Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଆକାଶରୁ ଖସିଲା ମୃତ୍ୟୁ : ବିଭିନ୍ନ ସ୍ଥାନରେ ବଜ୍ରାଘାତରେ ୨୦ ଜଣଙ୍କ ମୃତ୍ୟୁ, ୫ ଲକ୍ଷ ଲେଖାଏଁ କ୍ଷତିପୂରଣ ଘୋଷଣା

12/07/2021 at 8:41 AM

ରାଜସ୍ଥାନ ୧୨/୮ : ରାଜସ୍ଥାନରେ ଆକାଶରୁ ହେଲା ମୃତ୍ୟୁ ବର୍ଷା । ରବିବାର ଏଠାରେ ବଜ୍ରପାତ ଯୋଗୁଁ ୨୦ଜଣଙ୍କ ମୃତ୍ୟୁ । ଜୟପୁରର ଆମେର ମହଲଙ୍କ ୱାଚ ଟାୱାରରେ ବଜ୍ରପାତରେ ୧୧ ଜଣ ପ୍ରାଣ ହରାଇଛନ୍ତି । ଜୟପୁରର ୧୨ ଜଣଙ୍କ ବ୍ୟତୀତ କୋଟାରେ ୪ଜଣ, ଧୋଲପୁରରେ ୩ ଜଣଙ୍କ ମୃତ୍ୟୁ । ସେପଟେ ମୃତକଙ୍କ ପରିବାର ପାଇଁ ସିଏମ ଗେହଲଟ୍ ପ୍ରତି ପରିବାରକୁ ୫ ଲକ୍ଷ ଲେଖାଏଁ କ୍ଷତିପୂରଣ ଘୋଷଣା କରିଛନ୍ତି ।

ଆମେର ମହଲଙ୍କ ୱାଚ୍ ଟାୱାରରେ ମୃତକଙ୍କ ମଧ୍ୟରୁ ଅଧିକାଂଶ ଯୁବକ ଥିଲେ ଯେଉଁମାନେ ଦୁର୍ଗ ନିକଟସ୍ଥ ଏକ ପାହାଡ ଉପରେ ମନୋରମ ପାଗ ଉପଭୋଗ କରିବାକୁ ଯାଇଥିଲେ । ସେମାନଙ୍କ ମଧ୍ୟରୁ କେତେକ ୱାଚ ଟାୱାରରେ ସେଲଫି ନେଉଥିଲେ । ଅନେକ ଲୋକ ପାହାଡ ଉପରେ ଉପସ୍ଥିତ ଥିଲେ । ସନ୍ଧ୍ୟାରେ ଏହି ସମୟରେ ୱାଚ ଟାୱାରରେ ଉପସ୍ଥିତ ଲୋକମାନେ ବଜ୍ରପାତ ହେତୁ ଖସିପଡିଥିଲେ ।

ବଜ୍ରପାତ ଯୋଗୁଁ ପ୍ରାଣ ହରାଇଥିବାରୁ ଦୁଃଖ ପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ କହିଛନ୍ତି ଯେ ଆଜି କୋଟା, ଧୋଲପୁର, ଝାଲାୱାର, ଜୟପୁର ଏବଂ ବାରାନରେ ବଜ୍ରପାତ ଯୋଗୁଁ ପ୍ରାଣ ହରାଇବା ଅତ୍ୟନ୍ତ ଦୁଃଖଦାୟକ । ପ୍ରଭାବିତ ପରିବାରବର୍ଗଙ୍କୁ ମୋର ଗଭୀର ସମବେଦନା, ଭଗବାନ ସେମାନଙ୍କୁ ପରିବାରକୁ ଶକ୍ତି ଦିଅନ୍ତୁ । ପୀଡ଼ିତାଙ୍କ ପରିବାରକୁ ତୁରନ୍ତ ସହାୟତା ଯୋଗାଇବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

   Related Posts