Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

ଆଝାରୁଦ୍ଦିନଙ୍କୁ ସସପେଣ୍ଡ୍ କଲା ହାଇଦ୍ରାବାଦ କ୍ରିକେଟ ଆସୋସିଏସନ : କନଫ୍ଲିକ୍ଟ୍ ଅଫ୍ ଇଣ୍ଟରେଷ୍ଟ୍ ଅଭିଯୋଗରେ ସଭାପତି କ୍ଷମତା ହଟିଲା, ଷଡଯନ୍ତ୍ର ବୋଲି କହିଲେ ପୂର୍ବତନ କ୍ୟାପ୍ଟେନ୍

19/06/2021 at 3:12 PM

ନୂଆଦିଲ୍ଲୀ, ୧୯/୦୬ : ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନଙ୍କୁ ହାଇଦ୍ରାବାଦ କ୍ରିକେଟ୍ ଆସୋସିଏସନର ଅଧ୍ୟକ୍ଷ ପଦରୁ ହଟାଇ ଦିଆଯାଇଛି । ଏହା ସହ ତାଙ୍କ ବିରୋଧରେ ଅନେକ ଅଭିଯୋଗ ମଧ୍ୟ ଲାଗିଛି । ନୋଟିସ୍ ଅନୁସାରେ ତାଙ୍କର ସଦସ୍ୟତା ମଧ୍ୟ ଶେଷ କରାଯାଇଛି । ଆସୋସିଏସନର ଅଭିଯୋଗକୁ ଭିତ୍ତି କରି ଏପରି ନିଷ୍ପତ୍ତି ନିଆଯାଇଛି ।

ଏଚସିଏ ନିଲମ୍ବନ ନୋଟିସରେ କହିଛି ଯେ, ସଦସ୍ୟଙ୍କ ଦ୍ୱାରା ଦାଖଲ ଅଭିଯୋଗ ଅନୁସାରେ ଜୁନ ୧୦ ତାରିଖରେ ବୈଠକରେ ଆଝାରୁଦ୍ଦୀନଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । କାରଣ ଆଝାରୁଦ୍ଦିନ ନିୟମକୁ ଉଲଙ୍ଘନ କରିଛନ୍ତି । ଅଭିଯୋଗର ତଦନ୍ତ ନସରିବା ଯାଏଁ ତାଙ୍କର ସଦସ୍ୟତା ରବ୍ଦ ରହିବ । ଆହୁରି ମଧ୍ୟ ଆଝାରୁଦ୍ଦୀନ ଦେଶ ବାହାରର ଏଖ କ୍ଲବର ପରାମର୍ଶଦାତା ରହିଛନ୍ତି । ଯାହା ବିସିସିଆଇର ମାନ୍ୟତା ହାସଲ କରିନାହିଁ ।

ଏହାମଧ୍ୟରେ ଆଝାରୁଦ୍ଦିନ ପ୍ରେସ ବିଜ୍ଞପ୍ତି ଜାରି କରି କହିଛନ୍ତି ଯେ, ତାଙ୍କ ବିରୋଧରେ ଯେଉଁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ତାହା ନିୟମର ବିରୋଧ କରୁଛି । ତାଙ୍କ ବିରୋଧରେ ଷଡଯନ୍ତ୍ର ହୋଇଛି । ଆଜି କ୍ରିକେଟ ପ୍ରଶାସନ ବିପଦରେ ରହିଛି । ଆହୁରି ମଧ୍ୟ ଗଣମାଧ୍ୟମରେ ଭୁଲ୍ ବୟାନ ପ୍ରକାଶ ପାଉଛି । ଖବରର ସଠିକତା ଯାଞ୍ଚ ଜରୁରୀ । ଏହାସହ ସେ ବୋର୍ଡର କିଛି ସଦସ୍ୟଙ୍କୁ ଟାର୍ଗେଟ୍ ମଧ୍ୟ କରିଛନ୍ତି ।

   Related Posts