Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ୟଶରାଜ ବ୍ୟାନରରେ କାମ କରିବାକୁ ମନାକରିଦେଲେ ଅଭିନେତା ଅଜୟ ଦେବଗନ୍, ଆଦିତ୍ୟ ଚୋପ୍ରା ନେଲେ ଏମିତି ନିଷ୍ପତ୍ତି

24/04/2021 at 2:46 PM

ନୂଆଦିଲ୍ଲୀ ୨୪/୦୪: ଅଜୟ ଦେବଗନ ଆଜିକାଲି ଅପମେକିଂ ଫିଲ୍ମ ‘ଭୁଜ୍: ପ୍ରାଇଡ୍ ଅଫ୍ ଇଣ୍ଡିଆ’ କୁ ନେଇ ଚର୍ଚ୍ଚାରେ ଅଛନ୍ତି । ଚଳିତ ବର୍ଷ ସ୍ୱାଧୀନତା ଦିବସ ଅବସରରେ ଏହି ଫିଲ୍ମଟି ରିଲିଜ୍ ହେବ । ଏହି ଫିଲ୍ମ ବ୍ୟତୀତ ସେ ‘ମୈଦାନ’, ‘ଗଙ୍ଗୁବାଇ କାଠିଆୱାଡି’, ‘ଆରଆରଆର’, ‘ମେ ଡେ’ ଏବଂ ‘ଥ୍ୟାଙ୍କ୍ ଗଡ୍’ ଭଳି ଫିଲ୍ମରେ ନଜର ଆସିବେ । ସୂଚନା ଆନୁଯାୟୀ ଅଜୟ, ୟଶ ରାଜ ବ୍ୟାନରରେ ନିର୍ମିତ ହେବାକୁ ଥିବା ଫିଲ୍ମରେ କାମ କରିବାକୁ ମନା କରି ଦେଇଛନ୍ତି । ଏହା ଏକ ସୁପରହିଟ୍ ଫିଲ୍ମ ଥିଲା, ଯାହା ପ୍ରାୟ ୧୮୦ କୋଟି ବଜେଟରେ ପ୍ରସ୍ତୁତ ହେବ । ଏହି ଫିଲ୍ମରେ ଅଜୟଙ୍କୁ ଭିଲେନ ଭୂମିକାରେ ଅଭିନୟ କରିବାର ଥିଲା ।

ସୂଚନା ଅନୁଯାୟୀ ଅଜୟ ପ୍ରଥମ ଥର ପାଇଁ ଆଦିତ୍ୟ ଚୋପ୍ରାଙ୍କ ସୁପରହିଟ୍ ଫିଲ୍ମରେ କାମ କରିବାକୁ ପ୍ରସ୍ତୁତ ଥିଲେ, କିନ୍ତୁ ଫିଲ୍ମକୁ ନା କହିବାକୁ ବାଧ୍ୟ ହୋଇଥିଲେ । ଅଜୟଙ୍କ ପାଖରେ ଏହି ଫିଲ୍ମ ପାଇଁ ତାରିଖ ବାକି ନାହିଁ । ତାରିଖ ନ ଥିବାରୁ ସେ ଫିଲ୍ମରୁ ଓହରିଯିବାକୁ ନିଷ୍ପତ୍ତି ନେଇଛନ୍ତି ।

ଅଜୟଙ୍କ ମନା କରିବା ପରେ ଫିଲ୍ମ ନିର୍ମାତା ଆଦିତ୍ୟ ଚୋପ୍ରା ଏହି ଫିଲ୍ମକୁ ହୋଲ୍ଡ କରିଦେଇଛନ୍ତି । ସେ ବର୍ତ୍ତମାନ ଏହାକୁ ଆଗକୁ ବଢାଇବାକୁ ଚାହୁଁନାହାଁନ୍ତି । କାରଣ ସେ ଅଜୟଙ୍କ ସହ ଏହି ଫିଲ୍ମ କରିବାକୁ ନିଷ୍ପତ୍ତି ନେଇଥିଲେ । ଯଦି ଅଜୟ ଏହି ଫିଲ୍ମ ପାଇଁ ଏକ ତାରିଖ ପାଆନ୍ତି, ତେବେ ସେ ପୁଣିଥରେ କାମ କରିବା ଆରମ୍ଭ କରିବେ ।  

   Related Posts