Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ସ୍କ୍ବାର୍ଡ଼ନ ଲିଡର ବିଜୟ କାର୍ଣ୍ଣିକଙ୍କ ଭୂମିକାରେ ନଜର ଆସିବେ ଅଜୟ ଦେବଗନ୍

20/03/2019 at 12:28 PM

ମୁମ୍ବାଇ ୨୦/୩: ଅଭିନେତା ଅଜୟ ଦେବଗନ ସବୁ ପ୍ରକାର ରୋଲ୍  କରିବାକୁ  ଏକଦମ୍ ଫିଟ୍। ଯେତେବେଳେ ସେ ଅଲଗା କିଛି ଭୂମିକାରେ ନଜର ଆସିଥାଆନ୍ତି ଦର୍ଶକ ତାଙ୍କ ଆକ୍ଟିଙ୍ଗ୍ ଦେଖିବା ପାଇଁ ଉତ୍କଣ୍ଠାର ସହିତ ଅପେକ୍ଷା କରିଥାଆନ୍ତି। ଅଜୟ ଖୁବ୍ ଶୀଘ୍ର ଏକ ଦମଦାର ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି। ଏହି ସୂଚନା ଅଜୟ ନିଜେ ସୋଶିଆଲ ମିଡିଆରେ ଦେଇଛନ୍ତି।

ଅଜୟ ଦେବଗନ୍ ନିଜେ ଟ୍ବିଟ୍ କରି ଏହି ସୂଚନା ଦେଇଛନ୍ତି ସେ ଖୁବ୍ ଶୀଘ୍ର ‘ଭୁଜ ନ ପ୍ରାଇଡ ଅଫ ଇଣ୍ଡିଆ’ରେ ସ୍କ୍ବାର୍ଡ଼ନ ଲିଡର ବିଜୟ କାର୍ଣ୍ଣିକଙ୍କ ଭୂମିକାରେ ଅଭିନୟ କରିବେ। ଏହି ଫିଲ୍ମର କାହାଣୀ ୧୯୭୧ମସିହାରେ ହୋଇଥିବା ଭାରତ ପାକିସ୍ତାନ ଯୁଦ୍ଧ ଉପରେ ଆଧାରିତ। ଏହି ଯୁଦ୍ଧ ସମୟରେ ସ୍କ୍ବାର୍ଡ଼ନ ଲିଡର ବିଜୟ କାର୍ଣ୍ଣିକ ଭୁଜ ଏୟାରପୋର୍ଟରେ ନିଜ ଟିମ୍ ସହ ଉପସ୍ଥିତ ଥିଲେ ଏବଂ ପାକିସ୍ତାନ କରୁଥିବା ବିସ୍ଫୋରଣ ଯୋଗୁଁ ସେଠାକାର ଏୟାରଷ୍ଟ୍ରିପ୍ ଧ୍ବଂସ ହୋଇଯାଇଥିଲା। ସେହି ସମୟରେ ଏୟାରବେସରେ ତାଙ୍କ ସହ ୫୦ଜଣ ଏୟାରଫୋର୍ସ ଏବଂ  ୬୦ଜଣ ଡିଫେନ୍ସ ସିକ୍ୟୁରିଟି ଉପସ୍ଥିତ ଥିଲେ।

 ଏହାପରେ ବିଜୟ କାର୍ଣ୍ଣିକ ସେହି ଅଞ୍ଚଳର ୩୦୦ଜଣ ମହିଳାଙ୍କ ସହ ମିଶି ଏହାକୁ ପୁଣିଥରେ ପ୍ରସ୍ତୁତ କରିଥିଲେ ଯାହା ଦ୍ବାରା ଭାରତୀୟ ଯବାନଙ୍କୁ ନେଇ ଯାଉଥିବା ଫ୍ଲାଇଟ୍ ସେଠାରେ ସହଜରେ ଲ୍ୟାଣ୍ଡ କରିପାରିବ। ଏହି ଫିଲ୍ମକୁ ଭୂଷଣ କୁମାର ପ୍ରଡ୍ୟୁସ୍ କରୁଛନ୍ତି।

ଅଜୟ ଦେବଗନ୍ ‘ଭୁଜ ନ ପ୍ରାଇଡ ଅଫ ଇଣ୍ଡିଆ’ ବ୍ୟତୀତ ‘ତାନାଜୀ ଦ ଅନସଙ୍ଗ୍ ଓ୍ବରିୟର’ରେ ମଧ୍ୟ ନଜର ଆସିବେ। ଏହା ପରେ ସେ ନୀରଜ ପାଣ୍ଡେଙ୍କ ଫିଲ୍ମ ‘ଚାଣକ୍ୟ’ରେ ମଧ୍ୟ ଅଭିନୟ କରିବେ।    

   Related Posts