ଆରପାରିରେ ଅଜୟ ଦେଵଗନଙ୍କ ବାପା ବୀରୁ ଦେଵଗନ
27/05/2019 at 4:10 PM

ମୁମ୍ବାଇ ୨୭/୫ : ବଲିଉଡ ଫିଲ୍ମ ନିର୍ଦେଶକ ତଥା ଅଜୟ ଦେଵଗନଙ୍କ ବାପା ବୀରୁ ଦେଵଗନଙ୍କ ମୃତ୍ୟୁ ହୋଇଯାଇଛି । ସେ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ନିର୍ଦେଶକ ଥିଲେ । ମୃତ୍ୟୁ ଖବର ଶୁଣି ବଲିଉଡର ତମାମ ଅଭିନେତା ଅଭିନେତ୍ରୀ ଅଜୟ ଦେଵଗନଙ୍କ ଘରେ ପହଂଚିଛନ୍ତି । ବୀରୁ ଦେଵଗନଙ୍କ ମୃତ୍ୟୁ ମୁମ୍ବାଇରେ ହୋଇଛି ।

ଆଜି ସନ୍ଧ୍ୟା ୬ଟାରେ ମୁମ୍ବାଇ ବିଲେ ପାର୍ଲେ ଠାରେ ବୀରୁ ଦେଵଗନଙ୍କ ଅନ୍ତିମ ସଂସ୍କାର ହେବ । ସେ ସାନ୍ତାକୃଜର ସୂର୍ଯ୍ୟ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେ ନିଜ କ୍ୟାରିଅରରେ ୮୦ ରୁ ଅଧିକ ଫିଲ୍ମର ନିର୍ଦେଶନା ଦେଇଛନ୍ତି । ସେ ବହୁତ ଦିନରୁ ଅସୁସ୍ଥ ଥିଲେ ।

Related Posts
ମାଓବାଦୀଙ୍କ ଯୋଜନା ପଣ୍ଡ : ଅଳ୍ପକେ ବର୍ତ୍ତିଲେ ଯବାନ, ଠାବ ହେଲା ବିସ୍ଫୋରକ
27 February 2021
ବୋଲ ମାନୁନି ତୈଳ ଦର : ଆଜି ପୁଣି ବଢିଲା ପେଟ୍ରୋଲ-ଡିଜେଲ ଦାମ୍
27 February 2021