ଖେଳିବେନି ରୋହିତ, ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରେ ଅଧିନାୟକ ରହିବେ ରାହାଣେ !

Published By : Prameya-News7 Bureau | November 11, 2021 IST

ନୂଆଦିଲ୍ଲୀ ୧୧/୧୧: ନ୍ୟୁଜିଲାଣ୍ଡ ବିପକ୍ଷରେ ହେବାକୁ ଥିବା ଟେଷ୍ଟ ସିରିଜ୍‌ରେ ଭାରତୀୟ ଟି-୨୦ ଅଧିନାୟକ ରୋହିତ ଶର୍ମାଙ୍କୁ ଆରମ ମିଳିବ । ରୋହିତଙ୍କ ସ୍ଥାନରେ ଅଜିଙ୍କ୍ୟ ରାହାଣେ ଦାୟିତ୍ବ ସମ୍ଭାଳିପାରନ୍ତି । ଏହା ସହ ବିରାଟ କୋହଲି ମଧ୍ୟ ସିରିଜ୍‌ରେ ଖେଳିନପାରନ୍ତି । ଟେଷ୍ଟ ସିରିଜ୍‌ ପାଇଁ ଟିମ୍‌ର ଔପଚାରିକ ଘୋଷଣା କରାଯାଇନାହିଁ । କିନ୍ତୁ ମିଳିଥିବା ସୂଚନା ଅନୁସାରେ, ନଭେମ୍ବର ଶେଷ ସପ୍ତାହରେ ଆରମ୍ଭ ହେବାକୁ ଥିବା ଏହି ଟେଷ୍ଟ ସିରିଜ୍‌ରେ ରାହଣେ କ୍ୟାପ୍ଟେନ ରହିପାରନ୍ତି।

ଟେଷ୍ଟ ସିରିଜ୍‌ ପାଇଁ ଭାରତୀୟ ଟିମ୍‌ ଖୁବଶୀଘ୍ର ଘୋଷଣା ହୋଇପାରେ। ଟାଇମ୍ସ ଅଫ୍‌ ଇଣ୍ଡିଆର ରିପୋର୍ଟ ମୁତାବିକ, ଚୟନକର୍ତ୍ତା ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ କୋହଲିଙ୍କୁ ଆରାମ ଦେବାକୁ ନିଷ୍ପତ୍ତି କରିଥିବା ବେଳେ ପୂରା ସିରିଜ୍‌ରେ ରୋହିତ ଖେଳିବେ ନାହିଁ । ତାଙ୍କ ବ୍ୟତୀତ  ଜସପ୍ରିତ ବୁମରା, ମହମ୍ମଦ ଶାମି, ରୁଷଭ ପନ୍ତ ଏବଂ ଶାର୍ଦ୍ଦୁଳ ଠାକୁର ମଧ୍ୟ ବାଦ ପଡ଼ିପାରନ୍ତି । କେଏଲ ରାହୁଲଙ୍କ ସହିତ ଶୁଭମନ ଗିଲ କିମ୍ବା ମୟଙ୍କ ଅଗ୍ରଓ୍ବାଲ ଓପନିଂ କରିପାରନ୍ତି ।

wp:html /wp:html

ପନ୍ତଙ୍କୁ ଆରାମ ମିଳିବାକୁ ଥିବା ବେଳେ ତାଙ୍କ ସ୍ଥାନରେ ରିଦ୍ଧିମାନ ଶାହା ଓ୍ବିକେଟକିପର ଭାବେ ଚୟନକର୍ତ୍ତାଙ୍କ ପ୍ରଥମ ପସନ୍ଦ ହୋଇପାରନ୍ତି। ଭାରତୀୟ ଚୟନକର୍ତ୍ତା ନଭେମ୍ବର ୧୭ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ହେବାକୁ ଥିବା ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ପାଇଁ ଟିମ୍‌ ଘୋଷଣା କରିଥିଲେ। ବିରାଟ କୋହଲି ଅଧିନାୟକ ପଦରୁ ଇସ୍ତଫା ଘୋଷଣା କରିବା ପରେ ରୋହିତ ଶର୍ମାଙ୍କୁ ଟି-୨୦ ଟିମ୍‌ର କ୍ୟାପ୍ଟେନ କରାଯାଇଛି । ବିରାଟ କୋହଲିଙ୍କୁ ଟି-୨୦ ସିରିଜ୍‌ରୁ ବି ଆରାମ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.