Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ବଲିଉଡ ‘ସିଂହମ’ଙ୍କ ସଉକ୍ ବହୁତ ମହଙ୍ଗା: ଲଣ୍ଡନରେ ଅଛି ୫୪ କୋଟିର ଘର, ପ୍ରାଇଭେଟ୍ ଜେଟ୍ ଓ ଅନେକ ଲଗ୍ଜରୀ କାର୍‌ର ମାଲିକ

12/01/2021 at 4:06 PM

ମୁମ୍ବାଇ ୧୨/୦୧ : ବଲିଉଡରେ ଗତ ତିନି ଦଶକ ହେଲା ଅଭିନେତା ଭାବେ କାମ କରୁଛନ୍ତି ଅଜୟ ଦେବଗନ। ସେ ବଲିଉଡରେ ଅନେକ ବ୍ଲକବଷ୍ଟର ଫିଲ୍ମ କରିଛନ୍ତି। ଜଣେ ଭଲ ଅଭିନେତା ଓ ପ୍ରଯୋଜକ ଭାବେ ଇଣ୍ଡଷ୍ଟ୍ରିରେ ନିଜକୁ ପ୍ରତିଷ୍ଠା କରିବାରେ ସଫଳ ହୋଇଛନ୍ତି। ଅଜୟ ଦେବଗନ ବଲିଉଡରେ ରୋଜଗାର ମାମଲାରେ ମଧ୍ୟରେ ବହୁତ ଆଗରେ। ଫୋର୍ବ୍ସ ଇଣ୍ଡିଆର ୨୦୧୯ର ୧୦୦ ସେଲିବ୍ରିଟି ତାଲିକାରେ ତାଙ୍କୁ ଦ୍ୱାଦଶ ସ୍ଥାନ ମିଳିଛି। ବାର୍ଷିକ ୯୪ କୋଟି ଟଙ୍କାର ଆୟ ସହ ତାଙ୍କୁ ଏହି ସ୍ଥାନ ମିଳିଥିଲା। 

ଅଜୟ ଦେବଗନଙ୍କ ଲାଇଫଷ୍ଟାଇଲ ବହୁତ ସୌଖିନ। ଶାନ୍ତ ଓ ସିରିୟସ ଦେଖାଯାଉଥିବା ଅଜୟ ଦେବଗନଙ୍କ ସଉକ୍ ବହୁତ ମହଙ୍ଗା। ତାଙ୍କ ପାଖରେ ଅନେକ ବହୁମୂଲ୍ୟ ଓ ସୌଖିନ ଜିନିଷ ଅଛି। ଅଜୟ ଦେବଗନଙ୍କୁ ଲଗ୍ଜରୀ କାରର ବହୁତ ସଉକ। ତାଙ୍କ ପାଖରେ ଅନେକ ଲଗ୍ଜରୀ କାର ଅଛି।

ତାଙ୍କ କଲେକ୍ସନରେ ୨.୮ କୋଟିର ମସୋରାତୀ କ୍ୱାଟ୍ରୋପୋର୍ଟ ସାମିଲ ଅଛି। ଏହି କାର କିଣିବାରେ ସେ ପ୍ରଥମ ଭାରତୀୟ। ତାଙ୍କ କାର କଲେକ୍ସନରେ କେବଳ ମସୋରାତୀ ହିଁ ନୁହେଁ ବରଂ ରେଞ୍ଜ ରୋଭର୍ସ, ମର୍ସିଡିଜ ଓ ବିଏମଡବ୍ଲୁ ଭଳି କାର ମଧ୍ୟ ସାମିଲ।

ଅଜୟ ଦେବଗନଙ୍କ ପାଖରେ ରେଞ୍ଜ ରୋଭର କମ୍ପାନୀର ସବୁଠାରୁ ମହଙ୍ଗା କାର ଅଛି | ଅଜୟ ଦେବଗନ ରେଞ୍ଜ ରୋଭର ଭୋଗ୍ କାରର ମାଲିକ। ଏହାର ମୂଲ୍ୟ ୨.୮ କୋଟି ଟଙ୍କା। ଅଜୟ ଦେବଗନ ଏକ ସୁନ୍ଦର ଫାର୍ମ ହାଉସ ମାଲିକ। ଏହି ଫାର୍ମ ହାଉସ୍ ମୁମ୍ବାଇ ନିକଟରେ କର୍ଯତ ସହରରେ ଅଛି। ୨୮ ଏକର ବିଶିଷ୍ଟ ଏହି ଫାର୍ମ ହାଉସର ମୂଲ୍ୟ ପାଖାପାଖି ୨୫ କୋଟି ଟଙ୍କା। ଏହି ଫାର୍ମ ହାଉସ୍ ଫଳ ଓ ପନିପରିବା ଚାଷ ହୁଏ।

ଲଣ୍ଡନରେ ଅଜୟ ଦେବଗନଙ୍କ ଏକ ଆକର୍ଷଣୀୟ ଘର ଅଛି। ରିପୋର୍ଟ ଅନୁସାରେ ଅଜୟ ଦେବଗନଙ୍କ ଲଣ୍ଡନ ସ୍ଥିତ ଘରର ମୂଲ୍ୟ ପାଖାପାଖି ୫୪ କୋଟି ଟଙ୍କା।

ମହଙ୍ଗା ସଉକ ରଖୁଥିବା ଅଜୟ ଦେବଗନଙ୍କର ନିଜର ପ୍ରାଇଭେଟ୍ ଜେଟ୍ ମଧ୍ୟ ଅଛି। ବଲିଉଡ୍ ସିଂହମଙ୍କ ପାଖରେ ହକର ୮ ନାମକ ପ୍ରାଇଭେଟ୍ ଜେଟ୍ ଅଛି। ଏହି ଜେଟର ମୂଲ୍ୟ ୮୪ କୋଟି ଟଙ୍କା। ଅଜୟ ଦେବଗନଙ୍କ ମହଙ୍ଗା କଲେକ୍ସନ ମଧ୍ୟରୁ ଏହି ଜେଟ ସବୁଠାରୁ ମହଙ୍ଗା।

ଅଜୟ ଦେବଗନଙ୍କ ପାଖରେ ନିଜର ଭ୍ୟାନିଟି ଭ୍ୟାନ୍ ମଧ୍ୟ ଅଛି। ଏହି ଭ୍ୟାନିଟି ଭ୍ୟାନ୍ ବହୁତ ମହଙ୍ଗା। ଏଥିରେ ନାନା ସୁବିଧା ରହିଛି। ତେବେ ତାଙ୍କର ଏହି ଭ୍ୟାନିଟି ଭ୍ୟାନ୍ କୁ ନେଇ ସସ୍ପେନ୍ସ ଏବେ ବି ରହିଛି। ଏହି ଭ୍ୟାନିଟି ଭ୍ୟାନ୍ ର ଦାମ୍ କେତେ ତାହା ଜଣାପଡିନାହିଁ।

   Related Posts