Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଅଜୟଙ୍କ ‘ତାନାଜୀ’ ଜିତିଲା ବକ୍ସ ଅଫିସ୍‌ ବାଜି…ପଛରେ ପଡିଲା ଛପାକ୍

15/01/2020 at 3:07 PM

ମୁମ୍ବାଇ୧୫|୧: ୨୦୨୦ ମସିହା ଜାନୁଆରୀ ମାସ ୧୦ ତାରିଖରେ ରିଲିଜ ହୋଇଥିବା ଫିଲ୍ମ ‘ତନାଜୀ –ଦ ଅନସଙ୍ଗ୍‌ ଓ୍ୱାରିୟର ‘ ବକ୍ସ ଅଫିସ୍‌ରେ ହିଟ୍‌ ହୋଇସାରିଛି। ବଡ଼ ପରଦାରେ ଧମାଲ କରୁଥିବା ଅଭିନେତା ଅଜୟ ଦେବଗନଙ୍କ ଅଭିନୀତ ଫିଲ୍ମକୁ ଦର୍ଶକ ଖୁବ ପସନ୍ଦ କରିଛନ୍ତି। ଗତ ଶୁକ୍ରବାର ଫିଲ୍ମ ତାନାଜୀ ଦ ଅନସଙ୍ଗ୍‌ ଓ୍ୱାରିୟର ଓ ଦୀପିକାଙ୍କ ଅଭିନୀତ ଫିଲ୍ମ ଛପାକ୍‌ ରିଲିଜ ହୋଇଥିଲା। ରିଲିଜ ପୂର୍ବରୁ ହିଁ ଉଭୟେ ଦୀପିକା ଓ ଅଜୟ ସିନେମାକୁ ନେଇ ବେଶ ଚର୍ଚ୍ଚାରେ ଥିଲେ ।

ଫିଲ୍ମର କଲେକ୍ସନ ଅନୁସାରେ ଅଜୟଙ୍କ ତାନାଜୀକୁ ଦର୍ଶକ ଅଧିକ ପସନ୍ଦ କରିଛନ୍ତି। ଏହି ଫିଲ୍ମ ଛପାକ୍‌ଠୁ ଅଧିକ ଆୟ କରିବାରେ ସଫଳ ହୋଇଛି। ଫିଲ୍ମ ଛପାକ୍‌ ରିଲିଜ ହେବାର କିଛି ଦିନ ପୂର୍ବରୁ ବିବାଦରେ ଥିଲା। ଜେଏନୟୁ ବିଶ୍ୱବିଦ୍ୟାଳୟର ହିଂସାକାଣ୍ଡରେ ଦୀପିକା ଯୋଗ ଦେବା ପରେ ବିଭିନ୍ନ ରାଜନୈତିକ ଦଳ ମଧ୍ୟ ଏହି ଫିଲ୍ମକୁ ନେଇ ବିରୋଧ କରିଥିଲେ। ଅଜୟ ଓ କାଜଲ ଅଭିନୀତ ଫିଲ୍ମ ‘ତନାଜୀ’ କିଛିଟା ବାଜି ମାରି ନେଇଛି । ସୂଚନାଯୋଗ୍ୟ ଯେ, ତନାଜୀ ହେଉଛି ଅଜୟଙ୍କ କ୍ୟାରିଅରର ୧୦୦ ତମ ସିନେମା । ଏହି ବିଷୟରେ କାଜୋଲ ନିଜେ ଅନେକ ରିଆଲିଟି ଶୋ’ରେ କହିଥିଲେ।

ଫିଲ୍ମ ‘ତନାଜୀ –ଦ ଅନସଙ୍ଗ୍‌ ଓ୍ୱାରିୟର’ରେ ଅଜୟ, କାଜଲ ଓ ସୈଫ ଅଲ୍ଲୀ ଖାନ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଅପରପକ୍ଷରେ ଫିଲ୍ମ ‘ଛପାକ୍‌’ରେ ଦୀପିକାଙ୍କ ବିପକ୍ଷରେ ବିକ୍ରାନ୍ତ ମେସି ଅଭିନୟ କରିଛନ୍ତି । ବିବାଦରେ ଥିବା ଫିଲ୍ମ ଛପାକ୍‌ ନେଇ ଚର୍ଚ୍ଚା ବେଶ ଜୋର ଧରିଥିଲା ।

 

   Related Posts