କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ଗାଡ଼ିକୁ ଅଣ୍ଡାମାଡ଼, ଭୁବନେଶ୍ୱର ବିମାନବନ୍ଦର ଛକରେ କଳାପତାକା ଦେଖାଇଲା କଂଗ୍ରେସ

Published By : Prameya-News7 Bureau | October 31, 2021 IST

ଭୁବନେଶ୍ୱର ୩୧।୧୦: କେନ୍ଦ୍ର ଗୃହରାଷ୍ଟ୍ରମନ୍ତ୍ରୀଙ୍କ ଗାଡ଼ିକୁ ଅଣ୍ଡା ଓ କାଳିମାଡ ହୋଇଛି । ଏହାସହ ମନ୍ତ୍ରୀଙ୍କ ଗାଡ଼ିକୁ କଳାପତାକା ପ୍ରଦର୍ଶନ କରିଛି କଂଗ୍ରେସ । ଭୁବନେଶ୍ୱର ବିମାନ ବନ୍ଦର ଛକରେ ଘଟିଛି ଏହି ଘଟଣା ।

ଖବର ଅନୁଯାୟୀ, ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଓଡିଶା ଆସିଥିଲେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରା । ତେବେ ଭୁବନେଶ୍ୱରରୁ ଫେରିବା ସମୟରେ ବିମାନବନ୍ଦର ଛକ ନିକଟରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଗାଡିକୁ ଅଣ୍ଡା ଓ କାଳିମାଡ ସହ କଳା ପତାକା ଦେଖାଇ ବିରୋଧ ପ୍ରଦର୍ଶନ କଲା କଂଗ୍ରେସ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ୧୦୦ରୁ ଅଧିକ କଂଗ୍ରେସ କର୍ମୀଙ୍କୁ ଅଟକ ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.