ଦିଲ୍ଲୀ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ପଦରୁ ଅଜୟ ମାକନଙ୍କ ଇସ୍ତଫା

Published By : Prameya-News7 Bureau | January 04, 2019 IST

ନୂଆଦିଲ୍ଲୀ୪|୧: ଦିଲ୍ଲୀ ପ୍ରଦେଶ କଂଗ୍ରେସର ଅଧ୍ୟକ୍ଷ ଅଜୟ ମାକନ ତାଙ୍କ ପଦରୁ ଆଜି ଇସ୍ତଫା ପ୍ରଦାନ କରିଛନ୍ତି । ଏ ସଂକ୍ରାନ୍ତରେ ସେ ଟୁଇଟ ଜରିଆରେ ସୂଚନା ଦେବା ସହ ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି । ୨୦୧୫ ମସିହାରେ ଦିଲ୍ଲୀ ରାଜ୍ୟ ନିର୍ବାଚନଠୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ତାଙ୍କୁ ସହଯୋଗ କରିଆସିଥିବା ନେତାମାନଙ୍କୁ ମଧ୍ୟ ସେ ଧନ୍ୟବାଦ ପ୍ରଦାନ କରିଛନ୍ତି ।

ଗତ ଗୁରୁବାର ଦିନ ଅଜୟ ମାକନ ଦଳର ବରିଷ୍ଠ ନେତାଙ୍କ ସହ ରାହୁଲ ଗାନ୍ଧୀଙ୍କୁ ସାକ୍ଷାତ କରି ଦୀର୍ଘ ସମୟ ଧରି ଆଲୋଚନା କରିବାପରେ ଆଜି ଇସ୍ତଫା ପ୍ରଦାନ କରିଛନ୍ତି ।ଗତ ୪ ବର୍ଷ ମଧ୍ୟରେ ଦିଲ୍ଲୀରେ ଦଳୀୟ ସଂଗଠନକୁ ସୁଦୃଢ କରିବା ପାଇଁ କଠିନ ପରିଶ୍ରମ କରିବାକୁ ପଡିଛି ବୋଲି ଇସ୍ତଫା ଦେବା ପରେ ଅଜୟ ମାକନ କହିଛନ୍ତି । ସେ ଇସ୍ତଫା ଦେବା ପଛର ଏକମାତ୍ର କାରଣ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବୋଲି ସେ କହିଛନ୍ତି ।

  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.