ଅଜଣା ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ନାକରୁ ବାହାରୁଛି ରକ୍ତ, ହତ୍ୟା ସନ୍ଦେହ
10/01/2021 at 6:59 PM

ସୋର୧୦/୧: ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର। ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ଜଳଙ୍ଗ ତେନ୍ତୁଳିଆ ଗାଁ ଅଞ୍ଚଳରେ ଥିବା ବିଲରୁ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ମୁତାବକ, ତେନ୍ତୁଳିଆ ଗ୍ରାମର ରାସ୍ତା ପାଖରେ ମୃତଦେହ ପଡିଥିବାର ସ୍ଥାନୀୟ ଲୋକମାନେ ଦେଖିବାକୁ ପାଇଥିଲେ। ଉକ୍ତ ଯୁବକଙ୍କ ମୁଣ୍ଡରେ କ୍ଷତବିକ୍ଷତ ଥିବା ବେଳେ ନାକରୁ ରକ୍ତ ବାହାରୁଥିବା ଦେଖିବାକୁ ମିଳିଥିଲା। ପାଖରେ ବ୍ୟାଗ, ଗାମୁଛା ପଡି ରହିଛି। ହତ୍ୟା କରି କେହି ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି। ଖବର ପାଇ ସିମୁଳିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।