ଅଜୟ ଦେବଗନ୍ ନିଜର ପର୍ସନାଲ୍ ବଡିଗାର୍ଡ଼ଙ୍କୁ ନେଇ ସେୟାର କଲେ ଭିଡିଓ : ପ୍ରଶଂସା କରିବାକୁ ଆଗେଇ ଆସିଲେ ପ୍ରଧାନମନ୍ତ୍ରୀ ମୋଦି

Published By : Prameya-News7 Bureau | April 23, 2020 IST

ମୁମ୍ବାଇ ୨୩/୪: ଦେଶରେ ଲକଡାଉନ୍ ଯୋଗୁଁ ସବୁକିଛି ବନ୍ଦ। ଫିଲ୍ମ କଳାକାରମାନେ ମଧ୍ୟ ନିଜ ନିଜ ଘରେ ବନ୍ଦ ଅଛନ୍ତି। ଏପରି ପରିସ୍ଥିତିରେ ଅଭିନେତା ଅଜୟ ଦେବଗନଙ୍କୁ ନିଜ ବଡିଗାର୍ଡ଼ ମିଳିଯାଇଛି। ତାଙ୍କ ବଡିଗାର୍ଡ଼ଙ୍କ ନାଁ ସେତୁ। ଅଜୟ ଦେବଗନ୍ ତାଙ୍କ ବଡିଗାର୍ଡ଼କୁ ନେଇ ଏକ ଭିଡିଓ ସେୟାର କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଅଜୟ ଦେବଗନଙ୍କ ଭିଡିଓର ପ୍ରଶଂସା କରିଛନ୍ତି। ପ୍ରକୃତରେ ଅଜୟ ଦେବଗନଙ୍କ ପର୍ସନାଲ ବଡିଗାର୍ଡ଼ ଆଉ କେହି ନୁହେଁ ବରଂ ଆରୋଗ୍ୟ ସେତୁ ଆପ୍ ଯାହାକୁ ମୋଦି ସରକାର ପୂରା ୧୩୦କୋଟି ଜନତାଙ୍କ ସୁରକ୍ଷା ଦୃଷ୍ଟିକୁ ଆଖି ଆଗରେ ରଖି କରିଛନ୍ତି। ସରକାରଙ୍କ ଏହି ଆପ୍ ଲୋକଙ୍କୁ କରୋନା ଭାଇରସର ସଂକ୍ରମଣ ଏବଂ ବିପଦକୁ ଆକଳନ କରିବାରେ ସାହାଯ୍ୟ କରିଥାଏ।

wp:core-embed/twitter {"url":"https://twitter.com/ajaydevgn/status/1252931374094454784","type":"rich","providerNameSlug":"twitter","className":""}
https://twitter.com/ajaydevgn/status/1252931374094454784
/wp:core-embed/twitter

ଅଜୟ ଏହି ଆପ୍ ବିଷୟରେ ଲୋକଙ୍କୁ ଉଦ୍ୟମ କରିଛନ୍ତି ଯେ ଏହି ଆପ୍ ଆମକୁ ଗୁରୁତ୍ବପୂର୍ଣ୍ଣ ସୂଚନା ପ୍ରଦାନ କରିବ ଏବଂ ଆମ ପରିବାରର ସୁରକ୍ଷା ପାଇଁ ସହାୟକ ହେବ। ଅଜୟ ଏହି ଭିଡିଓକୁ ସେୟାର କରି ଲେଖିଛନ୍ତି ଯେ କରୋନା ସହ ଲଢ଼ିବା ପାଇଁ ଆମ ଭାରତୀୟଙ୍କ ନିଜର ପର୍ସନାଲ ବଡିଗାର୍ଡ଼ ବନାଇବା ପାଇଁ ଧନ୍ୟବାଦ ମୋଦିଜୀ। ସେତୁ ତାଙ୍କ ବଡିଗାର୍ଡ଼ ଏବଂ ଆପଣଙ୍କର ବି। ଏବେ ଡାଉନଲୋଡ କରନ୍ତୁ ସେତୁ ଆରୋଗ୍ୟ ଆପ୍। ଅଜୟ ଦେବଗନ୍ ଏହି ଭିଡିଓକୁ ସେୟାର କରି ଅମିତାଭ ବଚ୍ଚନ,ସଲମାନ୍ ଖାନ୍,କାଜୋଲ୍,ଅକ୍ଷୟ କୁମାର ଏବଂ ରଣବୀର ସିଂହଙ୍କୁ ଟ୍ୟାଗ୍ କରିଛନ୍ତି।

{"id":258855,"sizeSlug":"large"}

ଅଜୟ ଦେବଗନଙ୍କ ଏହି ଭିଡିଓରେ କମେଣ୍ଟ କରିବାରେ ପ୍ରଧାନମନ୍ତ୍ରୀ ମୋଦି ପଛକୁ ହଟି ନାହାନ୍ତି। ସେ ଲେଖିଛନ୍ତି- ବହୁତ ବଢ଼ିଆ ଅଜୟ ଦେବଗନ୍। ଆରୋଗ୍ୟ ସେତୁ ଆମକୁ ସୁରକ୍ଷିତ ରଖିଥାଏ ଏବଂ ଏହା ଆମ ପରିବାର ଏବଂ ପୂରା ଦେଶକୁ ମଧ୍ୟ କରୋନାଠୁ ବଞ୍ଚାଇଥାଏ।

{"id":258859,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.