Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୮ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୭୯୩ କରୋନା ସଂକ୍ରମିତ, ୨୭୭୮୮୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • କେନ୍ଦ୍ରାପଡାରେ ଘରେ ପଶି ଲୁଟିଲେ, କଟୁରୀରେ ହାଣି ଖସିଗଲେ, ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଅଫିସ୍‌ରୁ ଜବତ ହେଲା ୯ଟି ଟଙ୍କା ଭର୍ତ୍ତି ଲଫାପା, ବାନ୍ଧିନେଲା ଭିଜିଲାନ୍ସ
  • ||
  • ପାଟଣାରେ ଭାରସାମ୍ୟ ହରାଇ ପଥରରେ ପିଟି ହେଲା ବାଇକ୍, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ
  • ||
  • ବାଲିଅନ୍ତାରେ ଜୁଆ ଆଡ୍ଡା ଉପରେ ଚଢାଉ, ୩ ଗିରଫ
  • ||
  • ଚାନ୍ଦବାଲିରେ ଟ୍ରେନ୍ ଲାଇନ୍‌ରୁ ମିଳିଲା ନାବାଳକଙ୍କ ମୃତଦେହ
  • ||
  • ପୁରୀରେ ୪ ବ୍ରାଉନସୁଗାର ବେପାରୀ ଗିରଫ, ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ
  • ||
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||

‘ବାହୁବଳୀ’ଠୁ ବଡ ପ୍ରୋଜେକ୍ଟ କିନ୍ତୁ ଅଜୟ ଦେବଗନଙ୍କ ପ୍ରାଇସ୍‌ ଶୁଣିଲେ ଆଶ୍ଟର୍ଯ୍ୟ ହେବେ ନିଶ୍ଚୟ…

7/02/2020 at 2:38 PM

ମୁମ୍ବାଇ୭|୨: ଅଜୟ ଦେବଗନଙ୍କ ଫିଲ୍ମ ତାହ୍ନାଜୀ ସୁପରହିଟ୍‌ ହେବା ପରେ ଏବେ ସେ ନିଜ ଅପକମିଂ ଫିଲ୍ମ ପାଇଁ ବ୍ୟସ୍ତ ଅଛନ୍ତି। ଫିଲ୍ମ ଆର୍‌ ଆର୍‌ ଆର୍‌ରେ ଅଜୟ ନଜର ଆସିବେ। ଏହି ଫିଲ୍ମ ନେଇ ଦର୍ଶକ ବେଶ ଉତ୍ସାହିତ ଅଛନ୍ତି। କାରଣ ଏହି ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ଏସ୍‌ ଏସ୍‌ ରାଜାମୌଲୀ। ବାହୁବଳି ଭଳି ଏହି ଫିଲ୍ମର କ୍ରେଜ୍‌ ଦର୍ଶକଙ୍କ ମଧ୍ୟରେ ବେଶ ଦେଖିବାକୁ ମିଳୁଛି। ୪୦୦ କୋଟି ବଜେଟ୍‌ରେ ଏହି ଫିଲ୍ମ ନିର୍ମାଣ ହେବ।

ବଲିଉଡର ଶ୍ରେଷ୍ଠ ଅଭିନେତା ଅଜୟ ଦେବଗନଙ୍କ ସହ ଏହି ଫିଲ୍ମରେ ଅଭିନେତ୍ରୀ ଆଲିୟା ଭଟ୍ଟଙ୍କୁ ଦେଖିବାକୁ ମିଳିବ। ଏହି ଫିଲ୍ମରେ ଅଭିନୟ କରି ଆଲିୟା ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିବାକୁ ଯାଉଛନ୍ତି।

ଏହା ସହ ଏହି ଫିଲ୍ମରେ ତେଲୁଗୁ ସୁପରଷ୍ଟାର ରାମଚରଣ ଓ ଜୁନିଅର ଏନ୍‌ଟିଆର ମଧ୍ୟ ନଜର ଆସିବେ। ତେବେ ଅଜୟ ଦେବଗନ ଏହି ବଡ ବଜେଟ୍‌ ଫିଲ୍ମ ପାଇଁ କେତେ ଫି’ ନେବେ ତାହା ଅନେକ ଲୋକେ ଭାବୁଥିବେ।

ଏମିତିରେ ଅଜୟ ଗୋଟେ ଗୋଟେ ଫିଲ୍ମ ପାଇଁ ୩୫ ରୁ ୪୦ କୋଟି ଟଙ୍କା ନିଅନ୍ତି।ହେଲେ ଆର୍‌ ଆର୍‌ ଆର୍‌ ପାଇଁ ସେ କୌଣସି ଟଙ୍କା ନେବେ  ନାହିଁ। ଏହି ଫିଲ୍ମର ପ୍ରଯୋଜକ ଡିଭିଭି ଦନ୍ୟା ମଧ୍ୟ ଅଜୟଙ୍କୁ ପୁରା ଚାର୍ଜ ଅଫର କରିଥିଲେ, କିନ୍ତୁ ଅଜୟ ମନା କରିଦେଇଥିଲେ। କାରଣ ଅଜୟଙ୍କର ନିର୍ଦ୍ଦେଶକ ରାଜାମୌଲୀଙ୍କ ସହ ପୁରୁଣା ସମ୍ପର୍କ ରହିଛି। ଉଭୟଙ୍କ ବନ୍ଧୁତା ୨୦୧୨ ମସିହାରୁ ରହିଛି। ଏହି ଘନିଷ୍ଠ ସମ୍ପର୍କ ଯୋଗୁଁ ଅଜୟ ଫିଲ୍ମ ପାଇଁ କୌଣସି ଟଙ୍କା ନେବେ ନାହିଁ।

ଆର୍‌ ଆର୍‌ ଆର୍‌ ଫିଲ୍ମରେ ଅଜୟ ଭଗତ ସିଂହଙ୍କ ଭୂମିକାରେ ନିଜର ଆସିବେ। ଏହି ଫିଲ୍ମର କାହାଣୀ ସତ୍ୟ ଘଟଣା ଉପରେ ଆଧାରିତ। ରିପୋର୍ଟ ଅନୁସାରେ ସ୍ବାଧିନତା ସଂଗ୍ରାମୀଙ୍କ କାହାଣୀ ଏହି ଫିଲ୍ମରେ ଦେଖାଯିବ। ତେବେ ଅଜୟଙ୍କ ଫିଲ୍ମ ତାହ୍ନାଜୀ ଚଳିତ ବର୍ଷ ଜାନୁଆରୀ ମାସ ୧୦ ତାରିଖରେ ରିଲିଜ ହୋଇଥିଲା। ହେଲେ ଏଯାଏଁ ଏହି ଫିଲ୍ମର କ୍ରେଜ୍‌ ଦର୍ଶକଙ୍କ ମଧ୍ୟରେ ରହିଛି। ଏବେ ମଧ୍ୟ ଅନେକ ସିନେମାଘରେ ତାହ୍ନାଜୀ ଫିଲ୍ମ ଲାଗିଛି। ଏବେ ଅଜୟ ନିଜ ଅପକମିଂ ବଲିଉଡ ଫିଲ୍ମ ମୈଦାନର ଶୁଟିଂରେ ବ୍ୟସ୍ତ ଅଛନ୍ତି।

   Related Posts