ଦାନବୀର ଅଜୟ : ଏକ କୋଟି ଟଙ୍କା ଦାନ ପରେ ଶ୍ରମିକଙ୍କ ଶୋଚନୀୟ ଅବସ୍ଥା ଦେଖି ପୁଣି ଦାନ କଲେ ଲକ୍ଷାଧିକ ଟଙ୍କା
2/04/2020 at 1:40 PM

ମୁମ୍ବାଇ ୨/୪: କରୋନା ଭାଇରସ୍ ଯୋଗୁଁ ଅଜୟ ଦେବଗନ୍ ପୂର୍ବରୁ ନିଜ ପ୍ରଡକ୍ସନ୍ କମ୍ପାନୀ ତରଫରୁ ପିଏମ୍ କେୟାର୍ସ ଫଣ୍ଡରେ ୧.୧୦କୋଟି ଦାନ କରି ସାରିଛନ୍ତି କିନ୍ତୁ ଏହା ପରେ ସେ ଏକ ବଡ଼ ଘୋଷଣା କରିଛନ୍ତି। ଦେଶବ୍ୟାପି ଚାଲୁଥିବା ଲକଡାଉନ୍ କାରଣରୁ ଫିଲ୍ମ ଇଣ୍ଡଷ୍ଟ୍ରିର କାମ ପୂରାପୂରି ଠପ୍ ପଡ଼ିଛି। ଏହି ସଙ୍କଟମୟ ପରିସ୍ଥିତିରେ ଇଣ୍ଡଷ୍ଟ୍ରିରେ କାମ କରୁଥିବା ଦିନମଜୁରିଆ ଶ୍ରମିକମାନେ ଘରେ ଦୁଇ ବେଳା ଖାଇବାକୁ ପାଉ ନାହାନ୍ତି। ଏଥିପାଇଁ ତାଙ୍କୁ ସାହାଯ୍ୟ କରିବା ପାଇଁ ସଲମାନ ଖାନ୍,ରୋହିତ ଶେଟ୍ଟୀଙ୍କ ପରେ ଏବେ ଅଜୟ ଦେବଗନ୍ ଆଗକୁ ଆସିଛନ୍ତି।

ଅଜୟ ଦେବଗନ୍ ଏପରି ଦିନମଜୁରିଆ ଶ୍ରମିକଙ୍କୁ ସାହାଯ୍ୟ କରିବା ପାଇଁ FWICE କୁ ୫୧ଲକ୍ଷ ଟଙ୍କାର ଡୋନେସନ୍ ଦେଇଛନ୍ତି। ଯାହା ପରଠୁ ଲୋକେ ଅଜୟ ଦେବଗନଙ୍କୁ ଏବେ ଅସଲି ସିଙ୍ଘମ୍ ବୋଲି ଡାକୁଛନ୍ତି। ପ୍ରଥମେ ପିଏମ୍ କେୟାର ଫଣ୍ଡକୁ ଏକ କୋଟିରୁ ଅଧିକ ଦାନ କରିବା ପରେ ଏବେ ୫୧ଲକ୍ଷ ଟଙ୍କା ଦେଇଥିବା ଅଜୟ ଦେବଗନ୍ ଏବେ ସୋସିଆଲ ମିଡିଆରେ ଛାଇ ଯାଇଛନ୍ତି।
ଅଜୟ ଦେବଗନଙ୍କୁ ପ୍ରଶଂସା କରିଥିବା ଲୋକଙ୍କ ମଧ୍ୟରେ କେବଳ ତାଙ୍କ ଫ୍ୟାନ୍ସ ନୁହେଁ ବରଂ ଫିଲ୍ମମେକର ଅଶୋକ ପଣ୍ଡିତ ମଧ୍ୟ ଅଛନ୍ତି। ସେ ଏଥିପାଇଁ ଅଜୟଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ଏକ ଭିଡିଓ ସେୟାର କରି ଲେଖିଛନ୍ତି ଯେ ପ୍ରିୟ ଅଜୟ ଦେବଗନ୍ ୫ଲକ୍ଷ ସିନେଓ୍ବାର୍କରସଭ୍କ ପାଇଁ ୫୧ଲକ୍ଷ ଟଙ୍କା ଦେବା ପାଇଁ ଧନ୍ୟବାଦ। ଆପଣ ପ୍ରତିଥର ପ୍ରମାଣିତ କରିଛନ୍ତି ଯେ ଆପଣ ଅସଲି ସିଙ୍ଘମ୍।
