Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ସିରିଆ ଡ୍ରୋନ୍ ଆଟାକ୍‌: ଅଲକାଏଦାର ବରିଷ୍ଠ ନେତା ଅବଦୁଲ ହମିଦ ଅଲ-ମାତାର ମୃତ
  • ||
  • ନିଶ୍ଚିନ୍ତକୋଇଲିରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ଫସଲ
  • ||
  • ମନୀଷ ଅନୁରାଗ ହତ୍ୟା ମାମଲା : ସାଉଥ୍‌ ସିଟି ବାର୍‌ ମାଲିକ ଓ ପରିଚାଳନା କରୁଥିବା ପ୍ରସନ୍ନ ବେହେରା ଗିରଫ
  • ||
  • ଅନ୍ୟ ରାଜ୍ୟର ଜେଲକୁ ସ୍ଥାନାନ୍ତର ହେଉଛନ୍ତି ଆତଙ୍କବାଦୀ : ଜମ୍ମୁ-କାଶ୍ମୀରରୁ ୨୬ ଆତଙ୍କୀଙ୍କୁ ପଠାଗଲା ଆଗ୍ରା
  • ||
  • କମୁଛି ପାରଦ, ଆଗକୁ ବଢିବ ଶୀତ
  • ||
  • ଟି୨୦ ବିଶ୍ୱକପ : ଅସଲ ଲଢେଇ ଆରମ୍ଭ, ସୁପର ୧୨ର ପ୍ରଥମ ମୁକାବିଲାରେ ଅଷ୍ଟ୍ରେଲିଆ ବନାମ ଦକ୍ଷିଣ ଆଫ୍ରିକା
  • ||

ଆମ ଦୁନିଆକୁ ପରୀ ଆସିଲେ… ଅଜୟ ଦେବଗନଙ୍କ ହିରୋଇନ୍ ମାଆ ହେବାର ଏକ ବର୍ଷ ପରେ ଖୋଲିଲେ ରାଜ୍

12/10/2021 at 11:39 AM

ନୂଆଦିଲ୍ଲୀ ୧୨/୧୦: ଅଜୟ ଦେବଗନଙ୍କ ଫିଲ୍ମ ଦୃଶ୍ୟମରେ ନଜର ଆସିଥିବା ଅଭିନେତ୍ରୀ ଶ୍ରୀୟା ସରନ ଏକ କନ୍ୟା ସନ୍ତାନର ମା’ ହୋଇଛନ୍ତି। ଆଶ୍ଚର୍ଯ୍ୟର କଥା, ସେ ୨୦୨୦ ରେ ଅର୍ଥାତ୍ ଗତ ବର୍ଷ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ, କିନ୍ତୁ ଏକ ବର୍ଷ ପରେ ପ୍ରଶଂସକଙ୍କୁ ଖୁସି ଖବର ଜଣାଇଛନ୍ତି। ଶ୍ରୀୟା ସରନ ଏକ ସୁନ୍ଦର ଭିଡିଓ ସେୟାର କରି କହିଛନ୍ତି, ‘ଆମକୁ ଆମ ଜୀବନରେ ଏକ ପରୀ ମିଳିବାର ସୌଭାଗ୍ୟ ମିଳିଛି।’

ଅଭିନେତ୍ରୀ ସେୟାର କରିଥିବା ଭିଡିଓରେ ସେ ତାଙ୍କ ସ୍ୱାମୀ ଆଣ୍ଡ୍ରେଇ କୋଶେଭ ଓ ଝିଅ ସହ ଖେଳୁଥିବା ନଜର ଆସିଛନ୍ତି। ଭିଡିଓରେ ଏହା ଦେଖିବାକୁ ମିଳିଛି ଯେ ଆଣ୍ଡ୍ରେଇ କପ୍‌ରେ କିଛି ପିଉଛନ୍ତି ଏବଂ ଶ୍ରୀୟା ତାଙ୍କ ଝିଅକୁ କୋଳରେ ଖାଇବାକୁ ଦେଉଛନ୍ତି। ତା’ପରେ ଆଣ୍ଡ୍ରେଇ ଉଠିପଡି ଝିଅକୁ ସେହି କପରୁ ପିଇବାକୁ ଚେଷ୍ଟା କରଛନ୍ତି ଏବଂ ଦୁହେଁ ନିଜ ଝିଅକୁ ବହୁତ ପ୍ରେମ କରୁଛନ୍ତି।

PunjabKesari

ଭିଡିଓର ଶେଷରେ ୨୦୨୦ର ସମୟ ଦର୍ଶାଯାଇଛି। ଯେଉଁଥିରେ ଆଣ୍ଡ୍ରେଇ ତାଙ୍କ ପତ୍ନୀ ଶ୍ରୀୟା ସରଣଙ୍କ ବେବି ବମ୍ପରେ କାନ ଦେଇ ଶୁଣୁଥିବାର ନଜର ଆସିଛନ୍ତି। ଶ୍ରୀୟା ୨୦୧୮ ରେ ରାଜସ୍ଥାନରେ ଆଣ୍ଡ୍ରେଇଙ୍କୁ ବିବାହ କରିଥିଲେ। ସେମାନେ ପ୍ରଥମ ଥର ମାଲଦ୍ୱୀପରେ ଭେଟିଥିଲେ। ସେ ତାଙ୍କ ସ୍ୱାମୀଙ୍କ ସହ ସ୍ପେନର ବାର୍ସିଲୋନାରେ ରହି ୨୦୨୦ ମସିହାରେ ଭାରତ ଫେରିଥିଲେ।

   Related Posts