Friday, May 24, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭାରତ ଇତିହାସର ସବୁଠାରୁ ବଡ ଦାନୀ ଅଜିମ ପ୍ରେମଜୀ : ପରୋପକାର ପାଇଁ ଦାନ କଲେ ୧୪୫,୦୦୦ କୋଟି ଟଙ୍କା

ଦିଲ୍ଲୀ ୧୪/୩ : ଦେଶର ବିଖ୍ୟାତ ଆଇଟି କମ୍ପାନୀ (ୱିପ୍ରୋ) WIPRO ର ଫାଉଣ୍ଡର ଅଜିମ ପ୍ରେମଜୀ WIPRO ଲିମିଟେଡ଼ର ଏବେ ୩୪ ପ୍ରତିଶତ ସେୟାର ଲୋକଙ୍କ ସେବା ପାଇଁ ଦାନ କରିଛନ୍ତି | ବଜାରରେ ଏହି ସେୟାରର ମୂଲ୍ୟ ୫୨,୭୫୦ କୋଟି ଟଙ୍କା | ଅଜିମ ପ୍ରେମଜୀ ଫାଉଣ୍ଡେସନ କହିଛି ଯେ, ଅଜିମ ପ୍ରେମଜୀ ନିଜ ସମ୍ପତ୍ତିକୁ ତ୍ୟାଗ କରି ଧର୍ମ କାମ ପାଇଁ ଦାନ କରିଛନ୍ତି |

ଫାଉଣ୍ଡେସନର ବୟାନ ଅନୁଯାୟୀ, ପରୋପକାର ପାଇଁ ପ୍ରେମଜୀ ଅଦ୍ୟାବଧି୧୪୫,୦୦୦ କୋଟି ଟଙ୍କା ଦାନ କରିସାରିଲେଣି | ଏହି ରାଶି WIPRO କମ୍ପାନୀର ଆର୍ଥିକ ସତ୍ତ୍ବର ୬୭ ପ୍ରତିଶତ | ଏହାପରେ ଅଜିମ ଫାଉଣ୍ଡେସନ ଦୁନିଆର ବଡ ଫାଉଣ୍ଡେସନ ତାଲିକା ଅନ୍ତର୍ଭୁକ୍ତ ହୋଇଛି | ୭୩ ବର୍ଷ ବୟସ୍କ ପ୍ରେମଜୀ ପ୍ରଥମ ଭାରତୀୟ ଯିଏ ‘ଦ ଗିଭିଙ୍ଗ ପ୍ଲିଜ ଇନିସିଏଟିଭ’ ରେ ଦସ୍ତଖତ କରିଛନ୍ତି | ଏହା ପ୍ରଥମେ ବିଲ ଗେଟ୍ସ ଏବଂ ବରେନ ବାଫେଟ ଆରମ୍ଭ କରିଥିଲେ | ଏହି ଚୁକ୍ତି ଅନୁସାରେ, ନିଜର ୫୦ ପ୍ରତିଶତ ସମ୍ପତ୍ତି ପରୋପକାର କାମ ପାଇଁ ଦାନ କରିବାକୁ ପଡିଥାଏ | 

ଅଜିମ ପ୍ରେମଜୀ ‘ଅଜିମ ପ୍ରେମଜୀ ଫାଉଣ୍ଡେସନ’ ସମାଜସେବା ପାଇଁ ତିଆରି କରିଛନ୍ତି | ଏହି ଫାଉଣ୍ଡେସନ ମୁଖ୍ୟତଃ ଶିକ୍ଷା କ୍ଷେତ୍ରରେ କାମକରିଥାଏ | ଏହି କ୍ଷେତ୍ରରେ କାମ କରୁଥିବା ଲୋକଙ୍କୁ ଏହି ଫାଉଣ୍ଡେସନ ଆର୍ଥିକ ସହାୟତା ମଧ୍ୟ ଦେଇଥାଏ |

