ଦିନେ ଥିଲେ ଚା' ବିକାଳୀ,ଏବେ ଓଡିଶାର ଜଣେ ଶିକ୍ଷକ : ଅଭାବୀ ଓ ଗରିବ ଛାତ୍ରଛାତ୍ରୀଙ୍କୁ ଦିଅନ୍ତି କୋଚିଙ୍ଗ, ଯାହାଙ୍କ ସମସ୍ତ ୧୪ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି ନିଟ୍ ପରୀକ୍ଷାରେ

Published By : Prameya-News7 Bureau | June 10, 2019 IST

ଭୁବନେଶ୍ୱର ୧୦/୬ : ୧୪ ଜଣ ଅଭାବୀ ଓ ଗରିବ ଛାତ୍ରଛାତ୍ରୀ ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହେବା ପିଲା ଖେଳ ନୁହେଁ, ଏହା ଆମେ ସମସ୍ତେ ଜାଣିଛେ । ଦେଶର ଲକ୍ଷ ଲକ୍ଷ ପିଲା ପ୍ରତିବର୍ଷ ଭବିଷ୍ୟତରେ ଜଣେ ଡାକ୍ତର ହେବା ଆଶା ନେଇ ନିଟ୍ ପରୀକ୍ଷା ଦେଇଥାନ୍ତି । ଯାହାହେଉ ନ କାହିଁକି ସମସ୍ତ ବାଧାବିଘ୍ନକୁ ପଛରେ ପକାଇ ଓଡିଶାର ୧୪ ଜଣ ଅଭାବି ଓ ଗରିବ ପିଲା ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ତେବେ ଏହି ୧୪ ଜଣ ଛାତ୍ରଛାତ୍ରୀଙ୍କ ସଫଳତା ପଛରେ ରହିଛି ୪୭ ବର୍ଷ ବୟସ୍କ ଅଜୟ ବାହାଦୁର ସିଂହଙ୍କ ହାତ ।

{"id":121779}

ଅଜୟ ବାହାଦୁର ସିଂହଙ୍କର ମଧ୍ୟ ଦିନ ସ୍ବପ୍ନ ଥିଲା ସେ ଜଣେ ଡାକ୍ତର ହେବେ । ହେଲେ ସେ ନିଜ ସ୍ବପ୍ନ ପୁରା କରିପାରିନଥିଲେ । ୨୦୧୭ ମସିହାରେ ସେ ଜିନ୍ଦେଗି ଫାଉଣ୍ଡେସନ ଆରମ୍ଭ କରିଥିଲା । ଏହି ଫାଉଣ୍ଡେସନ ଜରିଆରେ ସେ ଅଭାବୀ ଓ ଗରିବ ପିଲାଙ୍କୁ ଶିକ୍ଷା ଦେଉଥିଲା । ଅଜୟ ସିଂହଙ୍କ ବାପା ଜଣେ ଇଂଜିନିୟର ଥିଲେ । ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ତାଙ୍କ ବାପାଙ୍କୁ ନିଜ ଜମିବାଡ଼ି ବିକିବାକୁ ପଡିଥିଲା । ଏହାପରେ ଆର୍ଥିକ ସମସ୍ୟା ଦେଖାଦେଇଥିଲା । ଆର୍ଥିକ ସମସ୍ୟା ଦେଇ ଗତି କରିବାରୁ ଅଜୟ ଶେଷରେ ଆଉ କୌଣସି ଉପାୟ ନପାଇ ଚା ବିକିବା ଆରମ୍ଭ କରିଥିଲେ । ଧୀରେ ଧୀରେ ଆର୍ଥିକ ଅବସ୍ଥା ଟିକିଏ ସ୍ୱଚ୍ଛଳ ହେବାପରେ ସେ ପିଲାଙ୍କୁ ଟିଉସନ କରିବା ଆରମ୍ଭ କରିଥିଲେ ଏବଂ ନିଜ ପାଠପଢା ମଧ୍ୟ ପୁରା କଲେ ।

