ଦମ୍‌ଦାର ଲୁକ୍ ସହ 'ସତ୍ତେ ପେ ସତ୍ତା'ରେ ନଜର ଆସିବେ ଏହି ଅଭିନେତା…

Published By : Prameya-News7 Bureau | December 30, 2019 IST

ମୁମ୍ବାଇ୩୦|୧୨: ଫରାହ ଖାନ୍‌ଙ୍କ ଆଗାମୀ ଫିଲ୍ମ ‘ସତ୍ତେ ପେ ସତ୍ତା’ର ରିମେକ୍‌ରେ ନଜର ଆସିବେ ଅଭିନେତା ଅଜୟ ଦେବଗନ୍‌। ନିକଟରେ ଏହି ଫିଲ୍ମ ପାଇଁ ହ୍ରିତିକ୍‌ ଓ ଦୀପିକାଙ୍କୁ ଲକ୍‌ କରାଯାଇଥିଲା। ଆସନ୍ତା ଜାନୁଆରୀ ମାସରେ ଏହି ଫିଲ୍ମର ଶୁଟିଂ ମଧ୍ୟ ଆରମ୍ଭ ହୋଇଥାନ୍ତା ହେଲେ ଏବେ ଫର୍‌ହା ଖାନ୍‌ଙ୍କ ଏହି ଅପ୍‌କମିଂ ପ୍ରୋଜେକ୍ଟ 'ସତ୍ତେ ପେ ସତ୍ତା' ପାଇଁ ଅଜୟ ଦେବଗନ୍‌ଙ୍କ ନାଁ ଚର୍ଚ୍ଚାକୁ ଆସିଛି। ଏହି ଫିଲ୍ମର ପ୍ରଯୋଜନା ରୋହିତ ସେଟ୍ଟୀ କରିବେ।

{"id":204547,"sizeSlug":"large"}

ସୂଚନାଯୋଗ୍ୟ ଯେ, ଫର୍‌ହା ଓ ରୋହିତ ପ୍ରଥମେ ହ୍ରିତିକ୍‌ ରୋଶନ୍, ସଲ୍‌ମାନ୍‌ ଖାନ୍, ରଣବୀର ସିଂହ, ଶାହରୁଖ ଖାନ ଓ ଅକ୍ଷୟ କୁମାରଙ୍କୁ ଏହି ଫିଲ୍ମ ପାଇଁ ଅଫର୍‌ ଦେଇଥିଲେ। ହେଲେ କିଛି ନା କିଛି କାରଣରୁ ସେମାନେ ରାଜି ହୋଇ ନଥିଲେ। ଏହା ପରେ ଫିଲ୍ମ ବିଷୟରେ ଅଜୟ ଦେବଗନଙ୍କ ସହିତ କଥାବାର୍ତ୍ତା ହୋଇଥିଲା। ଶେଷରେ ଫିଲ୍ମ ପାଇଁ ଅଜୟ ରାଜି ହୋଇଛନ୍ତି । ଫିଲ୍ମ ପାଇଁ ଅଜୟ ପର୍ଫେକ୍ଟ ବୋଲି ନିର୍ମାତା କହିଛନ୍ତି।

{"id":204548,"sizeSlug":"large"}

ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଜୟଙ୍କ ବିପକ୍ଷରେ କ୍ୟାଟ୍ରିନା କୈଫ ଅଭିନୟ କରିବେ ବୋଲି ଶୁଣିବାକୁ ମିଳିଛି। ଏହା ପୂର୍ବରୁ ଅଜୟ ଓ କ୍ୟାଟ୍ରିନାଙ୍କୁ ଫିଲ୍ମ 'ରାଜନୀତି'ରେ ଏକା ସହ କାମ କରିଥିଲେ। ହେଲେ ରାଜନୀତି ଫିଲ୍ମରେ ସେମାନେ ଯୋଡ଼ି ଭାବେ ଅଭିନୟ କରି ନଥିଲେ। ଯଦି କ୍ୟାଟ୍‌ ଏହି ଫିଲ୍ମ ସାଇନ୍‌ କରିବେ ତାହେଲେ ପୁଣି ପରଦାରେ ନୂଆ ଯୋଡି ଦେଖିବାକୁ ମିଳିବ।

{"id":204549,"sizeSlug":"large"}

୧୯୮୨ରେ ରିଲିଜ ହୋଇଥିବା ଅମିତାଭ ବଚ୍ଚନଙ୍କ ଫିଲ୍ମ 'ସତ୍ତେ ପେ ସତ୍ତା'ର ରିମେକ୍‌ ହେବ ଏହି ଫିଲ୍ମ। ଆଗରୁ ରୋହିତ-ଅଜୟଙ୍କ ଯୋଡ଼ି ବକ୍ସ ଅଫିସରେ ଧମାଲ୍‌ କରିଛି। ଉଭୟଙ୍କ ସିନେମା ଲିଷ୍ଟରେ 'ଗୋଲମାଲ୍', 'ଗୋଲମାଲ୍‌ ରିଟର୍ଣ୍ଣସ୍', 'ସିଂଘମ୍', 'ସିଂଘମ୍ ରିଟର୍ଣ୍ଣସ୍', 'ଗୋଲ୍‌ମାଲ୍ ୩' ଓ 'ଗୋଲ୍‌ମାଲ୍‌ ଏଗେନ୍‌' ବ୍ଲକବଷ୍ଟର ହୋଇଛି। ତେବେ ଏହି ଫିଲ୍ମ କେତେ ହିଟ୍‌ ହେବ ତାହା ସମୟ କହିବ। ଦର୍ଶକ ମଧ୍ୟ ଏହି ଫିଲ୍ମ ରିଲିଜ ହେବା ଅପେକ୍ଷାରେ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.