ପବ୍ଲିକ ସ୍କୁଲିଙ୍ଗକୁ ସର୍ବୋତ୍ତମ କରିବା ହେଉଛି ଏହି ଫାଉଣ୍ଡେସନର ମୂଳ ଲକ୍ଷ୍ୟ | ଏହି ଫାଉଣ୍ଡେସନ କର୍ଣ୍ଣାଟକ, ଉତ୍ତରାଖଣ୍ଡ, ରାଜସ୍ଥାନ, ଛତିଶଗଡ଼, ପୁଡୁଚେରୀ, ତେଲେଙ୍ଗାନା, ମଧ୍ୟପ୍ରଦେଶ ଏବଂ ଉତ୍ତର-ପୂର୍ବାଂଚଳ ରାଜ୍ୟମାନଙ୍କରେ ସକ୍ରିୟ | ଗତ ୫ବର୍ଷ ମଧ୍ୟରେ ଅଭାବଗ୍ରସ୍ତ ସଂସ୍ଥା ପାଇଁ କାମ କରୁଥିବା ପାଖାପାଖି ୧୫୦ ଏନଜିଓକୁ ଅଜିମ ପ୍ରେମଜୀ ଫାଉଣ୍ଡେସନ ତରଫରୁ ଫଣ୍ଡ ମିଳିଛି |

ପ୍ରେମଜୀଙ୍କୁ ଫ୍ରାନ୍ସର ସର୍ବୋଚ୍ଚ ନାଗରିକ ସମ୍ମାନ ‘ ରେବେଲିୟର ଡି ଲା ଲିଜନ ଡି ଅନର’ ମିଳିଛି | ପ୍ରେମଜୀଙ୍କୁ ଏହି ସମ୍ମାନ ସମାଜସେବା, ଫ୍ରାନ୍ସରେ ଆର୍ଥିକ ସହାୟତା ଏବଂ ଆଇଟି ଉଦ୍ୟୋଗ ବିକାଶ କରିଥିବା ଯୋଗୁଁ ମିଳିଛି | ପ୍ରେମଜୀଙ୍କ ପୂର୍ବରୁ ବଙ୍ଗାଳି ଅଭିନେତା ସୌମିତ୍ର ଚାଟାର୍ଜୀ ଏବଂ ବଲିଉଡ ଅଭିନେତା ଶାହରୁଖ ଖାନଙ୍କୁ ଏହି ସମ୍ମାନ ମିଳିଛି | ପ୍ରେମଜୀଙ୍କ ପିତା ହସିମ ପ୍ରେମଜୀ ମଧ୍ୟ ତାଙ୍କ ସମୟରେ ଜଣେ ଜଣାଶୁଣା ବ୍ୟବସାୟୀ ଥିଲେ | ଦେଶ ବିଭାଜନ ବେଳେ ପାକିସ୍ତାନର ଅର୍ଥ ମନ୍ତ୍ରୀ ହେବା ପାଇଁ ମହମ୍ମଦ ଅଲ୍ଲୀ ଜିନ୍ନା ତାଙ୍କୁ ପ୍ରସ୍ତାବ ଦେଇଥିଲେ | କିନ୍ତୁ ପାକିସ୍ତାନ ନଯାଇ ଭାରତରେ ରହିବେ ବୋଲି କହିଥିଲେ | ସେ ଭାରତରେ ହିଁ ପ୍ରତିଷ୍ଠା ଲାଭ କରିଥିଲେ | ହସିମ ପ୍ରେମଜୀ ସେତେବେଳେ ଚାଉଳ ଏବଂ ରୋଷେଇ ପାଇଁ ବ୍ୟବହୃତ ହେଉଥିବା ତେଲର ପ୍ରସିଦ୍ଧ ବ୍ୟବସାୟୀ ଥିଲେ | 

319 Views

   ସମ୍ବନ୍ଧିତ ଖବର