ପାହାଡରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା !

Published By : Prameya-News7 Bureau | April 29, 2021 IST

ଚଣ୍ଡିଖୋଲ,୨୯/୦୪:  ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅଧୀନ ବରୁଣିଆ ପାହାଡ଼ ନିକଟରୁ ମୃତଦେହ ଉଦ୍ଧାର । ପାହାଡ ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କଲା ପୋଲିସ।

ସୂଚନାନୁସାରେ, ଗୁରୁବାର ସକାଳେ କିଛି ଲୋକ ଜଙ୍ଗଲରେ ଜଣେ ବ୍ୟକ୍ତିଙ୍କ ମୃତ ଦେହ ପଡିଥିବା ଦେଖିବାକୁ ପାଇଥିଲେ। ପରେ ଏନେଇ ବଡ଼ଚଣା ପୋଲିସକୁ ସୂଚନା ଦିଆଯାଇଥିଲା ।  ଘଟଣାସ୍ଥଳରେ ବଡ଼ଚଣା ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି । ଏହାସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇଛି ।

ତେବେ ମୃତକଙ୍କ ପରିଚୟ ମିଳି ପାରିନାହିଁ । ବ୍ୟକ୍ତି ଜଣଙ୍କର କେମିତି ମୃତ୍ୟୁ ହୋଇଛି ଓ ସେ ଏଠାକୁ କେମିତି ଆସିଲେ ସେ ନେଇ ବଡ଼ଚଣା ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.