{"id":121780}

ଏହାପରେ ସେ ଏକ ଫାଉଣ୍ଡେସନ ଜରିଆରେ ଅଭାବୀ ପିଲାଙ୍କୁ ପାଠ ପଢିବାରେ ସାହାଯ୍ୟ କରିବା କଥା ଚିନ୍ତା କଲେ । ତାଙ୍କ ଫାଉଣ୍ଡେସନ ଛାତ୍ରଛାତ୍ରୀଙ୍କୁ ପାଠପଢା, ଖାଇବା, ପିଇବା, ରହିବା ଆଦି କଥା ବୁଝୁଥିଲା ।

{"id":121782}

୨୦୧୮ ମସିହାରେ ଜିନ୍ଦେଗି ଫାଉଣ୍ଡେସନର ୧୮ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୧୨ଜଣ ଓଡିଶାର ବିଭିନ୍ନ ମେଡିକାଲ କଲେଜରେ ଆଡ଼ମିସନ ନେଇ ପଢୁଛନ୍ତି ।

{"id":121781}

ଚଳିତବର୍ଷ ସେ ୧୪ ଜଣ ଛାତ୍ରଛାତ୍ରୀଙ୍କୁ କୋଚିଂ ଦେଇଥିଲେ ଏବଂ ସମସ୍ତ ଛାତ୍ରଛାତ୍ରୀ ପରୀକ୍ଷାରେ ଉତୀର୍ଣ୍ଣ ହୋଇଛନ୍ତି ।

ନିଟ୍ ପରୀକ୍ଷାରେ ଜିନ୍ଦେଗି ଫାଉଣ୍ଡେସନ ସଫଳତା ହାସଲ କରିଛି । ଆକାଶ ଇନଷ୍ଟିଚ୍ୟୁଟ ଜିନ୍ଦେଗୀ ଫାଉଣ୍ଡେସନ ପକ୍ଷରୁ ମାଗଣ ପାଠପଢା  ନେଇ ସହ ମେଡିକାଲ କୋଚିଙ୍ଗନେଇଥିବା ୧୪ ଜଣ ଅଭାବୀ ଓ ଗରିବ ଛାତ୍ରଛାତ୍ରୀ ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ଜିନ୍ଦେଗୀ ଫାଉଣ୍ଡେସନ ପକ୍ଷରୁ କୃତି ଛାତ୍ରଛାତ୍ରୀମାନଙ୍କୁ ଭୁବନେଶ୍ବର ମାଗଣା ମେଡିକାଲ କୋଚିଙ୍ଗ ପ୍ରଦାନ କରାଯାଇଥିଲା। ଏହି ଅବସରରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

{"id":121783}

କ୍ରିଷ୍ଣା ମହାନ୍ତି ନାମକ ଜଣେ ଛାତ୍ରୀ ପରୀକ୍ଷାରେ କୃତକାର୍ଯ୍ୟ ହେବାପରେ ନିଜ ଖୁସି ବ୍ୟକ୍ତି କରି ଅଜୟ ସିଂହଙ୍କୁ କୃତଜ୍ଞତା ଜଣାଇଛନ୍ତି । କ୍ରିଷ୍ଣାଙ୍କ ମା ଭୁବନେଶ୍ୱର ଇସ୍କନ ମନ୍ଦିରରେ ପିଠା ତିଆରି କରି ବିକ୍ରି କରନ୍ତି । ତାଙ୍କ ବାପା ଜଣେ ରାଜମିସ୍ତ୍ରୀ ଥିଲେ । ବାପାଙ୍କ ମୃତ୍ୟୁ ବେଳେ ସେ ଷଷ୍ଠ ଶ୍ରେଣୀରେ ପଢୁଥିଲେ । ମା ପିଠା ବିକ୍ରି କରି ତାଙ୍କୁ ପାଠ ପଢ଼ିଛନ୍ତି । ସେ ନିଟ୍ ପରୀକ୍ଷାରେ ୫୭୩ ମାର୍କ ରଖି କୃତକାର୍ଯ୍ୟ ହୋଇଛନ୍ତି ।

wp:html
/wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.