Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ସାଉଥ ଅଭିନେତ୍ରୀ ପ୍ରିୟାମଣିଙ୍କ ସହ ଏହି ଫିଲ୍ମରେ ନଜର ଆସିବେ ବଲିଉଡ୍‌ ଅଭିନେତା ଅଜୟ ଦେବଗନ…

20/01/2020 at 11:32 AM

ମୁମ୍ବାଇ୨୦|୧: ନିକଟରେ ରିଲିଜ ହୋଇଥିବା ବଲିଉଡ ଫିଲ୍ମ ‘ତାହ୍ନାଜୀ’ ବକ୍ସ ଅଫିସରେ ହିଟ୍‌ ହୋଇଛି। ଫିଲ୍ମରେ ଅଭିନେତା ଅଜୟ ଦେବଗନଙ୍କ ଭୂମିକାକୁ ଦର୍ଶକ ବହୁତ ପସନ୍ଦ କରିଛନ୍ତି। ଐତିହାସିକ ଫିଲ୍ମ ‘ତାହ୍ନାଜୀ’ କୋଟି କୋଟି ଟଙ୍କାର ଆୟ କରିସାରିଲାଣି । ଅଜୟ ଦେବଗନଙ୍କ ବ୍ୟତୀତ ଫିଲ୍ମରେ ସୈଫ ଅଲ୍ଲୀ ଖାନ, ଓ କାଜଲଙ୍କ ଅଭିନୟକୁ ମଧ୍ୟ ଦର୍ଶକ ଖୁବ ପସନ୍ଦ କରିଛନ୍ତି । ମରାଠା ଓ ମୋଗଲ ଶାସକଙ୍କ ଯୁଦ୍ଧକୁ ନେଇ ଫିଲ୍ମ ଆଧାରିତ ହୋଇଛି । ଓମ ରାଉତ ଏହି ଫିଲ୍ମରେ ନିର୍ଦ୍ଦେଶନା ଦେଇଛନ୍ତି ।

ଏବେ ଆଉ ଏକ ବାୟୋପିକ୍‌ ଫିଲ୍ମରେ ଅଭିନୟ କରିବେ ଅଜୟ। ଭାରତର ପୂର୍ବତନ ଫୁଟବଲ କୋଚ୍‌ ସୟଦ ଅବଦୁଲ ରହିମଙ୍କ ଉପରେ ଫିଲ୍ମଟି ତିଆରିହେବ ।ଅଜୟ ଦେବଗନ ଏହି ଫିଲ୍ମରେ ସୟଦ ଅବଦୁଲ ରହିମଙ୍କ ଭୂମିକାରେ ନଜର ଆସିବେ । ଏହି ଫିଲ୍ମର ନାଁ ହେଉଛି ‘ମୈଦାନ’। ଏହି ଫିଲ୍ମରେ ଅଜୟଙ୍କ ବିପକ୍ଷରେ ସାଉଥ୍‌ ଅଭିନେତ୍ରୀ ପ୍ରିୟାମଣି ମୁଖ୍ୟ ଭୂମିକାରେ ଅଭିନୟ କରିବେ। ।ପ୍ରିୟାମଣିଙ୍କ ପୂର୍ବରୁ ଏହି ଫିଲ୍ମ ପାଇଁ ଅଭିନେତ୍ରୀ କୀର୍ତ୍ତି ସୁରେଶଙ୍କୁ ବଛା ଯାଇଥିଲା। ହେଲେ କିଛି କାରଣ ଯୋଗୁଁ କୀର୍ତ୍ତି ସୁରେଶଙ୍କୁ ରିପ୍ଲେସ୍‌ କଲେ ଅଭିନେତ୍ରୀ ପ୍ରିୟାମଣି।

ଏହା ପୂର୍ବରୁ ଫିଲ୍ମ ‘ରାବଣ’ରେ ଅଭିନୟ କରିଥିଲେ ପ୍ରିୟା। ଫିଲ୍ମ ‘ରାବଣ’ ଦ୍ବାରା ବଲିଉଡରେ ଡେବ୍ୟୁ କରିଥିଲେ ଅଭିନେତ୍ରୀ ପ୍ରିୟାମଣି । ଫିଲ୍ମ ମୈଦାନର ପ୍ରଯୋଜକ ହେଉଛନ୍ତି ବୋନି କପୁର ଓ ଆକାଶ ଚାୱଲା । ଅମିତ ରବିନ୍ଦ୍ରନାଥ ଶର୍ମା ଫିଲ୍ମର ନିର୍ଦ୍ଦେଶନା ଦେବେ । ନଭେମ୍ବର ମାସ ୨୭ ତାରିଖରେ ଏହି ଫିଲ୍ମଟି ରିଲିଜ ହେବ ବୋଲି କୁହାଯାଉଛି।  

   Related Posts