Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

କରୋନା ଲଢେଇରେ ଗୋପନ ଭାବେ ସାହାଯ୍ୟର ହାତ ବଢ଼ାଇଛନ୍ତି ଅଜୟ ଦେବଗନ : ସଂକ୍ରମିତଙ୍କ ପାଇଁ ହସ୍ପିଟାଲରେ କରିଛନ୍ତି ଚିକିତ୍ସା ବ୍ୟବସ୍ଥା

1/06/2020 at 11:05 AM

ମୁମ୍ବାଇ ୦୧/୦୬ : ବିଶ୍ୱ ମହାମାରୀ କରୋନାକୁ ନେଇ ସାରା ବିଶ୍ୱ ଚିନ୍ତିତ | କରୋନା ଯୋଗୁଁ ଦେଶରେ ସଙ୍କଟ ପରିସ୍ଥିତି ସୃଷ୍ଟି ହୋଇଛି | ସଂକ୍ରମଣ ରୋକିବା ପାଇଁ ଦେଶରେ ଲକଡାଉନ ଜାରି କରାଯାଇଛି | ଲକଡାଉନ ଯୋଗୁଁ ଶ୍ରମିକ ଏବଂ ଦିନ ମଜୁରିଆମାନେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି | ଏହିଭଳି ସଙ୍କଟ ପରିସ୍ଥିତିର ମୁକାବିଲା ପାଇଁ ଅନେକ ଲୋକ ଆଗକୁ ଆସିଛନ୍ତି | ବଲିଉଡ ଅଭିନେତା ଶ୍ରମିକ ଓ ଅଭାବୀଙ୍କ ସାହାଯ୍ୟ ପାଇଁ ହାତ ବଢ଼ାଇଛନ୍ତି | ସେଲିବ୍ରିଟି ନିଜ ନିଜ କ୍ଷମତା ଅନୁଯାୟୀ ଲୋକଙ୍କୁ ସାହାଯ୍ୟ କରୁଛନ୍ତି | ଆଉ କିଛି ସେଲିବ୍ରିଟି ସୋସିଆଲ ମିଡ଼ିଆ ଜରିଆରେ ସାଧାରଣ ଜନତାଙ୍କୁ ସଚେତନ କରୁଛନ୍ତି | ଆଉ କିଛି ସେଲିବ୍ରିଟି ଲୋକଙ୍କୁ ଆର୍ଥିକ ସହାୟତା କରୁଥିବାବେଳେ କିଛି ଅଭିନେତା ଅଭାବୀଙ୍କୁ ଖାଦ୍ୟ ଯୋଗାଉଛନ୍ତି | ଇତି ମଧ୍ୟରେ ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ଯୋଗଦାନ ସାମ୍ନାକୁ ଆସିଛି |

ଅଜୟ ଦେବଗନ ମୁମ୍ବାଇ ଧାରାବି ଅଞ୍ଚଳରେ ନିଜର ଯୋଗଦାନ କରିଛନ୍ତି | ବିରଲ ଭୟାନିଙ୍କ ଅଫିସିଆଲ ଇନ୍ସଟାଗ୍ରାମ ପେଜରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଅଜୟ ଦେବଗନ ଗୋପନ ଭାବେ ଦାନ କରିଛନ୍ତି | ପୋଷ୍ଟ ଅନୁଯାୟୀ, ସେ ଧାରାବି ହସ୍ପିଟାଲ ପାଇଁ ୨୦୦ ବେଡ଼, ଅକ୍ସିଜେନ ସିଲିଣ୍ଡର ଓ ଭେଣ୍ଟିଲେଟର ଯୋଗାଇଛନ୍ତି | କରୋନାର ସଂକ୍ରମଣ ସ୍ଥଳ ଏହି ଧାରାବି ଅଞ୍ଚଳରେ ମୁମ୍ବାଇ ମହାନଗର ନିଗମ ୧୫ ଦିନରେ ଅଲଗା ହସ୍ପିଟାଲ ଆରମ୍ଭ କରିଛି | ଅଜ୍ଞ ଦେବଗନ ଧାରାବିର ୭୦୦ ପରିବାରଙ୍କୁ ରାସନ ମଧ୍ୟ ଯୋଗାଇଛନ୍ତି | 

ଭୟଙ୍କର ମହାମାରୀ କରୋନା ମୁମ୍ବାଇର ସବୁଠାରୁ ବଡ ବସ୍ତି ଅଞ୍ଚଳ ଧାରାବିରେ ପହଞ୍ଚି ସାରିଛି | କରୋନା ଯୋଗୁଁ ମହାରାଷ୍ଟ୍ର ସବୁଠାରୁ ଅଧିକ ପ୍ରଭାବିତ ହୋଇଛି | ମହାରାଷ୍ଟ୍ରର ଯେଭଳି ଆଉ କ୍ଷତି ନ ହୁଏ ସେଥିପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଛି | ଅଜୟଙ୍କ ଛଡା ଆହୁରି କିଛି ବଲିଉଡ ଅଭିନେତା ଏହି ବସ୍ତି ଅଞ୍ଚଳର ସାହାଯ୍ୟ ପାଇଁ ଆଗକୁ ଆସିଛନ୍ତି | ସମସ୍ତେ ନିଜ ନିଜ ଦକ୍ଷତା ଅନୁଯାୟୀ ସାହାଯ୍ୟ କରୁଛନ୍ତି |

ଲକଡାଉନ ଯୋଗୁଁ ଅଜୟ ଦେବଗନ ମଧ୍ୟ ଘରେ ନିଜ ପରିବାର ସହ ସମୟ କାଟୁଛନ୍ତି | ସୋସିଆଲ ମିଡ଼ିଆ ଜରିଆରେ ସେ ସାଧାରଣ ଜନତାଙ୍କୁ ଲଗାତାର ସଚେତନତା ବାର୍ତ୍ତା ଦେଉଛନ୍ତି | ଏହା ପୂର୍ବରୁ ଲକଡାଉନ ସମୟରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଦିନ ମଜୁରୀ କରୁଥିବା କର୍ମଚାରୀଙ୍କୁ ସହାୟତା କରିବା ପାଇଁ ଫେଡେରେସନ୍ ଅଫ୍ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ କର୍ମଚାରୀ (FWICE) ଙ୍କୁ ୫୧ ଲକ୍ଷ ଟଙ୍କା ଦାନ କରିଥିଲେ ଅଜୟ ଦେବଗନ |

   Related Posts