ଅଭିନେତା ଅଜୟ ଦେବଗନଙ୍କ ଭାଇ ଅନିଲ ଦେବଗନଙ୍କ ପରଲୋକ

Published By : Prameya-News7 Bureau | October 06, 2020 IST

ନୂଆଦିଲ୍ଲୀ ୦୬/୧୦: ବଲିଉଡ ସୁପରଷ୍ଟାର ଅଜୟ ଦେବଗନଙ୍କ ଭାଇ ଅନିଲ ଦେବଗନଙ୍କ ପରଲୋକ ଘଟିଛି। ଗତକାଲି ତାଙ୍କର ପରଲୋକ ହୋଇଥିବା ଖୋଦ୍ ଅଜୟ ସାମାଜିକ ଗଣମାଧ୍ୟମରେ ଏ ଦୁଃଖଦ ସମ୍ବାଦ ସମସ୍ତଙ୍କୁ ଜଣାଇଛନ୍ତି। ସେ ଟ୍ବିଟ୍ କରି କହିଛନ୍ତି ‘କାଲି ରାତିରେ ଅନିଲ ଦେବଗନ ଏ ଦୁନିଆ ଛାଡି ଚାଲିଗଲେ। ତାଙ୍କର ଏଭଳି ଅସମୟ ମୃତ୍ୟୁ ଯୋଗୁ ପୂରା ପରିବାର ଦୁଃଖିତ ।’ କରୋନା ଭାଇରସ ଯୋଗୁ କୌଣସି ବ୍ୟକ୍ତିଗତ ଶୋକସଭା​‌ ଆ​‌ୟୋଜନ ହୋଇ ନାହିଁ।

ତେବେ ତାଙ୍କ ମୃତ୍ୟୁର କାରଣ ଏବେ ସୁଦ୍ଧା ଜଣାପଡ଼ି ନାହିଁ। ମାତ୍ର ଅଜୟଙ୍କ ଏହି ପୋଷ୍ଟ ପରେ ବଲିଉଡକୁ ଶକ୍ତ ଝଟକା ଲାଗିଛି। ୧୯୯୬ରେ ରିଲିଜ ହୋଇଥିବା ଫିଲ୍ମ ‘ଜିତ’ରୁ ଅନିଲ କ୍ୟାରିୟର ଆରମ୍ଭ କରିଥିଲେ। ସେଥିରେ ସେ ଆସିଷ୍ଟାଣ୍ଡ ଡିରେକ୍ଟର ଭାବେ କାମ କରିଥିଲେ। ଏହା ପରେ ଅଜୟ ଦେବଗନଙ୍କ ଏକାଧିକ ଫିଲ୍ମରେ ଆସିଷ୍ଟାଣ୍ଡ ଡିରେକ୍ଟର ଭାବେ କାମ କରିଛନ୍ତି ଅନିଲ। ‘ଜାନ’, ‘ପ୍ୟାର ତୋ ହୋନା ହି ଥା’, ‘ଇତିହାସ’ ଓ ହିନ୍ଦୁସ୍ତାନ କି କସମ’ ଆଦିରେ ଅନିଲ କାମ କରିଛନ୍ତି।

ତେବେ ଫିଲ୍ମ ‘ରାଜୁ ଚାଚା’ରୁ ସେ ନିର୍ଦେଶନାରେ ବିଧିବଦ୍ଧ ଭାବେ ପାଦ ରଖିଥିଲେ। ତାହା ଥିଲା ଦେବଗନ ପ୍ରଡକ୍ସନର ପ୍ରଥମ ଫିଲ୍ମ। ଅନିଲଙ୍କ ନିର୍ଦେଶିତ ଶେଷ ଫିଲ୍ମ ହେଉଛି ‘ହାଲେ-ଦିଲ୍’। ଅଜୟଙ୍କ ଲୋକପ୍ରିୟ ଫିଲ୍ମ ‘ସନ ଅଫ୍ ସର୍ଦାର’ର କ୍ରିଏଟିଭି ନିର୍ଦେଶକ ମଧ୍ୟ ଥିଲେ ଅନିଲ ଦେବଗନ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.