙ୍ଗ ରାଧିକାଙ୍କୁ ବିବାହ କରିଥିଲେ। କିଛି ଦିନ ପୂର୍ବରୁ ରାଧିକା ନିଜ ଇନଷ୍ଟାରେ ଏକକଥା ପୋଷ୍ଟ କରିଥିଲେ।

   Related Posts