ବିୟର ଗ୍ରିଲ୍ସଙ୍କ ସହ ଜଙ୍ଗଲ ଯାତ୍ରାରେ ଅଜୟ ଦେବଗନ: ଭିନ୍ନ ଅନ୍ଦାଜରେ ନଜର ଆସିଲେ ସିଂହମ

Published By : Prameya-News7 Bureau | October 12, 2021 IST

ମୁମ୍ବାଇ ୧୨/୧୦ : ଅଜୟ ଦେବଗନଙ୍କ ପ୍ରଶଂସକଙ୍କ ପାଇଁ ବହୁତ ଭଲ ଖବର। ରଜନୀକାନ୍ତ ଏବଂ ଅକ୍ଷୟ କୁମାରଙ୍କ ପରେ ଅଜୟ ଦେବଗନଙ୍କୁ ନିଜ ପ୍ରଶଂସକଙ୍କୁ 'ଇନ୍ଟୁ ଦି ୱାଇଲ୍ଡ ୱିଥ୍ ବିୟର ଗ୍ରିଲ୍ସ' ସରଭାଇବଲ ଟେକନିକ ଦେଖାଇବାରେ ନଜର ଆସିବେ। ଶୋ’ର ପ୍ରୋମୋ ଆଜି ରିଲିଜ ହୋଇଛି ଯେଉଁଥିରେ ପ୍ରଶଂସକ ଅଜୟ ଦେବଗାନଙ୍କ ସେ ରୂପ ଦେଖିବେ ଯାହା ପୂର୍ବରୁ ଦେଖିନାହାନ୍ତି। ଅଜୟ ଦେବଗନ୍ ଏବଂ ବିୟର ଗ୍ରିଲ୍ସ ପ୍ରମୋ ଆରମ୍ଭରେ ଦର୍ଶକଙ୍କୁ ଚେତାବନୀ ଦେଇଛନ୍ତି ଯେ ଏହି ଅଭିଜ୍ଞତା ପିଲାଙ୍କ ଖେଳ ନୁହେଁ।

{"id":526236,"sizeSlug":"full","linkDestination":"none"}

ବିୟର ଗ୍ରିଲ୍ସ ଅଜୟ ଦେବଗନଙ୍କୁ କହିଛନ୍ତି ଯେ ଏହା ତାଙ୍କର ଅଞ୍ଚଳ। ଅଜୟ ଦେବଗନ କହୁଛନ୍ତି, 'ୟେ କୋଇ ଖେଲ ନହିଁ ହେ ବ୍ରୋ'। ସାର୍କ ଦେଖିବା ପରେ ବିୟର ଗ୍ରିଲ୍ସ ଅଜୟ ଦେବଗନଙ୍କୁ ଶାନ୍ତ ରହିବାକୁ କହିଛନ୍ତି। ପ୍ରୋମୋ ଦେଖି ମନେହେଉଛି ବିୟର ଗ୍ରିଲ୍ସ ଏବଂ ଅଜୟ ଦେବଗାନ ସାର୍କ ଥିବା ସ୍ଥାନରେ ଅଛନ୍ତି।

ସେପ୍ଟେମ୍ବରରେ ମାଲଦ୍ୱୀପରେ ଏହି ଏପିସୋଡର ସୁଟିଂ କରାଯାଇଥିଲା। ସୁଟିଂ ପାଇଁ ଅଜୟ ଦେବଗନ୍ ନିଜ ଟିମ୍ ସହ ପୁଅ ୟୁଗଙ୍କୁ ମଧ୍ୟ ନେଇଥିଲେ। ଡିସକଭରି ପ୍ଲସ୍ ଏକ୍ସକ୍ଲୁସିଭ୍ ରେ, ବିୟର ଗ୍ରିଲ୍ସ ଅଜୟ ଦେବଗନଙ୍କ ସହ ତାଙ୍କ ପରିବାର, କ୍ୟାରିୟର, ଜୀବନ ଏବଂ ଶୋ’ରୁ ମିଳିଥିବା ଶିକ୍ଷା ବିଷୟରେ କଥା ହେଉଥିବା ନଜର ଆସିବେ।

wp:html
/wp:html

ଇଣ୍ଡିଆନ୍ ଏକ୍ସପ୍ରେସ୍ର ରିପୋର୍ଟ ଅନୁଯାୟୀ ଅଜୟ ଦେବଗନ୍ ଏହି ଶୋ’ରେ ନିଜ ଅନୁଭୂତି ବିଷୟରେ କହିଛନ୍ତି, 'ଜଙ୍ଗଲରେ ଏହା ମୋର ପ୍ରଥମ ଅନୁଭୂତି। ମୋ ବାପା ଜଣେ ଆକ୍ସନ୍ ଡାଇରେକ୍ଟର ଥିଲେ ଏବଂ ମୋର ୩୦ ବର୍ଷର କ୍ୟାରିଅରରେ ମୁଁ ମଧ୍ୟ ଅନେକ କାମ କରିସାରିଛି। ମୁଁ ଏହି ସୁଯୋଗ ପାଇଥିବାରୁ ବହୁତ ଖୁସି। ଏହା ମୋତେ କମ୍ଫଟ ଜୋନରୁ ବାହାରକୁ ଯିବାକୁ ଏକ ସୁଯୋଗ ଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.