କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ ଅସୁସ୍ଥ, ମେଡିକାଲରେ ଭର୍ତ୍ତି
7/04/2021 at 11:47 AM

ଡେଲାଙ୍ଗ ୦୭।୦୪: କଂଗ୍ରେସ ପ୍ରାର୍ଥୀ ଅସୁସ୍ଥ । ପିପିଲିରେ ଉପନିର୍ବାଚନ ପାଇଁ ପ୍ରଚାରକୁ ବାହାରୁ ଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ ଅସୁସ୍ଥ । ତୁରନ୍ତ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଖବର ଅନୁଯାୟୀ, ପିପିଲି ନିକଟବର୍ତ୍ତୀ ନିଜ ଗାଁ ମୋଟରୀ ଆଙ୍କୋଇରୁ ପ୍ରଚାର ପାଇଁ ବାହାରୁଥିବା ବେଳେ ଅସୁସ୍ଥ ହୋଇ ତଳେ ପଡି ଯାଇଥିଲେ। ତୁରନ୍ତ ତାଙ୍କ ସମର୍ଥକ ମାନେ ଚିକିତ୍ସା ନିମନ୍ତେ ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ସେପେଟେ ଖବର ପାଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ତାଙ୍କୁ ଭେଟି ସ୍ୱାସ୍ଥବସ୍ଥା ବିଷୟରେ ଡାକ୍ତରଙ୍କ ଠାରୁ ପଚାରି ବୁଝିଛନ୍ତି। ବର୍ତ୍ତମାନ ସୁଦ୍ଧା ତାଙ୍କର ଚେତା ନଥିବା ଜଣାପଡିଛି।