୫୦ ବର୍ଷିୟ ଅଜୟ ଦେବଗନଙ୍କ ସାର୍ଟଲେସ ଫଟୋ ଦେଖି ତାରିଫ୍ କଲେ ଫ୍ୟାନ୍ସ…

ମୁମ୍ବାଇ୧୦|୯: ବଲିଉଡ୍ର ସୁପରଷ୍ଟାର ଅଜୟ ଦେବଗନଙ୍କ ଚମତ୍କାର ଅଭିନୟ ପାଇଁ ସେ ବେଶ ଲୋକପ୍ରିୟ ହୋଇ ପାରିଛନ୍ତି। ୧୯୯୧ ମସିହାରେ ଫୁଲ ଔର କାଣ୍ଟେ ଫିଲ୍ମ ମାଧ୍ୟରେ ଅଜୟ ଦେବଗନ ବଲିଉଡ୍ରେ ଡେବ୍ୟୁ କରିଥିଲେ। ତାଙ୍କର ଏହି ଫିଲ୍ମ ବେଶ ଲୋକପ୍ରିୟ ହୋଇଥିଲା । ଏହି ଫିଲ୍ମ ମାଧ୍ୟମରେ ସେ ନିଜର ପରିଚୟ ସୃଷ୍ଟି କରିଥିଲେ।ଏହି ଲମ୍ବା ସମୟ ଭିତରେ ସେ ବିଭିନ୍ନ ଚରିତ୍ରରେ ଅଭିନୟ କରିସାରିଲେଣି। ତାଙ୍କର ଫିଟ୍ନେସ ପାଇଁ ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଅଜୟ ଦେବଗନଙ୍କ ସାର୍ଟଲେସ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ୫୦ ବର୍ଷ ବୟସରେ ବି ସେ ସବୁବେଳେ ଫିଟ୍ ରହିଛନ୍ତି।
ସାର୍ଟଲେସ ଫଟୋ ନିଜ ଇନଷ୍ଟାଗ୍ରାମରେ ଅଜୟ ପୋଷ୍ଟ କରିଛନ୍ତି।ଏହି ଫଟୋରେ ସେ ବ୍ଲାକ ପ୍ୟାଣ୍ଟ ପିନ୍ଧିଛନ୍ତି ଓ ଖାଲି ଦେହରେ ଛିଡା ହୋଇଛନ୍ତି। ଏହି ଫଟୋ ଦେଖି ତାଙ୍କର ପ୍ରଶଂସକ ତାଙ୍କୁ ବେଶ ପସନ୍ଦ କରିଛନ୍ତି। ସେହି ଫଟୋରେ ସେ ଲେଖିଛନ୍ତି, ଏବେ ଦିବାରକୁ ଦେଖିବାର ସମୟ ଶେଷ ହୋଇଛି। ଏବେ ଖିଲାଡିକୁ ବାହାର କରିବା ପାଇଁ ସାହାର୍ଯ୍ୟ କରିବ।
ଚଳିତ ବର୍ଷ ମେ ମାସରେ ତାଙ୍କର ଫିଲ୍ମ ଦେ ଦେ ପ୍ୟାର ଦେ ରିଲିଜ ହୋଇଥିଲା। ଏହି ଫିଲ୍ମ ଦର୍ଶକଙ୍କୁ ବେଶ ପସନ୍ଦ କରିଥିଲେ। ଅଜୟ ଦେବଗଙ୍କ ଭୁଜ ଦ ପ୍ରାଇଡ୍ ଇଣ୍ଡିଆନ ନୂଆ ଫିଲ୍ମ ସୁଟିଂରେ ବ୍ୟସ୍ତ ଅଛନ୍ତି। ୧୯୭୧ ମସିହାରେ ହୋଇଥିବା ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା କାରଗିଲ ଯୁଦ୍ଧ ଉପରେ ଆଧାରିତ।ଏହି ଫିଲ୍ମରେ ଯବାନ ବିଜୟ କାର୍ଣ୍ଣିକଙ୍କ ଚରିତ୍ରରେ ଅଜୟ ଅଭିନୟ କରିବେ।
394 Views