ଗଲଓ୍ବାନ ଉପତ୍ୟକାରେ ଭାରତ-ଚୀନ ବିବାଦ ଉପରେ ସିନେମା କରିବେ ଅଜୟ ଦେବଗନ

Published By : Prameya-News7 Bureau | July 04, 2020 IST

ମୁମ୍ବାଇ ୪/୭: ଦେଶର ରାଜନୀତି ଏବଂ ବଲିଉଡରେ ଗଭୀର ବଣ୍ଡିଂ ଦେଖିବାକୁ ମିଳିଥାଏ। ରାଜନୀତିରେ ଯଦି କୌଣସି ବଡ଼ ଧରଣର ଉତ୍ଥାନ-ପତନ ହୋଇଥାଏ ତେବେ ବଲିଉଡକୁ ସେଥିରେ ଫିଲ୍ମ ନିର୍ମାଣ କରିବାକୁ ବେଶୀ ସମୟ ଲାଗିନଥାଏ। ସେହିପରି ଦେଶରେ ଯଦି କୌଣସି ଧରଣର ବଡ଼ ଘଟଣା ଘଟିଥାଏ ତେବେ ତାହା ଉପରେ ଶୀଘ୍ର ଫିଲ୍ମ ନିର୍ମାଣ ହୋଇ ଯାଇଥାଏ। ଏବେ ଶୁଣିବାକୁ ମିଳୁଛି ଯେ ଅଭିନେତା ଅଜୟ ଦେବଗନ ଗଲଓ୍ବାନ ଘାଟିରେ ଶହୀଦ ହୋଇଥିବା ଶୌର୍ଯ୍ୟ ଉପରେ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି।

wp:core-embed/twitter {"url":"https://twitter.com/taran_adarsh/status/1279266136559771653","type":"rich","providerNameSlug":"twitter","className":""}
https://twitter.com/taran_adarsh/status/1279266136559771653
/wp:core-embed/twitter

ଫିଲ୍ମ କ୍ରିଟିକ୍ ତରଣ ଆଦର୍ଶ ସୋସିଆଲ୍ ମିଡିଆରେ ଏହି କଥା ଘୋଷଣା କରିଛନ୍ତି ଯେ ଅଜୟ ଦେବଗନ ଗଲଓ୍ବାନ ଘାଟିରେ ହୋଇଥିବା ଏହି ଘଟଣା ଉପରେ ଫିଲ୍ମ ନିର୍ମାଣ କରିବାକୁ ବିଚାର କରୁଛନ୍ତି। ସେ ଟ୍ବିଟ୍ କରିଛନ୍ତି-ଅଜୟ ଦେବଗନ ଗଲଓ୍ବାନ ଘାଟିରେ ହୋଇଥିବା ଗୁଳିମାଡ଼ ଉପରେ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି। ଫିଲ୍ମର ଟାଇଟଲ୍ ଏବେ ଯାଏଁ ଫାଇନାଲ୍ ହୋଇନାହିଁ। ଫିଲ୍ମରେ ସେହି ୨୦ସୈନିକଙ୍କ କାହାଣୀ ଦେଖାଯିବ ଯେଉଁମାନେ ଚୀନର ଆର୍ମିଙ୍କ ସହ ମୁକାବିଲା କରିଥିଲେ। ଫିଲ୍ମର କାଷ୍ଟ ମଧ୍ୟ ଏବେ ଯାଏଁ ଚିନ୍ତା କରାଯାଇନାହିଁ।

{"id":295759,"sizeSlug":"large"}

ଏବେ ଅଜୟ ଦେବଗନଙ୍କ ଗଲଓ୍ବାନ ଘାଟିରେ ଫିଲ୍ମ କରିବା କୌଣସି ନୂଆ କଥା ନୁହେଁ କାରଣ ସେ ଏପରି ଅନେକ ଫିଲ୍ମ ନିର୍ମାଣ କରିଛନ୍ତି ଯାହା ସତ୍ୟ ଘଟଣା ଉପରେ ଆଧାରିତ ଏବଂ ଯେଉଁଥିରେ ରାଷ୍ଟ୍ରଭକ୍ତିକୁ ଭିନ୍ନ କରି ଦେଖାଯାଇଥାଏ। ତାନାଜୀ ମଧ୍ୟ ଏପରି ଟ୍ରେଣ୍ଡ ସେଟ୍ କରିଥିଲା। ଏହା ପୂର୍ବରୁ ପାକିସ୍ତାନ ବିରୋଧରେ କରାଯାଇଥିବା ସର୍ଜିକାଲ୍ ଷ୍ଟ୍ରାଇକ୍ ଉପରେ ମଧ୍ୟ ଫିଲ୍ମ ନିର୍ମାଣ କରାଯାଇଥିଲା। ଫିଲ୍ମର ନାଁ ଥିଲା ଉରି-ଦ ସର୍ଜିକାଲ୍ ଷ୍ଟ୍ରାଇକ୍। ଏଥିରେ ଅଭିନେତା ବିକ୍କି କୌଶଲ୍ ନଜର ଆସିଥିଲେ। ଶୁଣିବାକୁ ମିଳିଛି ଯେ ବାଳାକୋଟ ଏୟାରଷ୍ଟ୍ରାଇକ୍ ଉପରେ ମଧ୍ୟ ଫିଲ୍ମ ନିର୍ମାଣ ହେବ।

{"id":295760,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.