Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟର ୧୬ଟି ଜିଲ୍ଲାରେ ହେବ ଆରଟି ପିସିଆର ଲ୍ୟାବ୍, ୨୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
  • ||
  • ପାଟଣା : ବଳଦ ନେଇ ଘରକୁ ଫେରୁଥିଲେ, ବଜ୍ରାଘାତରେ ଚାଲିଗଲା ରାଇଦାସଙ୍କ ଜୀବନ
  • ||
  • ମହିଳା ସାମ୍ବାଦିକ ସବନମ୍‌ ଶିରିନ୍‌ଙ୍କ ଦେହାନ୍ତ , କୋଭିଡ୍‌ରେ ଆକ୍ରାନ୍ତ ହୋଇ ଏମସ୍‌ରେ ହେଉଥିଲେ ଚିକିତ୍ସିତ
  • ||
  • ଭଦ୍ରକ : ବାପଘର ଲୋକ ଆଣିଲେ ବଧୂ ହତ୍ୟା ଅଭିଯୋଗ, ଶ୍ବଶୁରଘର କହୁଛନ୍ତି ପଡିଗଲେ ବାଥରୁମ୍‌ରେ
  • ||
  • ୧୦ ହଜାର ତଳକୁ ଖସିଲା କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୯୭୯୩ ପଜିଟିଭ୍
  • ||
  • ୧୦ ବର୍ଷର ଶିଶୁର ଜୀବନ ନେଲା କରୋନା…
  • ||
  • ଟ୍ରକ୍‌କୁ ଧକ୍କା ଦେଲା ବରଯାତ୍ରୀ ଗାଡି : ୫ ମୃତ, ୩ ଗୁରୁତର
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୧୮ଜଣଙ୍କ ଜୀବନ, ୨୨୧୫ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ଅଜୟ ଦେଭଗନଙ୍କ ସହ ବଲିଉଡ ଇଣ୍ଡଷ୍ଟ୍ରି ବାୟୁସେନାକୁ କଲେ ସଲାମ

26/02/2019 at 1:52 PM

ଦିଲ୍ଲୀ ୨୬/୨ : ଭାରତ ପୁଲୱାମା ହମଲାର କଡା ଜବାବ ଦେଇଛି | ଆଜି ଭୋର ୩.୩୦ରେ ଭାରତୀୟ ବାୟୁସେନା PoK ରେ ପଶି ଏୟାର ଷ୍ଟ୍ରାଇକ କରିଛି | ବାୟୁସେନାର ମୀରାଜ ବିମାନ ମୁଜାଫରପୁର ଵାଲାକୋଟରେ ଥିବା ଆତଙ୍କୀ ଲଞ୍ଚ ପ୍ୟାଡ଼ ଧ୍ବଂସ କରିଛି | କେନ୍ଦ୍ର ସରକାରଙ୍କ ତରଫରୁ ନିଆଯାଇଥିବା ଏହି ପଦକ୍ଷେପ ପାଇଁ ଦେଶବାସୀ ଭୁରି ଭୁରି ପ୍ରଶଂସା କରିଛନ୍ତି | ଏହି ଆକ୍ରମଣକୁ ମନିଟର କରିଥିଲେ ଅଜିତ ଡୋଭଲ | ବାୟୁସେନାର ଏହି ଦ୍ୱିତୀୟ ସର୍ଜିକାଲ ଷ୍ଟ୍ରାଇକ ପାଇଁ ବଲିଉଡ ମଧ୍ୟ ସଲାମି ଜଣାଇଛି | ଅନୁପମ ଖେର, ଅଜୟ ଡେଭଗନ, ଅଶୋକ ପଣ୍ଡିତ, ପରେଶ ରାୱଲ, ମୁଗ୍ଧା ଗଡ୍ସେ, ଅଭିଷେକ ବଚ୍ଚନ ପ୍ରମୁଖ ବାୟୁସେନାକୁ ସଲାମି ଦେବାସହ ଶୁଭେଚ୍ଛା ଜଣାଇଛନ୍ତି |


ଅଜୟ ଡେଭଗନ ଟ୍ୱିଟ କରି କହିଛନ୍ତି ”Mess with the best, die like the rest.”
ଏହି ଡାଇଲଗକୁ ସେନା ସମ୍ପର୍କରେ ବ୍ୟବହାର କରାଯାଇଥାଏ | ଏହାର ଅର୍ଥ ହେଲା, ଯଦି ଜଣେ ସବୁଠାରୁ ଶକ୍ତିଶାଳୀ ମଣିଷ ସହ ଧକ୍କା ହେବ ତାହେଲେ ସେ ଚୁନା ଚୁନା ହୋଇଯିବ |

Mess with the best, die like the rest. Salute #IndianAirForce.@narendramodi.— Ajay Devgn (@ajaydevgn) February 26, 2019


ପରେସ ରାୱଲ ଟ୍ୱିଟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି | ଭାରତୀୟ ବହାଦୁର ସେନାକୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି | ଟିଭି ଏବଂ ଫିଲ୍ମ ଇଣ୍ଡଷ୍ଟ୍ରି ଭାରତୀୟ ବାୟୁସେନାର ବାହାଦୁରି ପାଇଁ ସଲାମ କରୁଛି ବୋଲି କହିଥିଲେ ପରେସ ରାୱଲ |

A TRULY BEAUTIFUL GOOD MORNING. THANKS @narendramodi SIR AND BRAVEHEARTS OF OUR ARMY . JAI HO . 🇮🇳🇮🇳🇮🇳— Paresh Rawal (@SirPareshRawal) February 26, 2019

ବଲିଉଡ ଫିଲ୍ମ ନିର୍ଦେଶକ ମଧୁର ଭଣ୍ଡାରକର ମଧ୍ୟ ବାୟୁସେନାର ଆକ୍ରମଣକୁ ନେଇ ଶୁଭେଚ୍ଛା ଜଣାଇଛନ୍ତି | ଶତ୍ରୁର ଛାତିରେ ଆକ୍ରମଣ କରିଥିବା ବାୟୁସେନାର ସାହସୀ ପାଇଲଟଙ୍କୁ ସଲାମ କରିଛନ୍ତି ଭଣ୍ଡାରକର | ଦେଶର ଏହିଭଳି ସ୍ଥିତିରେ ଦେଶବାସୀ ଏକ ଅଛନ୍ତି ବୋଲି କହିଛନ୍ତି ଭଣ୍ଡାରକର |

Salute to the daredevil IAF pilots who braved to strike in the heart of our enemy. It’s time for all Indians to stand united as one.🇮🇳🙏 #IndiaStrikesBack #JaiHind— Madhur Bhandarkar (@imbhandarkar) February 26, 2019

   Related Posts