Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସବୁ କଳ୍ପନା ଜଳ୍ପନାର ଅନ୍ତ : ବାରଣାସୀରୁ ଲଢ଼ିବେ ନାହିଁ ପ୍ରିୟଙ୍କା, ମୋଦିଙ୍କ ବିପକ୍ଷରେ ଅଜୟ ରାୟ

25/04/2019 at 12:37 PM

ବାରଣାସୀ ୨୫/୪ : ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି | ବାରଣାସୀ ଆସନରୁ ନିର୍ବାଚନ ଲଢ଼ିବା ପାଇଁ କଂଗ୍ରେସ ନିଜ ପ୍ରାର୍ଥୀ ଚୟନ କରିଛି | ବାରଣାସୀ ଲୋକସଭା ଆସନରୁ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଲଢ଼ିବେ ନାହିଁ | କିଛି ଦିନ ହେଲା ପ୍ରିୟଙ୍କା ଗାନ୍ଧୀ ବାରଣାସୀରୁ ମୋଦିଙ୍କ ବିପକ୍ଷରେ ଲଢ଼ିବେ ବୋଲି ଆଲୋଚନା ହେଉଥିଲା | କିନ୍ତୁ ସବୁ ଆଲୋଚନାରେ ପୂର୍ଣ୍ଣଛେଦ ଲଗାଇଛି କଂଗ୍ରେସ | କଂଗ୍ରେସ ମୋଦିଙ୍କ ବିପକ୍ଷରେ ବାରଣାସୀ ଆସନ ପାଇଁ ଅଜୟ ରାୟଙ୍କୁ ଟିକେଟ ଦେଇଛି | ୨୦୧୪ ଲୋକସଭା ନିର୍ବାଚନରେ ମଧ୍ୟ ଅଜୟ ରାୟ କଂଗ୍ରେସ ପ୍ରାର୍ଥୀ ଥିଲେ | କିନ୍ତୁ ଅଜୟ ରାୟ ହାରିଯାଇଥିଲେ | ଚଳିତ ନିର୍ବାଚନରେ କଂଗ୍ରେସ ପୁଣି ଅଜୟ ରାୟଙ୍କୁ ବାରଣାସୀ ଟିକେଟ ଦେଇଛି |


ବାରଣାସୀ ଲୋକସଭା ଆସନ ପାଇଁ ସପ୍ତମ ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ | ବାରଣାସୀର ଜାତୀୟ ସମୀକରଣ ଉପରେ ଦୃଷ୍ଟି ଦେଲେ ଜଣାପଡେ ଯେ, ଏଠାରେ ବ୍ରାହ୍ମଣ, ବୈଶ୍ୟ ଏବଂ କୁଡୁମି ଭୋଟରଙ୍କ ଗୁରୁତ୍ୱ ଅଧିକ | ଏଠାରେ ପାଖାପାଖି ୩ ଲକ୍ଷ ବୈଶ୍ୟ, ଅଢେଇ ଲକ୍ଷ କୁଡୁମି, ଅଢେଇ ଲକ୍ଷ ବ୍ରାହ୍ମଣ, ୩ ଲକ୍ଷ ମୁସଲମାନ, ୧ ଲକ୍ଷ ୩୦ ହଜାର ଭୂମିହୀନ, ୧ ଲକ୍ଷ ରାଜପୁତ, ୧ ଲକ୍ଷ ୪୫ ହଜାର ଯାଦବ, ୮୦ ହଜାର ଚୌରାସିଆ, ୧ ଲକ୍ଷ ଦଳିତ ଏବଂ ପାଖାପାଖି ୧ ଲକ୍ଷ ଅନ୍ୟ ଜାତିର ବା ଓବିଶି ଭୋଟର ଅଛନ୍ତି | ବାରଣାସୀ ଲୋକସଭା ଆସନ ପାଇଁ ଚଳିତଥର ମୋଦିଙ୍କ ସହ ଅଜୟ ରାୟଙ୍କ ଭାଗ୍ୟ ପରୀକ୍ଷା ହେବ |

   Related Posts