ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ମ୍ୟାଚ ଖେଳୁଥିବା ବେଳେ ପିତା ହେଲେ ଅଜିଙ୍କ୍ୟ ରାହେଣ

Published By : Prameya-News7 Bureau | October 05, 2019 IST

ନୂଆଦିଲ୍ଲୀ୫|୧୦:ଭାରତୀୟ ଟେଷ୍ଟ ମ୍ୟାଚର ଉପ-ଅଧିନାୟକ ଅଜିଙ୍କ୍ୟ ରାହାଣେଙ୍କ ଘରେ ଏବେ ଖୁସିର ମାହୋଲ। ତାଙ୍କ ପତ୍ନୀ ରାଧିକା ଶନିବାର ମା ହୋଇଛନ୍ତି। ଆଜିଙ୍କ୍ୟଙ୍କ ଘରେ ଏକ ପୁତ୍ର ସନ୍ତାନ ଜନ୍ମ ହେବା ପରିବାରରେ ଖୁସିରେ ଭରି ଉଠିଛି। ଆଜିଙ୍କ୍ୟ ଏବେ ବିଶାଖାପାଟଣାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚାଲିଥିବା ଟେଷ୍ଟସିରିଜର ପ୍ରଥମ ମ୍ୟାଚ୍ ଖେଳୁଛନ୍ତି। ତାଙ୍କଘରେ ନୂଆ ଅତିଥିଙ୍କ ଆଗମନ ନେଇ ଆଜିଙ୍କ୍ୟଙ୍କୁ  ଟିମ ଇଣ୍ଡିଆର ଷ୍ଟାର ସ୍ପିନର ହରଭଜନ ସିଂହ ସୂଚନା ଦେବା ସହ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି।

ଶନିବାର ଇଣ୍ଡିଆ ଟିମର ଅଫ୍‌ ସ୍ପିନର ହରଭଜନ ସିଂହ ସୋସିଆଲ ମିଡିଆରେ ଅଜଙ୍କ୍ୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସୋସିଆଲ ମିଡିଆରେ ହରଭଜନ ଲେଖିଛନ୍ତି ନୂଆ ନୂଆ ବାପା ହୋଇଥିବା ଅଜିଙ୍କ୍ୟ ରାହେଣଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।୨୦୦୪ ମସିହାରେ ଅଜଙ୍କ୍ୟ ତାଙ୍କ ପିଲାଦିନର ସାଙ୍ଗ ରାଧିକାଙ୍କୁ ବିବାହ କରିଥିଲେ। କିଛି ଦିନ ପୂର୍ବରୁ ରାଧିକା ନିଜ ଇନଷ୍ଟାରେ ଏକକଥା ପୋଷ୍ଟ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.