ନାଗନାଥ ମନ୍ଦିରକୁ ଯାଇ ଟ୍ରୋଲ ହେଲେ ଅଜୟ ଦେବଗନ, ଫଟୋ ଭାଇରାଲ ହେବା ପରେ ଜାଣନ୍ତୁ କ’ଣ ଲେଖିଲେ ଫ୍ୟାନ୍ସ

Published By : Prameya-News7 Bureau | August 01, 2019 IST

ବଲିଉଡ ଷ୍ଟାରଙ୍କ ମଧ୍ୟରେ ଅଜୟ ଦେବଗନ ଏପରି ଜଣେ ଅଭିନେତା ଯିଏ ପୂଜା ପାଠରେ ବେଶ ବିଶ୍ୱାସ ରଖନ୍ତି। ନିକଟରେ ଅଜୟ ତାଙ୍କ ପତ୍ନୀ କାଜୋଲଙ୍କ ସହ ଦେବଘରସ୍ଥିତ ବୈଜନାଥ ଧାମ ଦର୍ଶନରେ ଯାଇଥିଲେ। ମହାଦେବ ଶିବଙ୍କୁ ଶ୍ରାବଣରେ ପାଣିଲାଗି କରିବା ଲାଗି କାଜୋଲ ଓ ଅଜୟ ଦୀର୍ଘ ସମୟ ଧରି ଭକ୍ତଙ୍କ ଗହଣରେ ଲମ୍ବା ଧାଡିରେ ଛିଡାହୋଇଥିବା ଦେଖାଯାଇଥିଲା। ଏହି ଫଟୋ ସୋସାଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି। ଯାହାକୁ ଫ୍ୟାନ୍ସ ବେଶ ପସନ୍ଦ କରୁଥିବା ମଧ୍ୟ ଦେଖାଯାଉଛି।

wp:html
View this post on Instagram

જે લોકો અજય દેવગણના ચાહક હશે એ બધા જાણતા જ હશે કે અજય દેવગણ ભોળાનાથનો બોવ મોટો ભક્ત છે. ભુજમા શૂટીંગ ચાલી રહ્યુ છે એની ફિલ્મનું ત્યારે શ્રી યોગેશ બોક્ષા અજય દેવગણને આજે માંડવીના ખૂબ જૂના અને જાણીતા મહાદેવના મંદિર, નાગનાથ મહાદેવે લઇ ગયા. તસ્વીરમા મહાદેવની પૂજા કરતા ફિલ્મ અભિનેતા અજય દેવગણ અને શ્રી યોગેશ બોક્ષા. #BhujThePrideOfIndia #AjayDevgn

A post shared by Aditya Gadhavi (@adityagadhviofficial) on

/wp:html

ତେବେ ଏହା ପୂର୍ବରୁ ଅଜୟ ଦେବଗନଙ୍କୁ ମାଣ୍ଡବୀର ନାଗନାଥ ମନ୍ଦିରରେ ପୂଜା କରୁଥିବାର ମଧ୍ୟ ଦେଖାଯାଇଥିଲା। ତେବେ ମନ୍ଦିରରେ ପୂଜା କରୁଥିବାରୁ ଅଜୟଙ୍କୁ ଏବେ ମିଡିଆରେ ଖୁବ୍ ଟ୍ରୋଲ ହେବାକୁ ପଡୁଛି। ତେବେ ତାଙ୍କୁ ଫ୍ୟାନସ ଟ୍ରୋଲ କରିବାର ମୁଖ୍ୟ କାରଣ ହେଉଛି ତାଙ୍କ ଗେଟଅପ। ସେ ଯେଉଁ ପୋଷାକ ପିନ୍ଧି ପୂଜାରେ ବସିଛନ୍ତି ତାହା ହିଁ ତାଙ୍କୁ ସୋସାଲ ମିଡିଆରେ ହାସ୍ୟସ୍ପଦ କରୁଛି। ସର୍ଟସ ପିନ୍ଧି ଅଜୟଙ୍କ ପୂଜା ପ୍ରାର୍ଥନା ତାଙ୍କ ଫ୍ୟାନସଙ୍କୁ ଜମାରୁ ପସନ୍ଦ ଆସୁନାହିଁ। ଘଟଣାକୁ ନେଇ ଫ୍ୟାନ୍ସ ସୋସାଲ ମିଡିଆରେ ଅଜୟଙ୍କୁ ଶିବ ପୂଜାର ବିଭିନ୍ନ ପଦ୍ଧତୀ ଓ ଏଥିପାଇଁ ଭକ୍ତର ବେଶ ପୋଷାକ ନେଇ ଅନେକ ପରାମର୍ଶରେ ପୋତି ପକାଇଲେଣି। ଏପରିକି ସର୍ଟସ ଭଳି ପୋଷାକରେ ମନ୍ଦିର ନ ଯିବା ଲାଗି ମଧ୍ୟ ତାଙ୍କୁ ସତର୍କ କରାଉଥିବା ଦେଖା ଯାଉଛି।

wp:html
/wp:html

ହେଲେ କଥା କଣ କି ଅଜୟ ଅଭିନୟ କରୁଥିବା ଫିଲ୍ମ ‘ଭୂଜ ଦି ପ୍ରାଇଡ ଅଫ ଇଣ୍ଡିଆ’ର କିଛି ଦୃଶ୍ୟ ମାଣ୍ଡବୀରେ ସୁଟିଂ ହୋଇଥିଲା। ଏଥି ପାଇଁ ଅଜୟ ଦେବଗନ ସେଠାରେ ଅବସ୍ଥାନ କରୁଥିବା ବେଳେ ଦର୍ଶନ କରିବା ପାଇଁ ଶ୍ରୀ ନାଗନାଥ ମହେଦେବ ମନ୍ଦିରରେ ପହଞ୍ଚିଥିଲେ।  ସେହି ସମୟର କିଛି ଫଟୋ ଏବେ ସୋସାଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ଅଜୟ ଦେବଗନ ବ୍ଲୁ ଜିନ୍ସ ସର୍ଟସ ସାଙ୍ଗକ  ହ୍ୱାଇଟ୍ ଟି-ସାର୍ଟ ପିନ୍ଧି ପୂଜକଙ୍କ ସହିତ ଚଷମା ପିନ୍ଧି ଛିଡା ହୋଇଥିବା ଦେଖାଯାଇଛି। ଅନ୍ୟ ଏକ ଫଟୋରେ ମହଦେବଙ୍କ ଶକ୍ତି ନିକଟରେ ତାଙ୍କୁ ଚକା ପକାଇ ବସିଥିବା ସହ ହାତ ଯୋଡି ପୂଜା କରୁଥିବା ଦେଖା ଯାଇଛି। ତେବେ ତାଙ୍କ ବେଶ ପୋଷାକକୁ ଫ୍ୟାନ୍ସ ଆଦୌ ପସନ୍ଦ କରୁନାହାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.