Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଓଟିଟି ପ୍ଲାଟଫର୍ମରେ ଅଜୟ ଦେବଗନଙ୍କ ଦମଦାର୍ ଏଣ୍ଟ୍ରି: ବ୍ରିଟିଶ ଶୋ’ ‘ଲୁଥର୍’ର ରିମେକରେ ଆସିବେ ନଜର

18/04/2021 at 1:58 PM

ମୁମ୍ବାଇ ୧୮/୦୪ : ଅଜୟ ଦେବଗନ ନିକଟରେ ନିଜର ଅପକମିଙ୍ଗ ଫିଲ୍ମ ‘ଗୋବର୍’ ଘୋଷଣା କରିଛନ୍ତି | ଏହି ଫିଲ୍ମ ସହ ଅଜୟ ଦେବଗନ ନିଜ ପ୍ରଶଂସକଙ୍କୁ ଆଉ ଏକ ଖୁସି ଖବର ଦେଇଛନ୍ତି। ଅନ୍ୟ କଳାକାରଙ୍କ ଭଳି ଅଜୟ ଦେବଗନ ମଧ୍ୟ ଓଟିଟି ପ୍ଲାଟଫର୍ମରେ ଦମଦାର ଏଣ୍ଟ୍ରି କରିବାକୁ ଯାଉଛନ୍ତି। ସେ ବ୍ରିଟିଶ ଶୋ’ ‘ଲୁଥର୍ (Luther)’ ର ରିମେକରେ କାମ କରିବେ। ଅଜୟ ଦେବଗନଙ୍କ ଏହି ସିରିଜ ବିବିସି ଇଣ୍ଡିଆ ପ୍ରଡ୍ୟୁସ କରିବ। ଏଥିରେ ଅଜୟ ଦେବଗନଙ୍କ ସହ ଇଲିୟାନା ଡିକ୍ରୁଜ ନଜର ଆସିପାରନ୍ତି।

‘ଲୁଥର’ ଏକ ସାଇକୋଲୋଜିକାଲ୍ କ୍ରାଇମ୍ ଥ୍ରୀଲର୍ ବ୍ରିଟିଶ ଶୋ’। ଏଥିରେ ଇଦ୍ରିଶ ଏଲ୍ବା ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ। ଏହି ୱେବ୍ ସିରିଜକୁ ବିବିସି ଇଣ୍ଡିଆ ଓ ଏପ୍ଲାଜ ଏଣ୍ଟରଟେନମେଣ୍ଟ ପ୍ରଡ୍ୟୁସ କରିବେ। ବଲିଉଡ ହଙ୍ଗାମା ରିପୋର୍ଟ ଅନୁଯାୟୀ, ଆଗାମୀ ସପ୍ତାହରେ କୌଣସି ଶୋ’କୁ ନେଇ କିଛି ଘୋଷଣା ହୋଇପାରେ। ଶୋ’ ରିଲିଜ୍ ହେବାପରେ ଡିଜ୍ନି ହଟଷ୍ଟାରରେ ରିଲିଜ କରାଯିବ।

ଅଭିନେତ୍ରୀ ଇଲିୟାନାଙ୍କୁ ଏଥିପାଇଁ ଆପ୍ରୋଚ୍ କରାଯାଇଛି। ଅଭିନେତ୍ରୀ ରାଜି ହୋଇଛନ୍ତି ନା ନାହିଁ ଜଣାପଡିନାହିଁ। ମାର୍ଚ୍ଚରେ ଅଜୟ ଦେବଗନ ନିଜର ଏକ ପୋଷ୍ଟରେ ଏ ସମ୍ପର୍କରେ ଇସାରା ଦେଇଥିଲେ। ସେ ପଚାରିଥିଲେ, ପ୍ରଶଂସକ ଅଜୟ ଦେବଗନଙ୍କ ଜାଗାରେ ସୁଦର୍ଶନଙ୍କୁ ଦେଖିବାକୁ ପସନ୍ଦ କରିବେ ନା ନାହିଁ…

ସୂଚନା ଅନୁଯାୟୀ, ଅଜୟ ଦେବଗନ ବର୍ତ୍ତମାନ ଅଭିନୟ ସହ ନିଜ ନିର୍ଦ୍ଦେଶିତ ଫିଲ୍ମ ‘ମେଡେ’ର ମଧ୍ୟ ସୁଟିଂ କରୁଛନ୍ତି। କରୋନା ଯୋଗୁଁ ବର୍ତ୍ତମାନ ସୁଟିଂ ବନ୍ଦ ଅଛି। ଫିଲ୍ମର ସୁଟିଂ ଡିସେମ୍ବର ଆରମ୍ଭ ହୋଇଥିଲା। ଫିଲ୍ମର ଅନେକ ସିନ ସୁଟିଂ ହେଇଯାଇଛି। ଶେଷ ସିଡ୍ୟୁଲ ପାଇଁ ଟିମକୁ ଏପ୍ରିଲ ଶେଷ ଆଡକୁ ୩ ଦିନ ପାଇଁ ଦୋହା ଯିବାରଥିଲା। କିନ୍ତୁ କରୋନା ଯୋଗୁଁ ଦୋହା ସୁଟିଂ ସ୍ଥଗିତ କରାଯାଇଛି।

   Related Posts